୪୫ ବର୍ଷ ବୟସରେ ବି କମିନି ଜଲୱା: ବିସ୍ଫୋରକ ୧୯୦ ରନ ସହ ଲାବୁଶେନଙ୍କ ୱିକେଟ ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 21, 2021

୪୫ ବର୍ଷ ବୟସରେ ବି କମିନି ଜଲୱା: ବିସ୍ଫୋରକ ୧୯୦ ରନ ସହ ଲାବୁଶେନଙ୍କ ୱିକେଟ ନେଲେ

ମେଲବର୍ଣ୍ଣ: କହୁଯାଏ ବୟସ କେବଳ ଗୋଟିଏ ସଂଖ୍ୟା। ଏହାକୁ ସତ ପ୍ରମାଣିତ କରିଛନ୍ତି ୪୫ ବର୍ଶୀୟ ଡାରେନ ଷ୍ଟେଭେନ୍ସ। ପ୍ରଥମ ଶ୍ରେଣୀ କ୍ରିକେଟର ଏହି ଭେଟରାନ ଖେଳାଳୀ ମାତ୍ର ୧୪୯ ବଲରେ ବିସ୍ଫୋରକ ୧୯୦ ରନ କରିବା ପରେ ଷ୍ଟାର କ୍ରିକେଟର ମାର୍ନସ ଲାବୁଶେନଙ୍କ ୱିକେଟ ଦଖଲ କରିଛନ୍ତି।

କେଣ୍ଟ ପକ୍ଷରୁ କାଉଣ୍ଟି ଚାମ୍ପିୟନଶିପ ଖେଳୁଥିବା ଡାରେନ ଗ୍ଲାମୋର୍ଗାନ ବିପକ୍ଷରେ ନିଜର ଜଲୱା ଦେଖାଇଛନ୍ତି। ତାଙ୍କ ବୋଲିଂ ଓ ବ୍ୟାଟିଂ କୌଣସି ଯୁବ କ୍ରିକେଟରଙ୍କ ଠାକୁ କମ ନୁହେଁ। ସେ ୪୫ ବର୍ଷ ବୟସରେ ପାଦ ଥାପିଥିଲେ ହେଁ ପୂରା ଜୋଶରେ କ୍ରିକେଟ ଖେଳ ଜାରି ରଖିଛନ୍ତି। ତାଙ୍କ ବୋଲିଂ ଓ ବ୍ୟାଟିଂର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ମ୍ୟାଚ୍‌ରେ ଗ୍ଲାମୋର୍ଗାନ ପ୍ରଥମେ ବୋଲିଂ କରୁଛି। ପ୍ରଥମ ଇନିଂସରେ କେଣ୍ଟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେଲେ ଡାରେନ ସବୁ ଆକଳନରେ ପାଣି ପକାଇ କେଣ୍ଟ ପାଇଁ ଲଢ଼େଇ କରିଥିଲେ। ସେ ମାତ୍ର ୧୪୯ ବଲର୍‌ରେ ୧୯୦ ରନ୍‌ କରି ଦଳକୁ ସମ୍ମାନଜନ ସ୍ଥିତିରେ ପହଞ୍ଚାଇଥିଲେ। ପ୍ରଥମ ୱିକେଟ ପାଇଁ କେଣ୍ଟର ଦୁଇ ଓପନର ୬୦ ରନ୍‌ ଯୋଡ଼ିଥିଲେ।

ହେଲେ ଏହାପରେ ଦଳ ୩୨ ରନ୍‌ରେ ୭ ୱିକେଟ ହରାଇଥିଲା। ଏହାପରେ ଡାରେନ ଓ ନାଥନ ଗିଲେସ୍ପି ୩୬ ରନ୍ ଯୋଡ଼ିଥିଲେ। ନାଥନ ଆଉଟ ହୋଇଯାଇଥିଲେ ହେଁ ଡାରେନ ୯ମ ୱିକେଟ ପାଇଁ ମିଗୁଇଲ କମିନ୍ସଙ୍କ ସହ ୧୬୬ ରନ୍‌ର ଭାଗିଦାରୀ କରିଥିଲେ। ଏଥିସହ ସେ ନିଜର ଶତକ ହାସଲ କରିଥିଲେ। ୧୪୯ ବଲରେ ୧୯୦ ରନ୍ କରି ଡାରେନ ଆଉଟ ହେବାରୁ କେଣ୍ଟର ଇନିଂସ ୩୦୭ରେ ଅଟକି ଯାଇଥିଲା।


ଏହାର ଜବାବରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଗ୍ଲାମୋର୍ଗାନ ୨ ୱିକେଟ ହରାଇ ୪୮ ରନ୍ କରିଛି। ଦଳର ଅଭିଜ୍ଞ ଲାବୁଶେନଙ୍କୁ ଡାରେନ ଆଉଟ କରି ଗ୍ଲାମୋର୍ଗାନକୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି।

୧୨୮ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରିଥିବା ଡାରେନ ତାଙ୍କ ୧୯୦ ରନ୍‌ର ଇନିଂସରେ ୧୫ଟି ଚୌକା ଓ ୧୫ଟି ଛକା ମାରିଛନ୍ତି। ଏହା ତାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟରର ୩୬ତମ ଶତକ। ଏଯାଏ ଡାରେନ ୩୧୫ଟି ପ୍ରଥମ ଶ୍ରେଶୀ ମ୍ୟାଚ୍ ଖେଳି ୧୫୯୪୦ ରନ୍‌ କରିଛନ୍ତି। ଏହି ଅଲରାଉଣ୍ଡର ଜଣଙ୍କ ଖାତାରେ ୫୬୫ଟି ୱିକେଟ ମଧ୍ୟ ରହିଛି।

The post ୪୫ ବର୍ଷ ବୟସରେ ବି କମିନି ଜଲୱା: ବିସ୍ଫୋରକ ୧୯୦ ରନ ସହ ଲାବୁଶେନଙ୍କ ୱିକେଟ ନେଲେ appeared first on Odisha Reporter.



from Odisha Reporter https://ift.tt/3veISda

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages