ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଭୁବନେଶ୍ୱରେ ଆରମ୍ଭ ହୋଇଛି ଟିକାକରଣ। ଭାରତ ବାୟୋଟେକ୍ ଠାରୁ ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ପାଇବା ପରେ ଭୁବନେଶ୍ୱରରେ ଏହି ଅଭିଯାନ ଚାଲିଛି।
ଯେଉଁମାନେ କୋଓ୍ୱିନ୍, ଆରୋଗ୍ୟ ସେତୁ କିମ୍ବା ଉମଙ୍ଗ ଆପ୍ ଜରିଆରେ ପଞ୍ଜୀକରଣ କରିଛନ୍ତି, ସେମାନଙ୍କୁ ମିଳିଛି ସ୍ଲଟ୍। ସେହି ସ୍ଲଟ ଅନୁସାରେ ଆଜି ୧୮ ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି।
ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ପ୍ରାୟ ୫ ଲକ୍ଷ ନାଗରିକଙ୍କୁ ଟିକା ଦେବା ପାଇଁ ଟାର୍ଗେଟ ରହିଛି। ଜୁନ୍ ମାସ ଶେଷ ସପ୍ତାହ କିମ୍ବା ଜୁଲାଇ ଭିତରେ ଏହି ବର୍ଗର ସମସ୍ତ ନାଗରିକଙ୍କୁ ଦ୍ୱିତୀୟ ଡୋଜ୍ ଦେବା ପାଇଁ ମଧ୍ୟ ଯୋଜନା ରହିଛି।
ସକାଳ ୮ରୁ ଦିନ ଗୋଟାଏ ଯାଏଁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯିବ। ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏଁ ଟିକା ଦିଆଯିବ।
The post ୧୮ରୁ ୪୪ ବର୍ଷ ଲୋକଙ୍କ ପାଇଁ ଭୁବନେଶ୍ୱରେ ଆରମ୍ଭ ହୋଇଛି ଟିକାକରଣ appeared first on Odisha Reporter.
from Odisha Reporter https://ift.tt/3aX1ruh
No comments:
Post a Comment