କେତେ ମହାମାରୀ ଆସିଛି ଯାଇଛି, କରୋନା ବି ଯିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 23, 2021

କେତେ ମହାମାରୀ ଆସିଛି ଯାଇଛି, କରୋନା ବି ଯିବ!

  • ସୂର୍ଯ୍ୟମଣି ମିଶ୍ର

ବିଶ୍ୱରେ ମହାମାରୀର ଇତିହାସ ଉପରେ ଆଖି ପକାଇଲେ ସ୍ପଷ୍ଟ ହୁଏ ଯେ ବିଭିନ୍ନ ସମୟରେ ଗୋଟିଏ ପରେ ଗୋଟିଏ ମହାମାରୀ ଆସିଛି, ଜୀବନ ଓ ଧନର କ୍ଷତିସାଧନ କରିଛି, ଶେଷରେ ମଣିଷ ଜିତିଛି, ମଣିଷ ଆଗରେ ହାର ମାନିଛି ମହାମାରୀ ଏବଂ ତାକୁ ଯିବାକୁ ପଡ଼ିଛି।

ଏନ୍‍ସେଫଲାଇଟିସ ଲେଟାର୍ଗିକା (୧୯୧୫-୧୯୨୬): ଏହି ସଂକ୍ରାମକ ବେମାରୀ ବିଶ୍ୱରେ ଦେଖିବାକୁ ମିଳିଥିଲା। ପାଖାପାଖି ୧୧ ବର୍ଷ ଧରି ଏହି ମହାମାରୀ ରହିଥିଲା, ପରେ ଏହାର ଅନ୍ତ ଘଟିଥିଲା। ସ୍ପେନିସ୍‍ ଫ୍ଲୁ (୧୯୧୮-୧୯୨୦) ଏହା ପ୍ରଥମ ଯୁଦ୍ଧ କାରଣରୁ ବ୍ୟାପିଥିଲା। ଭାରତକୁ ଏହା ସୈନିକଙ୍କ ମାଧ୍ୟମରେ ଆସିଥିଲା। ସୈନିକମାନେ ବିଶ୍ୱଯୁଦ୍ଧରେ ଅଂଶଗ୍ରହଣ କରି ଫେରିଥିଲେ। ବିଶ୍ୱରେ ଆଜି ବି ଏନ୍‍ସେଫଲାଇଟିସ ଲେଫର୍ଜିକା ସହ ଲଢୁଛନ୍ତି ମଣିଷ। ସେହି ସମୟରେ ନୂଆ ଥିଲା ମହାମାରୀ। ଯାହକୁ ସ୍ପେନିସ ଫ୍ଲୁ କୁହାଯାଉଥିଲା।

ହଇଜା(କୋଲେରା ଫେଣ୍ଡାମିକ) (୧୯୬୧-୧୯୭୫): ୧୮୧୭ ପରେ ବିଭ୍ରିଓ କଲେରା (ବେକ୍ଟେରିଆର ଏକ ପ୍ରକାର ରୂପ ଥିଲା।) ହଇଜା ମହାମାରୀ ନାମରେ ପରିଚିତ ଥିଲା। ୫ ବର୍ଷର ସମୟ ମଧ୍ୟରେ ଏହି ଭାଇରସ୍‍ ଏସିଆର କିଛି ଅଞ୍ଚଳରେ ବ୍ୟାପିଥିଲା। ଭାରତ ଏବଂ ବାଂଲାଦେଶରେ ଏହା ଅଧିକ ଭାବେ ବ୍ୟାପିଥିଲା ଶେଷରେ ଭାରତ ହୋଇଥିଲା  ଏହି ମହାମାରୀର କେନ୍ଦ୍ର।

ଫ୍ଲୁ ମହାମାରୀ(୧୯୬୮-୧୯୬୯): ଏହି ମହାମାରୀ ହଂକଂରେ ବ୍ୟାପିଥିଲା। ଦୁଇମାସ ଭିତରେ ଭାରତରେ ପହଂଚିଥିଲା। ଭିଏତନାମ ଯୁଦ୍ଧ ପରେ ଭିଏତନାମରୁ ଫେରିଯାଇଥିବା ଆମେରିକାର ସୈନିକ ଏହି ମହାମାରୀର ଶିକାର ହୋଇଥିଲେ। ଏହାପରେ ୧୯୭୪ଲେ ସ୍ମଲ୍‍-ପକ୍ସ ଏପିଡେମିକ ଭାଇରସ୍‍ ଦେଖାଦେଇଥିଲା। ବିଶ୍ୱରେ ୬୦ ପ୍ରତିଶତ ଏହି ସ୍ମଲ-ପକ୍ସ ଭାଇରସ୍‍ କେବଳ ଭାରତରେ ଦେଖିବାକୁ ମିଳିଥିଲା। ଚିକେନ୍‍-ପକ୍ସ- ଇଣ୍ଡିଆ ଏହା ପରେ ଏହି ଭାଇରସ୍‍ ଭାରତରେ ଦେଖିବାକୁ ମିଳିଥିଲା, ଏହାର ଅନ୍ତ ଘଟାଇବା ପାଇଁ ଏନ୍‍ଏସ୍‍ଇପି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୧୯୭୭ରେ ଏହି ଭାଇରସରୁ ମୁକ୍ତ ହୋଇଥିଲା ଭାରତ।

ସୁରତରେ ପ୍ଲେଗ୍‍: ସେପ୍ଟେମ୍ବର ୧୯୯୪ରେ ନିମୋନିକ ପ୍ଲେଗ୍‍ ସୁରତରେ ଦେଖିବାକୁ ମିଳିଥିଲା। ଧୀରେଧୀରେ ଭାରତର ବିଭିନ୍ନ ସହରକୁ ଭାଇରସ୍‍ ବ୍ୟାପିଥିଲା। ପରେ ଏହି ଭାଇରସ୍‍ ମୁକ୍ତ ହୋଇଥିଲା ଭାରତ। ଏହା ପରେ ସାର୍ସ ଭାଇରସର ସୂଚନା ମିଳିଥିଲା। ଏକବିଂଶ ଶତାବ୍ଦୀରେ ସାର୍ସ ଗମ୍ଭୀର ରୋଗ ଭାବେ ଚିହ୍ନଟ ହେଉଥିଲା। ୨୦୦୨ରୁ ୨୦୦୪ ଦୁଇ ବର୍ଷ ଯାଏ ଏହି ରୋଗର ଭାଇରସ୍‍ ରହିଥିଲା। ଜଣେ ବ୍ୟକ୍ତିଠାରୁ ଆଉ ଜଣେ ବ୍ୟକ୍ତିକୁ ସଂକ୍ରମିତ କରିଥିଲା। କାଶିଲେ କିମ୍ବା ଛିଙ୍କିଲେ ଏହି ରୋଗ ବ୍ୟାପୁଥିଲା। ବୈଜ୍ଞାନିକଙ୍କ ଗବେଷଣାରେ ଏହାର କାରଣ ଜଣାପଡ଼ିଥିଲା ଓ ଏହି ମହାମାରୀର ଅନ୍ତ ଘଟିଥିଲା।

୨୦୦୬ରେ ଡେଙ୍ଗୁ ଏବଂ ଚିକନଗୁନିଆ ରୋଗ ବ୍ୟାପିଥିଲା। ଏହାର ମଧ୍ୟ ଅନ୍ତ ଘଟିଥିଲା। ୨୦୦୯ରେ ହେପାଟାଇଟିସ୍‍ର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଥିଲା। ୨୦୧୪-୧୫ରେ ପୋଲିଓର ପ୍ରକୋପ ଓଡ଼ିଶାରେ ଦେଖିବାକୁ ମିଳିଥିଲା। ଏହାର କାରଣ ଥିଲା ଦୂଷିତ ପାଣି। ପାଇପଲାଇନରେ ଦୂଷିତ ପାଣି ପ୍ରବେଶ କରିବା ପରେ ଏହି ରୋଗ ବ୍ୟାପିଥିଲା। ୨୦୧୪-୧୫ରେ ସ୍ୱାଇନ୍‍ ଫ୍ଲୁ ପୁଣି ଥରେ ଦେଖାଦେଇଥିଲା। ଏଥିରେ ଭାରତର ଗୁଜରାଟ, ରାଜସ୍ଥାନ, ଦିଲ୍ଲୀ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାର ଲୋକ ଅଧିକ ଭାବେ ପ୍ରଭାବିତ ହୋଇଥିଲେ। ୨୦୧୫ ଯାଏ ସାର୍ବଜନିକ ସଚେତନତା ଯୋଗୁଁ ଏହି ରୋଗର ପ୍ରଭାବ କମିଥିଲା, ଭାରତରେ ଏହି ରୋଗର ମାମଲା ସଂଖ୍ୟା ଥିଲା ୩୩ ହଜାର। ୨ ହଜାର ଲୋକ ପ୍ରାଣ ହରାଇଥିଲେ। ୨୦୧୭ରେ ଏନ୍‍ସେଫଲାଇଟିସର ପ୍ରକୋପ ଭାରତର ଉତ୍ତର ପ୍ରଦେଶର ଗୋରଖପୁର ସହରରେ ଦେଖିବାକୁ ମିଳିଥିଲା। ମାଛ କାଟିବା ପରେ ଏଭଳି ରୋଗ ବ୍ୟାପୁଥିବା କଥା ଜଣାପଡ଼ିଛି। ଏହି ରୋଗ ଦ୍ୱାରା ଲୋକ ଶାରୀରିକ ବିକଳାଙ୍ଗ ହୁଅନ୍ତି। କେତେକଙ୍କର ମଧ୍ୟ ଜୀବନ ଯାଇଛି।

୨୦୧୮ରେ କେରଳରେ ଆଉ ଏକ ଭାଇରସର ପରିଚୟ ମିଳିଥିଲା ତାହା ହେଲା ନେପାହ ଭାଇରସ। ୨୦୧୯ରୁ ଅନ୍ୟ ୧୪ଟି ଭାଇରସ ଭଳି ନହେଲେ ବି ନୂଆ ନାମରେ ନୂଆ ରୂପ ନେଇ ଆସିଛି ଏବଂ ବ୍ୟାପି ଚାଲିଛି ‘କରୋନା’। ଏହି ଭାଇରସ୍‍ ସ୍ୱାସ୍ଥ୍ୟ ଢାଞ୍ଚାକୁ ବଦଳେଇବା ପାଇଁ ସରକାରଙ୍କୁ ଆହ୍ୱାନ ଜଣାଇଛି। କାରଣ ଦେଶରେ ସ୍ୱାସ୍ଥ୍ୟ ଢାଞ୍ଚା ଦୁର୍ବଳ ଥିବାରୁ ଏହି ଭାଇରସ୍‍ ଅଧିକ ଭାବେ ନିଜର କାୟା ବିସ୍ତାର କରୁଛି। ଆଖିକୁ ଦେଖା ନଗଲେ ବି ଏହି ଭାଇରସ ପୂର୍ବର ସମସ୍ତ ଭାଇରସ୍‍ ଠାରୁ ଭିନ୍ନ ଭାବରେ ଭାରତୀୟ ଜନସ୍ୱାସ୍ଥ୍ୟର ଦୁର୍ବଳତାକୁ ଆଧାର କରି ବ୍ୟାପିବାରେ ଲାଗିଛି। ସଂକ୍ରମଣ ହାର ବଢୁଛି, ଯଦିଓ ମୃତ୍ୟୁହାର କମ୍‍। ଏହା ପୁଣି ପବନରେ ବ୍ୟାପୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆମ ଦେଶ ଭାରତ ଆମେରିକା କି ଇଂଲଣ୍ଡ ଭଳି ବିକଶିତ ଦେଶ ନୁହେଁ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମ ଦେଶର ମୋଟ ଜିଡ଼ିପିର ମାତ୍ର  ହାରାହାରି ୨ ପ୍ରତିଶତରୁ କମ୍‍ ଖର୍ଚ୍ଚ କରିଛନ୍ତି। ସ୍ୱାସ୍ଥ୍ୟ ଢାଞ୍ଚାରେ ଆନୁଷ୍ଠାନିକ ଏବଂ ଗୁଣାତ୍ମକ ବିକାଶ ଦିଗରେ ଦେଶ ସଫଳ ହୋଇପାରିନାହିଁ।

୨୦୨୦ରେ କରୋନା ଭାଇରସ୍‍ର ପ୍ରଥମ ଲହର ସମୟରେ ଦେଶର ହସ୍‍ପିଟାଲରେ ବେଡ଼୍‍ କମ୍‍ ଥିଲା। ମେଡ଼ିକାଲ ଷ୍ଟାଫଙ୍କ ପାଇଁ ପିପିଇ କମ୍‍ ଥିଲା, ଭେଣ୍ଟିଲେଟର କମ୍‍ ଥିଲା, ଇଞ୍ଜେକ୍‍ସନ୍‍ ରେମଡ଼େସିଭିର କମ୍‍ ଥିଲା। ୨୦୨୧ରେ ମଧ୍ୟ ଏହି ଅଭାବ ଦୂର ହୋଇପାରିଲା ନାହିଁ। ହସପିଟାଲରେ ବେଡ଼ କମ୍‍ ଅଛି, ଟୀକା, ଭେକ୍‍ସିନ୍‍ କମ୍‍ ଅଛି, ଭେଣ୍ଟିଲେଟର କମ ଅଛି, ଔଷଧ ରେମଡେସିଭିର ମଧ୍ୟ କମ୍‍ ଅଛି। ଯାହାଫଳରେ କରୋନା ମହାମାରୀର ଲହର ଘାତକ ଭାବେ ଠିଆ ହୋଇଛି। ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍‍ ଅଭାବ ଥିବା ଜଣାପଡ଼ିଛି। ଯାହାକୁ ନେଇ ମୃତ୍ୟୁସଂଖ୍ୟା ମଧ୍ୟ ଅଧିକ ହେଉଥିବା ସୂଚନା ମିଳିଛି।

ଅନ୍ୟ ୧୪ଟି ଭାଇରସ୍‍ ପୂର୍ବରୁ ଯେତେ ଘାତକ ନଥିଲା କରୋନା ଭାଇରସ୍‍ ଅଧିକ ଭାବେ ଲୋକଙ୍କ ପାଇଁ ଘାତକ ବୋଲି ପ୍ରମାଣିତ ହୋଇଛି। କାରଣ ରୋଗ ପ୍ରତିଷେଧକ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଯେଉଁ ଔଷଧ ଓ ଟୀକା ପ୍ରୟୋଗ ସମସ୍ତଙ୍କ ପାଇଁ ଆବଶ୍ୟକ ତାହା ଉପଲବ୍ଧ କରାଇବାରେ ସରକାର ସଫଳ ହୋଇପାରିନାହାନ୍ତି। ଫଳରେ ଏହି କରୋନା ଭାଇରସ୍‍ ନିଜର ଭୟଙ୍କର ସ୍ୱରୂପକୁ ଦେଖାଉଛି। କିନ୍ତୁ ଆଉ ବେଶୀଦିନ ନୁହେଁ। ହୁଏତ ଆଗାମୀ ବର୍ଷ ମଧ୍ୟରେ ଏହି ମହାମାରୀ ବିଦାୟ ନେବ। କାରଣ ବିଜ୍ଞାନର ବିଜୟ ପୂର୍ବର ଅନ୍ୟ ସମସ୍ତ ଭାଇରସ୍‍ ବିଦାୟରୁ ଜଣାପଡ଼ିଛି।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଫୋନ୍‍: ୯୪୩୮୦୦୬୨୧୫

The post କେତେ ମହାମାରୀ ଆସିଛି ଯାଇଛି, କରୋନା ବି ଯିବ! appeared first on Odisha Reporter.



from Odisha Reporter https://ift.tt/3xnFtdu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages