କରୋନାରେ ଚାଲିଗଲା ବିଧାୟକଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

କରୋନାରେ ଚାଲିଗଲା ବିଧାୟକଙ୍କ ଜୀବନ

ପାଟନା: ମହାମାରୀ କରୋନାର ଦ୍ୱିତୀୟ ଲହର ଏବେ ସାଂଘାତିକ ରୂପ ନେବାକୁ ବସିଲାଣି। ଦ୍ୱିତୀୟ ଲହରରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବିହାରର କ୍ଷମତାସୀନ ଜେଡିୟୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମେୱାଲାଲ ଚୌଧୁରୀ ଆଜି ପ୍ରାଣ ହରାଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହେବା ପରେ ପାଟନାର ଏକ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଆଜି ଭୋର ସମୟରେ ହିଁ ସେ ଉକ୍ତ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁସାରେ, ବିହାର ପୂର୍ବତନ ଶିକ୍ଷାମନ୍ତ୍ରୀ ଶ୍ରୀ ଚୌଧୁରି ୩ ଦିନ ତଳେ ହିଁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶ୍ରୀ ଚୌଧୁରୀ ଜେଡିୟୁ ଟିକେଟ୍‌ରୁ ତାରାପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ।


ଅନ୍ୟପକ୍ଷରେ ବିହାରରେ ମଧ୍ୟ କରୋନାର ଉଗ୍ର ରୂପ ଦେଖିବାକୁ ମିଳିଲାଣି। ରବିବାର ସମଗ୍ର ରାଜ୍ୟରୁ ୮,୬୯୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି ଏହି ପ୍ରାଣଘାତୀ ଭାଇରସ ୨୭ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ବିହାରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭୪୯କୁ ବୃଦ୍ଧି ପାଇଛି।

ବିହାରର ରାଜଧାନୀ ପାଟନା ସଂକ୍ରମଣ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଏଠାରେ ଗତକାଲି ୨୨୯୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୯ ଜଣଙ୍କ ଜୀବନ ଯାଇଛି। ରାଜ୍ୟରେ ବର୍ତ୍ତମାନ ୪୪,୭୦୦ ପଜିଟିଭ କେସ୍‌ ରହିଛି।

ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାର ସରକାର ରବିବାରଠାରୁ ରାତି ୯ରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ସେହିପରି ମେ’ ୧୫ ତାରିଖ ଯାଏ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି।

The post କରୋନାରେ ଚାଲିଗଲା ବିଧାୟକଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/32ubm69

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages