ଦେଶରେ ସାମାନ୍ୟ କମିଲା କରୋନା ସଂକ୍ରମଣ, ଦିନକରେ ୩୪୧୭ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 2, 2021

ଦେଶରେ ସାମାନ୍ୟ କମିଲା କରୋନା ସଂକ୍ରମଣ, ଦିନକରେ ୩୪୧୭ ମୃତ

ନୂଆଦିଲ୍ଲୀ: ଉଗ୍ର ରୂପ ଧାରଣ କରି ଦେଶରେ ମାଡ଼ି ଚାଲିଥିବା କରୋନା ସଂକ୍ରମଣ ଉପରେ ସାମାନ୍ୟ ବ୍ରେକ ଲାଗିଛି। ତେବେ ମୃତ୍ୟୁସଂଖ୍ୟା ୩ ହଜାର ତଳକୁ ଖସିବାର ନାଁ ଧରୁନି। ଦୈନିକ ସଂକ୍ରମଣ କ୍ରମାଗତ ୪ ଲକ୍ଷ ପାଖରେ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ଏହା ୩ ଲକ୍ଷ ୭୦ ହଜାର ତଳକୁ ଖସି ଆସିଛି।

ତେବେ ଗୋଟିଏ ଦିନରେ ପୁଣି ୩୪୧୭ ଜଣଙ୍କ ମୁଣ୍ଡ ଯିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଦିଲ୍ଲୀ ଓ ମହାରାଷ୍ଟ୍ରରେ କ୍ରମାଗତ ଭାବେ ମୃତ୍ୟୁସଂଖ୍ୟା ବଢ଼ୁଛି। ଉତ୍ତର ପ୍ରଦେଶ, କେରଳ ଓ ଆନ୍ଧ୍ର ପ୍ରଦେଶରେ ସଂକ୍ରମଣ ବୃଦ୍ଧି ହେବା ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩,୬୮,୧୪୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୯୯,୨୫,୬୦୪କୁ ବୃଦ୍ଧି ପାଇଛି। ସେହିପରି ଆଉ ୩୪୧୭ ଜଣଙ୍କ ମୃତ୍ୟୁ ଘଟିବାରୁ ମୋଟ କରୋନା ଜନିତ ମୃତ୍ୟୁ ୨,୧୮,୯୫୯ରେ ପହଞ୍ଚି ଯାଇଛି।


ଗୋଟିଏ ଦିନରେ ପୁଣି ୩ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ୩,୦୦,୭୩୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିବା ପରେ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୬୨,୯୩,୦୦୩ ଛୁଇଁଛି। ଏବେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୩୪,୧୩,୬୪୨ ରହିଛି।

ସର୍ବାଧିକ ଆକ୍ରାନ୍ତ ହୋଇଥିବା ୫ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର(୫୬,୬୪୭), କର୍ଣ୍ଣାଟକା(୩୭,୭୩୩), କେରଳ(୩୧,୯୫୯), ଉତ୍ତର ପ୍ରଦେଶ(୩୦,୮୫୭) ଓ ଆନ୍ଧ୍ର ପ୍ରଦେଶ(୨୩,୯୨୦) ରହିଛନ୍ତି। ଅନ୍ୟପକ୍ଷରେ ଦେଶରେ ବର୍ତ୍ତମାନ ସୁଦ୍ଧା ୧୫,୭୧,୯୮,୨୦୭ ଜଣଙ୍କୁ କରୋନା ଟିକା ଦିଆଯାଇ ସାରିଲାଣି।

The post ଦେଶରେ ସାମାନ୍ୟ କମିଲା କରୋନା ସଂକ୍ରମଣ, ଦିନକରେ ୩୪୧୭ ମୃତ appeared first on Odisha Reporter.



from Odisha Reporter https://ift.tt/3tejv9y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages