ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ୍ ସିଜିନ-୧୪। ତେବେ ଫଟାଫଟା ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହିଁ ଗୋଟିଏ ପରେ ଗୋଟିଏ ସଙ୍କଟ ଦେଖାଦେଉଛି। ମ୍ୟାଚ୍ ଆରମ୍ଭ ପୂର୍ବରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋରକୁ ଲାଗିଛି ପୁଣି ଆଉ ଏକ ଝଟ୍କା।
ଆର୍ସିବି ଟିମ୍ ଖେଳାଳି ଡାନିଏଲ୍ ସାମ୍ସ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ଆର୍ସିବି ତା’ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛି। ଆରସିବି ଓପନର୍ ଦେବଦତ୍ତ ପାଦିକ୍କାଲଙ୍କ ପରେ ଦ୍ୱିତୀୟ ଖେଳାଳି ହେଉଛନ୍ତି ଡାନିଏଲ୍ ସାମ୍ସ, ଯିଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଆସୋଲେସନରେ ରଖାଯାଇଛି।
Official Statement: Daniel Sams checked into the team hotel in Chennai on April 3rd, with a negative COVID report on arrival. His report from the 2nd test on 7th April came positive. Sams is currently asymptomatic and he is currently in isolation at a designated medical facility.
— Royal Challengers Bangalore (@RCBTweets) April 7, 2021
ଯେତେବଳେ ଡାନିଏଲ୍ ହୋଟେଲରେ ପହଞ୍ଚିଥିଲେ, ସେଠାରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ଏହି ସମୟରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି।
ଡାନିଏଲ୍ ସାମ୍ସ ଅଷ୍ଟ୍ରେଲିଆ ତରଫରୁ ୪ଟି ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି। ଏଥିସହିତ ଦିଲ୍ଲୀ କାପିଟାଲ୍ସ ପାଇଁ ମଧ୍ୟ ସେ ତିନୋଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି। ଚଳିତ ବର୍ଷ ଦିଲ୍ଲୀ କାପିଟାଲ୍ସ ସାମ୍ସଙ୍କୁ ରିଲିଜ କରିଥିଲା ଏହାପରେ ଆରସିବି ତାଙ୍କୁ ନିଲାମରେ କିଣିଛି।
ସୂଚନାଯୋଗ୍ୟ ଯେ, ଆସନ୍ତା ୯ ଏପ୍ରିଲରେ ଆଇପିଏଲ୍ ମହାସମର ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଓ ବାଙ୍ଗଲୋର ମୁହାଁମୁହିଁ ହେବେ। ଚେନ୍ନାଇରେ ଏହି ମ୍ୟାଚ୍ ଖେଳାଯିବ।
The post ଆଇପିଏଲ୍ ପୂର୍ବରୁ RCBକୁ ପୁଣି ଝଟ୍କା, ଆଉ ଜଣେ କ୍ରିକେଟର୍ଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/31ZilU9
No comments:
Post a Comment