କାର୍‌ କିଣିବାକୁ ମା’ ମନା କରିବାରୁ ଯୁବକଙ୍କ ଉନ୍ମତ୍ତକାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 3, 2021

କାର୍‌ କିଣିବାକୁ ମା’ ମନା କରିବାରୁ ଯୁବକଙ୍କ ଉନ୍ମତ୍ତକାଣ୍ଡ

କରଞ୍ଜିଆ (ଓଡ଼ିଶା ରିପୋର୍ଟର): କାର୍ କିଣିବାକୁ ମା’ ମନା କରି ଦେବାରୁ ଜଣେ ନିଶାଗ୍ରସ୍ତ ଯୁବକ କରିଛନ୍ତି ଉନ୍ମତ୍ତ କାଣ୍ଡ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ପିଛୁଳି ଗାଁରେ।

ଉନ୍ମତ୍ତ କାଣ୍ଡ କରିଥିବା ଏହି ଯୁବକଙ୍କ ନାଁ ଦୀପୁ ମହାନ୍ତି। ସେ ନିଶାଗ୍ରସ୍ତ ଅବସ୍ଥାରେ ଏକ କାର କିଣିବା ପାଇଁ ତାଙ୍କ ମା’ଙ୍କ ନିକଟରେ ଦାବି କରିଥିଲେ। କିନ୍ତୁ ମା’ ମନା କରି ଦେଇଥିଲେ। ଏହା ପରେ ସେ ଉତ୍ପାତ ଆରମ୍ଭ କରି ଦେଇଥିଲେ।

ଦୀପୁ ନିଶାଗ୍ରସ୍ତ ଅବସ୍ଥାରେ ନିଜ ବାଇକ୍ ପୋଡ଼ି ଦେଇଥିଲେ। ଏହା ସହିତ ଘର ଉପରକୁ ଚଢ଼ି କୁରାଢ଼ୀ ସାହାଯ୍ୟରେ ଟାଇଲ ଗୁଡ଼ିକୁ ପିଟି ଭାଙ୍ଗି ଦେଇଥିଲେ। ତାଙ୍କ ମା’ ଓ ପତ୍ନୀଙ୍କୁ ମାରି ଦେବାକୁ ବି ଧମକ ଦେଇଥିଲେ। ଏହା ଦେଖି ଗ୍ରାମବାସୀ ପୁଲିସ୍‌କୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପହଞ୍ଚିବା ପରେ ଦୀପୁଙ୍କୁ ଧରିବା ପାଇଁ ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ପ୍ରାୟ ୪/୫ ଘଣ୍ଟା ଧରି ସେମାନଙ୍କୁ କସରତ କରିବାକୁ ପଡ଼ିଥିଲା। କାରଣ ସେ ବାରମ୍ବାର ଆତ୍ମହତ୍ୟା ଧମକ ଦେଉଥିଲା। ତେବେ ଶେଷରେ ସେ ନିଜ ହାତ ଓ ବେକକୁ କାଟିବାକୁ ଉଦ୍ୟମ କଲା ବେଳେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ତାଙ୍କୁ ଧରି ପକାଇଥିଲେ।

ଦୀପୁ ନିଜ ପାପୁଲି କାଟି ଦେଇଥିବାରୁ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

The post କାର୍‌ କିଣିବାକୁ ମା’ ମନା କରିବାରୁ ଯୁବକଙ୍କ ଉନ୍ମତ୍ତକାଣ୍ଡ appeared first on Odisha Reporter.



from Odisha Reporter https://ift.tt/3xJOuxR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages