ମୁମ୍ୱାଇ: ବଲିଉଡ୍ ହିରୋଇନ୍ ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀ ମୀରା ଚୋପ୍ରାଙ୍କୁ ତ ଆପଣମାନେ ଜାଣିଥିବେ। ୨୦୧୪ରେ ସତୀଶ କୌଶିକଙ୍କ କମେଡଡି ଡ୍ରାମା ଗ୍ୟାଙ୍ଗ ଅଫ ଘୋଷ୍ଟସ୍ ଜରିଆରେ ସେ ବଲିଉଡରେ ପାଦ ଥାପିଥିଲେ। ଅବଶ୍ୟ ତା’ପୂର୍ବରୁ ୨୦୦୫ ମସିହାରେ ସେ ତାମିଲ ଫିଲ୍ମରେ ଡେବ୍ୟୁ କରିଥିଲେ। ଆଉ ବଲିଉଡ୍ ଅପେକ୍ଷା ସେ ଦକ୍ଷିଣୀ ଫିଲ୍ମରେ ଅଧିକ ସକ୍ରିୟ।
ନିକଟରେ ଜୁମ୍ ଟିଭକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀ ଭାବେ ତାଙ୍କୁ କେବେ କୌଣସି ଫିଲ୍ମ ମିଳି ନାହିଁ। କିନ୍ତୁ ଚୋପ୍ରା ପରିବାରର ସଦସ୍ୟ ହୋଇଥିବା ଯୋଗୁ ସେ ଉପକୃତ ହୋଇଛନ୍ତି। ଏହି ପରିବାର ସିନେମାକୁ ଭଲ ଭାବେ ବୁଝିଛି। ସେଥିପାଇଁ ଦର୍ଶକ ତାଙ୍କୁ ବି ବେଶ୍ ଗୁରୁତ୍ୱ ଦେଇଛନ୍ତି।
ମୀରା ଆହୁରି କହିଛନ୍ତି, ଯେତେବେଳେ ମୁଁ ବଲିଉଡ୍କୁ ଆସିଲି ସେତେବେଳେ କେବଳ ଗୋଟିଏ ଆଲୋଚନା ହୋଇଥିଲା ଯେ ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀ ବି ପାଦ ଥାପିଲେ। କିନ୍ତୁ ବିଶ୍ୱାସ କରନ୍ତୁ ପ୍ରିୟଙ୍କାଙ୍କ ସହିତ ମୋତେ କେହି ତୁଳନା କରି ନାହାନ୍ତି। ପ୍ରିୟଙ୍କାଙ୍କ ଯୋଗୁ ମୁଁ କୌଣସି କାମ ପାଇ ନାହିଁ। କୌଣସି ପ୍ରଯୋଜକ ମୋତେ ପ୍ରିୟଙ୍କାଙ୍କ ଭଉଣୀ ବୋଲି କାମ ଦେଇ ନାହାନ୍ତି। କିନ୍ତୁ ଚୋପ୍ରା ପରିବାରର ହୋଇଥିବା ଯୋଗୁ ଲୋକେ ମୋତେ ଗୁରୁତ୍ୱ ଦେଇଛନ୍ତି।
ମୀରାଙ୍କ ଅନ୍ୟ ଅଭିନେତ୍ରୀ ସଂପର୍କୀୟ ଭଉଣୀମାନେ ହେଉଛନ୍ତି ପରିଣୀତି ଚୋପ୍ରା ଓ ମନ୍ନାରା। ମୀରା ଉଭୟ ତାମିଲ ଓ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି।
The post ମୀରାଙ୍କ କ୍ୟାରିୟର ପଛରେ ନାହିଁ ପ୍ରିୟଙ୍କାଙ୍କ ହାତ! appeared first on Odisha Reporter.
from Odisha Reporter https://ift.tt/3gL9RZq
No comments:
Post a Comment