ଯିଏ ମୋତେ ଧୋକା ଦେଇଛି ମୁଁ ତାକୁ ବାହା ହେବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 6, 2021

ଯିଏ ମୋତେ ଧୋକା ଦେଇଛି ମୁଁ ତାକୁ ବାହା ହେବି

ଭଦ୍ରକ(ପାର୍ଥ ସାରଥୀ ନାୟକ): ଜଳଖିଆ ଦୋକାନରେ ପ୍ରେମିକାକୁ ଛାଡ଼ି ଛୁ ମାରିଲା ପ୍ରେମିକ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ପଞ୍ଚାୟତ ଆରଡିଛକ ଠାରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯୁବତୀ ଜଣଙ୍କ ଏକ ଜଳଖିଆ ଦୋକାନରେ ଛିଡା ହୋଇ କାନ୍ଦୁ ଥିଲେ। ସମସ୍ତେ ଦେଖୁଥିଲେ । କେହି କିଛି କହୁ ନଥିଲେ। ଘଟଣା ବୁଝିବାରୁ ପୂରା କାହାଣୀ ସାମ୍ନାକୁ ଆସିଥିଲା।

ଯୁବତୀଙ୍କ ଘର କେନ୍ଦୁଝର ଜିଲ୍ଲାରେ ହୋଇଥିବା ବେଳେ ଯୁବକ ଜଣକ ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡିଛି। ମିସ କଲରୁ ପ୍ରେମ ଆରମ୍ଭ ହୋଇଥିଲା । ବର୍ଷେ ହେବ ଏହି ଯୁବତୀ ଜଣକ ଭଦ୍ରକ ବାସୁଦେବପୁର ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ।

ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣକ ଏହି ଯୁବତୀଙ୍କୁ ନିଜ ଘରକୁ ଡକାଇଥିଲେ । ଯୁବତୀ ଜଣକଙ୍କୁ ୨ଦିନ ଘରେ ରଖିବା ପରେ ତାଙ୍କ ସହ ଶାରୀରିକ ସଂପର୍କ ରଖି ଶେଷରେ ଆରଡିଛକରେ ଛାଡ଼ି କେଉଁଆଡ଼େ ପଳାଇ ଯାଇଛନ୍ତି । ଯୁବତୀ ଜଣକ ଯୁବକଙ୍କୁ ଫୋନ କରିବା ପରେ ସେ ମୋବାଇଲ ସୁଇଚ୍‌ ଅଫ୍ କରିଦେଇଥିଲେ। ଫଳରେ ଯୁବତୀ ଜଣକ କନ୍ଦାକଟା କରିବା ସହ ଲୋକଙ୍କ ସହଯୋଗ ଲୋଡିଥିଲେ । ପରେ ସ୍ଥାନୀୟ ସାମ୍ବାଦିକ ରାଜେଶ ସେଠାରେ ପହଞ୍ଚି  ଯୁବତୀଙ୍କୁ ଆସିୟାନା ସୁଧାର ଗୃହକୁ ପଠାଇଥିଲେ । ଏବେ ଯୁବତୀ ଜଣଙ୍କ ସଂପୃକ୍ତ ଯୁବକଙ୍କୁ ବିବାହ ପାଇଁ ଅଡି ବସିଛନ୍ତି।

The post ଯିଏ ମୋତେ ଧୋକା ଦେଇଛି ମୁଁ ତାକୁ ବାହା ହେବି appeared first on Odisha Reporter.



from Odisha Reporter https://ift.tt/3fP1dJa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages