ନୂଆଦିଲ୍ଲୀ: ନିର୍ବାଚନୀ ପ୍ରଚାର ବେଳେ ମାସ୍କ ପିନ୍ଧିବା ନେଇ ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ଜବାବ ତଲବ କରିଛନ୍ତି। ନିର୍ବାଚନ ପ୍ରଚାର ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ବାଚନ କମିଶନ ସମସ୍ତ ରାଜନୀତିକ ଦଳ ଏବଂ ପ୍ରାର୍ଥୀଙ୍କୁ ମାସ୍କ ପିନ୍ଧିବାକୁ କହିଛନ୍ତି। ନହେଲେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।
କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ନିର୍ବାଚନ ପ୍ରଚାର ସମୟରେ ଷ୍ଟାର ପ୍ରଚାରକ ତଥା ନେତାମାନେ ମାସ୍କ ପିନ୍ଧୁ ନାହାନ୍ତି। ଏହାକୁ ନେଇ ନିର୍ବାଚନ କମିଶନ ଉଦବେଗ ପ୍ରକାଶ କରିଛନ୍ତି। ତେଣୁ ଗତ ବର୍ଷ କୋଭିଡ ସମ୍ପର୍କରେ ନିର୍ବାଚନ କମିଶନ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଇଛି। ତେଣୁ ସମସ୍ତ ରାଜନୀତିକ ଦଳର ପ୍ରାର୍ଥୀ ପ୍ରଚାର ବେଳେ ମାସ୍କ ପିନ୍ଧିବା ଦରକାର ବୋଲି ନିର୍ବାଚନ କମିଶନ କହିଛନ୍ତି।
ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୀତିକ ଦଳର ନେତାଙ୍କ ନିକଟକୁ ପଠାଯାଇଥିବା ଚିଠିରେ ନିର୍ବାଚନ କମିଶନ କହିଛନ୍ତି ଯେ ରାଜନୀତିକ ପ୍ରଚାର ବେଳେ ମାସ୍କ କେହି ପିନ୍ଧୁନାହାନ୍ତି, ସାମାଜିକ ଦୂରତା ରକ୍ଷା କରାଯାଉନି। ଏଭଳି ହେଲେ କୋଭିଡ୍ ଆହୁରି ବ୍ୟାପିବ ବୋଲି ଚିଠିରେ କୁହାଯାଇଛି। ଯଦି ପ୍ରଚାର ବେଳେ କୋଭିଡ୍ ନିୟମ ଉଲ୍ଲଂଘନ ହେବ ତାହେଲେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
"It is clarified that the Commission, in cases of breach, will not hesitate in banning public meetings, rallies etc. of the defaulting candidates/star campaigners/political leaders without any further reference," Election Commission to all national & state parties. https://t.co/iAX81tfpJ6
— ANI (@ANI) April 9, 2021
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ସମେତ ଚାରି ରାଜ୍ୟରେ ବିଧାନସଭା ଆସନ ପାଇଁ ପ୍ରଚାର ଚାଲିଛି। ଏହାରି ଭିତରେ ଆସାମରେ କିନ୍ତୁ ଭୋଟିଂ ଶେଷ ହୋଇଯାଇଛି। ହେଲେ ପ୍ରଚାର ବେଳେ କେହି ମାସ୍କ ପିନ୍ଧୁନଥିବା ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଆଇଏଲ ଆବେଦନ ହୋଇଛି। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶଙ୍କୁ ଜବାବ ତଲବ କରିଛନ୍ତି। ନିର୍ବାଚନ କମିଶନ କାହିଁକି ମାସ୍କ ପିନ୍ଧୁନାହାନ୍ତି ବୋଲି ଦିଲ୍ଲୀ ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ଏହି ମାମଲାରେ ଆସନ୍ତା ଶୁଣାଣି ଏପ୍ରିଲ ୩୦ରେ ରହିଛି।
The post ରାଜନୀତିକ ଦଳଙ୍କୁ ନିର୍ବାଚନ କମିଶନ ପଠାଇଲେ ଚିଠି, କାର୍ଯ୍ୟାନୁଷ୍ଠାନ ଚେତାବନୀ appeared first on Odisha Reporter.
from Odisha Reporter https://ift.tt/2RkfgvX
No comments:
Post a Comment