ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ଲକଡାଉନ ଏବଂ ଶଟଡାଉନ କଟକଣା ଲାଗୁ ହେଉଥିଲେ ହେଁ ସଂକ୍ରମଣ କମୁନାହିଁ। ଗତବର୍ଷ କେନ୍ଦ୍ର ସରକାର ଦେଶବ୍ୟାପୀ ଲକଡାଉନ ଲାଗୁ କରି କିଛି ମାତ୍ରରେ ସଂକ୍ରମଣ ରୋକିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଏବେ ଲକଡାଉନ ଲାଗୁ କରୁ ନଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ଅନେକ ମତ ଦେଉଛନ୍ତି।
ଏହାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ସମର୍ଥନ କରିଛନ୍ତି। ସେ ଆଜି ଟ୍ୱିଟ କରି କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରକୁ ରୋକିବାକୁ ହେଲେ ଲକଡାଉନ ହିଁ ଏକମାତ୍ର ସମାଧାନର ବାଟ। ହେଲେ ଭାରତ ସରକାର ଏହାକୁ ବୁଝିପାରୁନାହାନ୍ତି। ସଂପୂର୍ଣ୍ଣ ଲକଡାଉନ କରାଗଲେ ସଂକ୍ରମଣ ରୋକାଯାଇପାରିବ। ଲକଡାଉନରେ ପ୍ରଭାବିତ ହେଉଥିବା ଲୋକଙ୍କ ସୁରକ୍ଷା ପାଇଁ ନ୍ୟାୟ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବା ଉଚିତ। ଭାରତ ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।
GOI doesn’t get it.
The only way to stop the spread of Corona now is a full lockdown- with the protection of NYAY for the vulnerable sections.
GOI’s inaction is killing many innocent people.
— Rahul Gandhi (@RahulGandhi) May 4, 2021
ରାହୁଲ ଏଠାରେ ନ୍ୟାୟ ଯୋଜନା କଥା କହିଛନ୍ତି। କଂଗ୍ରେସ ୨୦୧୯ ଲୋକସଭା ନିର୍ବାଚନରେ କ୍ଷମତାକୁ ଆସିଲେ ନ୍ୟାୟ ଯୋଜନାରେ ଲୋକଙ୍କୁ ସହଯୋଗ କରିବ ବୋଲି କହିଥିଲା। କଂଗ୍ରେସ କହିଥିଲା ଯେ ଦଳ କ୍ଷମତାକୁ ଆସିଲେ ଗରିବଙ୍କ ପାଇଁ ‘ନ୍ୟାୟ’ ଯୋଜନା ପ୍ରଣୟନ କରିବ। ଏହାଦ୍ୱାରା ଦେଶର ୨୦% ସବୁଠାରୁ ଗରିବ ପରିବାର ବର୍ଷକୁ ୭୨ ହଜାର ଟଙ୍କା ପାଇବେ। ଏହି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଏବେ ଏହାକୁ ମୋଦି ସରକାର ଲକଡାଉନ ଲାଗୁ କରି କାର୍ଯ୍ୟକାରୀ କରିବାକୁ ରାହୁଲ କହିଛନ୍ତି।
The post କରୋନାକୁ ରୋକିବାର ଏକମାତ୍ର ବିକଳ୍ପ ଦେଶବ୍ୟାପୀ ଲକଡାଉନ: ରାହୁଲ ଗାନ୍ଧି appeared first on Odisha Reporter.
from Odisha Reporter https://ift.tt/3thfsJQ
No comments:
Post a Comment