ଦେଶରେ ମାଗଣା ଟିକା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ୧୩ ବିରୋଧୀ ଦଳ ନେତାଙ୍କ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 2, 2021

ଦେଶରେ ମାଗଣା ଟିକା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ୧୩ ବିରୋଧୀ ଦଳ ନେତାଙ୍କ ଚିଠି

ନୂଆଦିଲ୍ଲୀ: ଗୋଟିଏ ପଟେ ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଦାବି ଜୋର ଧରିଛି। ବିଭିନ୍ନ ରାଜ୍ୟରେ ଲୋକଙ୍କୁ ମାଗଣାରେ ଟିକାକରଣ କରାଯିବ ବୋଲି ସ୍ଥାନୀୟ ସରକାର ଘୋଷଣା କରିଛନ୍ତି। ତେବେ କେନ୍ଦ୍ର ସରକାର ସବୁ ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ଜାତୀୟସ୍ତରରେ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି।

ଏ ସଂକ୍ରାନ୍ତରେ ୧୩ ଜଣ ବିରୋଧୀ ଦଳ ନେତା ମିଳିତ ଭାବେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଦୁଇ ଦିନ ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ କରୋନା ମାମଲାର ଶୁଣାଣି କରିବା ବେଳେ ଟିକାକରଣ ପାଇଁ କାହିଁକି ଜାତୀୟ ନୀତି କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ।

ଏବେ ୧୩ ଜଣ ବିରୋଧୀ ଦଳ ନେତା ଟିକାକରଣ ପାଇଁ ଜାତୀୟ ନୀତି ପ୍ରଣୟନ କରି ମାଗଣାରେ ସମସ୍ତ ନାଗରିକଙ୍କୁ ଟିକା ଦେବାକୁ ଦାବି କରିଛନ୍ତି। ମିଳିତ ବିବୃତିରେ ସେମାନେ କେନ୍ଦ୍ର ସରକାର ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ ଠିକ୍‌ ଭାବେ ସପ୍ଲାଏ କରିବାକୁ ମଧ୍ୟ କହିଛନ୍ତି।

ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଅକ୍ସିଜେନ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ବିରୋଧୀ ଦଳର ନେତାମାନେ ଅକ୍ସିଜେନ ଯୋଗାଣ କରିବାକୁ କେନ୍ଦ୍ର ସରକାରଙ୍କୁ ମିଳିତ ଭାବେ ଚିଠି ଲେଖିଛନ୍ତି। ଏହି ଚିଠିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଜେଡିଏସ୍‌ ନେତା ଏଚ୍‌ଡି ଦେବଗୌଡ଼ା, ଏନସିପିର ଶରଦ ପାୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଭଳି ନେତା ଦସ୍ତଖତ କରିଛନ୍ତି।

ସେମାନେ ଚିଠିରେ କହିଛନ୍ତି, “କରୋନା ସଂକ୍ରମଣ ବଢ଼ୁଥିବାରୁ ଆମେ କେନ୍ଦ୍ର ସରକାରଙ୍କୁ ନିରବଚ୍ଛିନ୍ନ ଭାବେ ସବୁ ହସ୍ପିଟାଲକୁ ଠିକ୍‌ ଓ ଆବଶ୍ୟକ ପରିମାଣର ଅକ୍ସିଜେନ ଯୋଗାଣ ପାଇଁ ଦାବି କରୁଛୁ। ଏଥିସହ କେନ୍ଦ୍ର ସରକାର ସାରା ଦେଶରେ ସମସ୍ତଙ୍କ ପାଇଁ ତୁରନ୍ତ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରନ୍ତୁ। ବଜେଟ୍‌ରେ ଟିକା ପାଇଁ ୩୫ ହଜାର କୋଟିର ବ୍ୟୟବରାଦ ହୋଇଥିଲା। ଏହି ଅର୍ଥକୁ ମାଗଣା ଟିକାକରଣ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉ।”

The post ଦେଶରେ ମାଗଣା ଟିକା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ୧୩ ବିରୋଧୀ ଦଳ ନେତାଙ୍କ ଚିଠି appeared first on Odisha Reporter.



from Odisha Reporter https://ift.tt/3aZIffH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages