କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩.୨୯ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୩୮୭୬ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 10, 2021

କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩.୨୯ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୩୮୭୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସକୁ ନେଇ ସାମାନ୍ୟ ଆଶ୍ୱସ୍ତି କଲା ଭଳି ଖବର ଆସିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ହୋଇଛି । ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୨୯,୯୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ୨୪ ଘଣ୍ଟା ଭିତରେ ୩୮୭୬ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାସହ ଦିନକ ଭିତରେ ୩,୫୬,୦୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡିସଚାର୍ଜ ହେଉଥିବା ଲୋକଙ୍କ ମଧ୍ୟରେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଦିଲ୍ଲୀରୁ ୭୪ ପ୍ରତିଶତ ରୋଗୀ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ କରୋନା ଆକ୍ଟିଭ୍ ମାମଲାରେ ୩୦୦୧୬ ହ୍ରାସ ପାଇଛି । ଏବେ ଦେଶରେ କରୋନା ଭାଇରସ୍ ଆକ୍ଟିଭ୍ ମାମଲ ୩୭,୧୫,୨୨୧ ହୋଇଛି । ସେହିପରି ଦେଶରେ ଏପର୍ଯ୍ୟନ୍ତ ୧.୯୦ କୋଟି ଲୋକ ସୁସ୍ଥ ହୋଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୨.୨୯ କୋଟିରୁ ଅଧିକ ମାମଲା ସାମ୍ନାକୁ ଆସିଛି । ହୁଏତ କରୋନା ମାମଲା ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ମୃତ୍ୟୁ ସଂଖ୍ୟା ଏବେବି ଚିନ୍ତାର ବିଷୟ ରହିଛି । ଏପର୍ଯ୍ୟନ୍ତ ଦେଶରେ ୨୪୯୯୯୨ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି । ଏଥିସହ କରୋନା ଭାଇରସରେ ହେଉଥିବା ମୃତ୍ୟୁ ହାର ୧.୦୯ ପ୍ରତିଶତ ରହିଛି ।

ଅନ୍ୟପକ୍ଷରେ କରୋନା ଭାଇରସ୍ ବିରୋଧରେ ଚାଲିଥିବା ଲଢ଼େଇରେ ଟିକାକରଣ ମଧ୍ୟ ଜାରି ରହିଛି । ଗତ କିଛି ଦିନ ଧିମା ରହିବା ପରେ ଏବେ ଟିକାକରଣରେ ସାମାନ୍ୟ ସ୍ପିଡ୍ ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରେ ୨୫.୦୩ ଲକ୍ଷରୁ ଅଧିକ ଲୋକଙ୍କୁ ଭ୍ୟାକସିନ୍ ଦିଆଯାଇଛି । ଯେଉଁଥିରେ ୧୪.୨୭ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଓ ୧୦.୭୬ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି ।

ବର୍ତ୍ତମାନ ଦେଶରେ ଦ୍ୱିତୀୟ ଡୋଜ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କାରଣ ଯେଉଁମାନେ ପ୍ରଥମ ଡୋଜ୍ ନେଇସାରିଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦେବା ନିହାତି ଜରୁରୀ । ଏପର୍ଯ୍ୟନ୍ତ ଦେଶରେ ୧୭.୨୭ କୋଟି ଲୋକଙ୍କୁ ପ୍ରଥମ କିମ୍ବା ଦ୍ୱିତୀୟ ଭ୍ୟାକସିନ୍ ମିଳିସାରିଛି ।

The post କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩.୨୯ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୩୮୭୬ ଜଣଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3f7dQ01

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages