ଲକ୍‌ଡାଉନ୍ ଲଗାଇବାକୁ ଅପିଲ୍‌ କଲେ ଅଭିନେତ୍ରୀ‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 4, 2021

ଲକ୍‌ଡାଉନ୍ ଲଗାଇବାକୁ ଅପିଲ୍‌ କଲେ ଅଭିନେତ୍ରୀ‌

ମୁମ୍ବାଇ: ସରକାରଙ୍କୁ ଅପିଲ କଲେ ବଲିଉଡ ଅଭିନେତ୍ରୀ । ଏକ ଭିଡିଓ ଶେଆର କରି ମହାରାଷ୍ଟ୍ର ସରକାରଙ୍କୁ ଅଭିନେତ୍ରୀ ଗୌହର ଖାନ୍‌ କହିଲେ ଲକଡାଉନ୍‌ ଲଗାଇବାକୁ ଦାବି କରିଛନ୍ତି।

ନିକଟରେ ମୁମ୍ବାଇର ଜୁହୁ ବିଚ୍‌ର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଶତାଧିକ ସଂଖ୍ୟାରେ ଲୋକେ ଜୁହୁ ବିଚ୍‌ରେ ଭିଡ ଜମାଇଛନ୍ତି। ଏହି ଭିଡିଓକୁ ଏବେ ଅଭିନେତ୍ରୀ ଗୌହର ଖାନ୍‌ ଟୁଇଟ୍‌ କରିଛନ୍ତି ଏବଂ ସରକାରଙ୍କୁ ଲକ୍‌ଡାଉନ୍‌ ଲଗାଇବା ପାଇଁ ଦାବି କରିଛନ୍ତି। ଗୌହର ଏହି ଭିଡିଓକୁ ଶେଆର କରି କ୍ୟାପସନରେ ଲେଖିଛନ୍ତି, “ଜୁହୁ ବିଚ୍‌ରେ ଲକଡାଉନ୍‌ ଲଗାଯାଇ ପାରିବ କି?”

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ କରୋନାର ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। ଏଠାରେ ଲଗାତର ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଦେଶର କରୋନାର ହଟ୍‌ସ୍ପଟ ପାଲଟିଛି ମହାରାଷ୍ଟ୍ର। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ ଓ ସାପ୍ତାହିକ ଲକଡାଉନ ଘୋଷଣା ହୋଇଛି। ସେପଟେ ପୁଣେ ଜିଲ୍ଲାରେ ମଧ୍ୟ ଲକଡାଉନ ଘୋଷଣା ହୋଇଛି। ଏଭଳି ସ୍ଥିତିରେ ମୁମ୍ବାଇର ଜୁହୁ ବିଚ୍‌ରେ ଶତାଧିକ ସଂଖ୍ୟାରେ ଲୋକ ଭିଡ ଜମାଇବା ଚିତ୍ର ସାମ୍ନାକୁ ଆସିବା ପରେ ଚିନ୍ତା ବଢ଼ିଛି। ଏହାକୁ ନେଇ ଅନେକ ଲୋକେ ନିନ୍ଦା କରିଛନ୍ତି।

The post ଲକ୍‌ଡାଉନ୍ ଲଗାଇବାକୁ ଅପିଲ୍‌ କଲେ ଅଭିନେତ୍ରୀ‌ appeared first on Odisha Reporter.



from Odisha Reporter https://ift.tt/39EqDoH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages