‘ଏଣିକି କାରରେ ଏକୁଟିଆ ଥିଲେ ବି ମାସ୍କ ପିନ୍ଧିବା ବାଧ୍ୟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 6, 2021

‘ଏଣିକି କାରରେ ଏକୁଟିଆ ଥିଲେ ବି ମାସ୍କ ପିନ୍ଧିବା ବାଧ୍ୟ’

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ଦିଲ୍ଲୀ ହାଇକୋର୍ଟ ଏହି ସମୟରେ ଏକ ବଡ଼ ରାୟ ଦେଇଛନ୍ତି। ଏଣିକି କାରରେ ଏକୁଟିଆ ବସିଥିଲେ ବି ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। କାରକୁ ‘ପବ୍ଲିକ ପ୍ଲେସ’ କହିବା ସହିତ ମାସ୍କକୁ ‘ସୁରକ୍ଷା କବଚ’ ବୋଲି ଏହି ଅବସରରେ କହିଛନ୍ତି କୋର୍ଟ। ଏକ କାର ଚାଳକ ମାସ୍କ ପିନ୍ଧିନଥିବାରୁ ତାଙ୍କୁ ଜୋରାମାନା ଲଗାଥିଲା ଦିଲ୍ଲୀ ପୁଲିସ। ହେଲେ ସେ ଦେବେନି ବୋଲି ଜିଦ୍ ଧରିଥିଲେ। ପରେ ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିବା ପରେ ଆଜି କୋର୍ଟ ଏଭଳି ରାୟ ଶୁଣାଇଛନ୍ତି।

ବିଚାରପତି ପ୍ରତିଭା ଏମ୍ ସିଂହ କହିଛନ୍ତି, କାରରେ ଏକୁଟିଆ ବସିଥିଲେ ମଧ୍ୟ ମାସ୍କ ନିଜର ସୁରକ୍ଷା ପାଇଁ ପିନ୍ଧିବା ନିତାନ୍ତ ଆବଶ୍ୟକ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଜଣେ ଟିକା ନେଇଛି କି ନାହିଁ ଯେତିକି ଗୁରୁତ୍ୱ ନୁହେଁ ହେଲେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ବୋଲି ବିଚାରପତି କହିଛନ୍ତି। ହାଇକୋର୍ଟ ରାୟ ଶୁଣାଇବା ବେଳେ କହିଛନ୍ତି, ଟ୍ରାଫିକରେ ଯଦି କାର ଅଟକୁଛି ତାହେଲେ କାରର ଝରକା ଖୋଲିଦେବା ଆବଶ୍ୟକ।

ସୂଚନାଯୋଗ୍ୟ, ଆଇନଜୀବୀ ସୌରଭ ଶର୍ମା କାରରେ ଯାଉଥିବା ବେଳେ ମାସ୍କ ପିନ୍ଧିନଥିବାରୁ ଦିଲ୍ଲୀ ପୁଲିସ ତାଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ କହିଥିଲା। ହେଲେ ସେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଳୟ ପକ୍ଷ ରଖି କୋର୍ଟରେ କହିଥିଲେ କାରରେ ମାସ୍କ ପିନ୍ଧିବା ନେଇ କୌଣସି ନିୟମ ନାହିଁ। କିନ୍ତୁ ପ୍ରତ୍ୟେକ ରାଜ୍ୟ ଚାହିଁଲେ ଏ ବାବଦରେ ନିୟମ ତିଆରି କରିପାରିବେ। ଏହାପରେ ଦିଲ୍ଲୀର ଆପ୍ ସରକାର ପକ୍ଷ ରଖି କହିଥିଲେ ଗତବର୍ଷ ଏପ୍ରିଲରେ ସରକାର ସର୍ବସାଧାରଣ ଏବଂ ବ୍ୟକ୍ତିଗତ ସ୍ଥାନରେ ମାସ୍କ ପିନ୍ଧିବା ନେଇ ନିୟମ କରିଥିଲେ। ଏହାପରେ ଆବେଦନକାରୀ କହିଥିଲେ ଯଦିଓ ଦିଲ୍ଲୀ ସରକାର କହିଥିଲେ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରେସ କନଫରେନସ କରି କହିଥିଲେ ଯଦି ଜଣେ ଡ୍ରାଇଭିଂ କରି ଏକୁଟିଆ ଯାଉଛି ତାହେଲେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ନୁହେଁ।

The post ‘ଏଣିକି କାରରେ ଏକୁଟିଆ ଥିଲେ ବି ମାସ୍କ ପିନ୍ଧିବା ବାଧ୍ୟ’ appeared first on Odisha Reporter.



from Odisha Reporter https://ift.tt/2PKyKJH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages