ଦିନକରେ ୯୬ ହଜାର ପାର୍‌ କଲା ସଂକ୍ରମିତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 5, 2021

ଦିନକରେ ୯୬ ହଜାର ପାର୍‌ କଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବେକାକୁ ହେଲାଣି ମହାମାରୀ କରୋନା । ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିଚାଲିଛି। ଦେଶରେ ଏବେ କରୋନା ଗ୍ରାଫ ଉପର ମୁହାଁ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୯୬ ହଜାର ୯୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି  ଦିନକରେ କରୋନା ଜନିତ ମୃତ୍ୟୁ ସିଂଖ୍ୟା ରହିଛି ୪୪୬ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୬ ଲକ୍ଷ ୮୬ ହଜାର ୪୯କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ମୋଟ ୧ କୋଟି ୧୭ ଲକ୍ଷ ୩୨ ହଜାର ୨୭୯ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଦେଶରେ ସମୁଦାୟ ୭ ଲକ୍ଷ ୮୮ ହଜାର ୨୨୩ଟି ସକ୍ରିୟ ମାମଲା ରହିଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ମୋଟ ୧ ଲକ୍ଷ ୬୫ ହଜାର ୫୪୭ ଜଣ ପ୍ରାଣ ହରାଇଛନ୍ତି।

ଅନ୍ୟପଟେ କୋରାନାକୁ ମାତ୍‌ ଦେବା ପାଇ ଦେଶରେ ଟିକାକରଣ ଜାରି ରହିଛି।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁସାରେ ସୋମବାର ସନ୍ଧ୍ୟା ସୁଦ୍ଧା ୮ କୋଟି ୩୧ ଲକ୍ଷ ୧୦ ହଜାର ୯୨୬ ଜଣଙ୍କୁ ଟିକା ଦିଆ ସରିଛି।

The post ଦିନକରେ ୯୬ ହଜାର ପାର୍‌ କଲା ସଂକ୍ରମିତଙ୍କ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/31SkfpP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages