୨୭ ବର୍ଷର ବିବାହରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ପରସ୍ପରଠୁ ଅଲଗା ହେଲେ ବିଲ୍‌ ଗେଟ୍ସ ଓ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 3, 2021

୨୭ ବର୍ଷର ବିବାହରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ପରସ୍ପରଠୁ ଅଲଗା ହେଲେ ବିଲ୍‌ ଗେଟ୍ସ ଓ ପତ୍ନୀ

ୱାଶିଂଟନ: ବିଶ୍ୱର ଅନ୍ୟତମ ଧନୀ ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସ ପରସ୍ପର ସହ ସବୁ ପ୍ରକାରର ବିବାହ ସମ୍ପର୍କଚ୍ଛିନ୍ନ କରିଛନ୍ତି। ବାହାଘରର ଦୀର୍ଘ ୨୭ ବର୍ଷ ପରେ ଉଭୟ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି। ୧୯୮୭ ମସିହାରେ ମେଲିଣ୍ଡା ମାଇକ୍ରୋସଫ୍ଟ କମ୍ପାନୀରେ ଯୋଗଦେବା ବେଳେ ବିଲ ଗେଟ୍ସଙ୍କ ସହ ତାଙ୍କର ପରିଚୟ ହୋଇଥିଲା।

ପରେ ଏହି ପରିଚୟ ପ୍ରେମ ଓ ଶେଷରେ ବିବାହର ରୂପ ନେଇଥିଲା। ହେଲେ ଦୀର୍ଘ ୨୭ ବର୍ଷ ଏକାଠି ରହିବା ପରେ ଉଭୟ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ଉଭୟଙ୍କର ୩ ସନ୍ତାନ ରହିଛନ୍ତି। ସମସ୍ତେ ମିଳିତ ଭାବେ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନକୁ ଚଳାଉଛନ୍ତି।

ଆଜି ଗେଟ୍ସ ଦମ୍ପତି ଟ୍ୱିଟ କରି କହିଛନ୍ତି, “ଦୀର୍ଘ ଦିନ ଧରି ଚାଲିଥିବା ଚିନ୍ତନ ଓ ଅନେକ କାମ କରିବା ପରେ ଆମେ ଆମ ବାହାଘର ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛୁ। ବିଗତ ୨୭ ବର୍ଷ ଧରି ଆମେ ୩ ସନ୍ତାନର ଜନକ ହୋଇଛି । ଏହି ସମୟରେ ଆମେ ଏମିତି ଏକ ଫାଉଣ୍ଡେସନ ଗଠନ କରିଛୁ, ଯାହା ସମଗ୍ର ବିଶ୍ୱରେ ଲୋକଙ୍କୁ ସୁସ୍ଥ ଓ ସୁରକ୍ଷିତ ଜୀବନ ବିତାଇବାରେ ସହଯୋଗ କରୁଛି।

ଆମେ ବିଶ୍ୱାସର ସହ କହୁଛୁ ଯେ ଆମେ ଏକାଠି ଫାଉଣ୍ଡେସନ ପାଇଁ କାମ କରିବୁ। କିନ୍ତୁ ଆମେ ଦମ୍ପତି ଭାବେ ଭବିଷ୍ୟତ ଜୀବନରେ ଏକାଠି ଆଗକୁ ବଢ଼ିବୁ ବୋଲି ଆମର ବିଶ୍ୱାସ ନାହିଁ। ଆମେ ପରିବାରର ଗୋପନୀୟତା ଓ ସ୍ପେଶ ଆପଣମାନଙ୍କ ଠାରୁ ଚାହୁଁଛୁ। କାରଣ ଆମେ ଏବେ ନୂଆ ଜୀବନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ।”

ସୂଚନାଯୋଗ୍ୟ , ୬୫ ବର୍ଷୀୟ ବିଲ ଗେଟ୍ସ ହେଉଛନ୍ତି ବିଶ୍ୱର ୪ର୍ଥ ଧନୀ ବ୍ୟକ୍ତି। ତାଙ୍କ ପାଖରେ ୧୨୪ ବିଲିୟନ ଡଲାରର ସମ୍ପତ୍ତି ରହିଛି। ବିଲ ତାଙ୍କ ପତ୍ନୀ ମେଲିଣ୍ଡାଙ୍କ ସହ ମିଶି ଗଠନ କରିଥିବା ଫାଉଣ୍ଡସେନ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲୋକଙ୍କୁ ସଂକ୍ରମଣ ରୋଗକୁ ବଞ୍ଚାଇବାକୁ କାମ କରୁଛି। ସେହିପରି ପିଲାମାନଙ୍କ ଟିକାକରଣ ପାଇଁ ମଧ୍ୟ ଏହି ଫାଉଣ୍ଡେସନ କାର୍ଯ୍ୟ କରୁଛି। କରୋନା ସଂକ୍ରମଣ ବେଳେ ଟିକା ଉପରେ ରିସର୍ଚ୍ଚ ଓ ଟିକାଣ ପାଉଁ ଗେଟ୍ସ ଫାଉଣ୍ଡସେନ ପ୍ରାୟ $1.75bn ଦେଇଛି। ବିଲ ଓ ମେଲିଣ୍ଡା ଫାଉଣ୍ଡେସନ ୨୦୦ ମସିହାରେ Seattle ତିଆରି ହୋଇଥିଲା।

ବର୍ତ୍ତମାନ ୫୬ ବର୍ଷରେ ପାଦ ଦେଇଥିବା ମେଲିଣ୍ଡା ୧୯୮୭ରେ ମାଇକ୍ରୋସଫ୍ଟରେ ପ୍ରଡକ୍ଟ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ନ୍ୟୁୟର୍କରେ ସେହିବର୍ଷ ପ୍ରଥମଥର ପାଇଁ ଗୋଟିଏ ବିଜନେସ ଡିନରରେ ସେ ଓ ବିଲ୍‌ ଗେଟ୍ସ ଏକାଠି ବସିଥିଲେ। ପରେ ଉଭୟ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ।

୧୯୯୪ ମସିହାରେ ବିଲ ଓ ମେଲିଣ୍ଡା ବିବାହ କରିଥିଲେ। ଏହି ବିବାହ କାର୍ଯ୍ୟକ୍ରମ ଲାନିଆର ହାୱିଆନ ଦ୍ୱୀପପୁଞ୍ଜରେ ହୋଇଥିଲେ। ଅଜଣା ଅତିଥି କାଳେ ବାହାଘରରେ ପ୍ରବେଶ କରିଯିବେ, ସେଥିପାଇଁ ବିଲ ଗେଟ୍ସ ସମସ୍ତ ସ୍ଥାନୀୟ ହେଲିକପ୍ଟରକୁ ଭଡ଼ା ଦେଇ ନିଜ ପାଖରେ ରଖିଥିଲେ। ଗତବର୍ଷ ବିଲ ଗେଟ୍ସ ମାଇକ୍ରୋସଫ୍ଟ ବୋର୍ଡରୁ ଓହରି ଯାଇଥିଲେ।

The post ୨୭ ବର୍ଷର ବିବାହରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ପରସ୍ପରଠୁ ଅଲଗା ହେଲେ ବିଲ୍‌ ଗେଟ୍ସ ଓ ପତ୍ନୀ appeared first on Odisha Reporter.



from Odisha Reporter https://ift.tt/3eiCdJc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages