ପ୍ରଭାସଙ୍କ ହିରୋଇନ୍‌ଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

ପ୍ରଭାସଙ୍କ ହିରୋଇନ୍‌ଙ୍କୁ କରୋନା

ମୁମ୍ବାଇ: ପୁରା ଦେଶରେ ବ୍ୟାପିଛି ମହାମାରୀ କରୋନା। ଏଥିରୁ ଫିଲ୍ମ ଷ୍ଟାର ତଥା ବଡ଼ ବଡ଼ ସେଲେବ୍ରିଟିମାନେ ମଧ୍ୟ ବାଦ୍‌ ପଡି ନାହାନ୍ତି। ଗୋଟିଏ ପରେ ଗୋଟିଏ ଷ୍ଟାର୍‌ କରୋନାରେ ଆକ୍ରାନ୍ତ ହୋଉଥିବା ଖବର ସାମ୍ନାକୁ ଆସୁଛି। ଏବେ ଏହି ତାଲିକାରେ ଆଉ ଜଣେ ସେଲେବ୍ରିଟିଙ୍କ ନାଁ ଯୋଡି ହୋଇଛି।

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ହିରୋଇନ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ ଶ୍ୟାମ୍‌’ର ଲିଡ୍‌ ଅଭିନେତ୍ରୀ ପୂଜା ହେଗଡେଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ପଜିଟିଭ ଚିହ୍ନଟ ହେବା ପରେ ପୂଜା ଏବେ ହୋକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। କରୋନାର ସବୁ ପ୍ରଟୋକଲ ପାଳନ କରିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କ ଚିକିତ୍ସା ଚାଲିଛି। ଯେଉଁମାନେ ଗତ କିଛି ଦିନ ହେବ ତାଙ୍କ ସମ୍ପର୍କରେ ଆସିଥିଲେ, ସେମାନଙ୍କୁ କରୋନା ଟେଷ୍ଟ କରିବା ପାଇଁ ପୂଜା ଅନୁରୋଧ କରିଛନ୍ତି। ପୂଜା କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ସୂଚନାନୁସାରେ, ପୂଜା ନିକଟରେ ହାଇଦ୍ରାବାଦରେ ସାଉଥ୍‌ ଅଭିନେତା ରାମ ଚରଣଙ୍କ ସହ ଏକ ଗୀତର ସୁଟିଂ ଶେଷ କରିଛନ୍ତି। ଏହା ପରେ ସେ ପ୍ରଭାସଙ୍କ ସହ ‘ରାଧେ ଶ୍ୟାମ’ ଫିଲ୍ମର ସୁଟିଂ କରିବାକୁ ଯାଉଥିଲେ, କିନ୍ତୁ କରୋନା କାରଣରୁ ସୁଟିଂକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

The post ପ୍ରଭାସଙ୍କ ହିରୋଇନ୍‌ଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/3tTPAVh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages