ଜୟପୁର (ଓଡ଼ିଶା ରିପୋର୍ଟର): ବୁଲା କୁକୁରଙ୍କ ଆକ୍ରମଣରେ ଏକ ୫ ବର୍ଷ ଶିଶୁର ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଦୋରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁସୁମଗୁଡା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା।
ମୃତ ଶିଶୁର ନାଁ ପଦ୍ମନ ପରଜା। ତାଙ୍କ ବାପାଙ୍କ ନାଁ ସାଧୁ ପରଜା। ପଦ୍ମନ ତାଙ୍କ ବଡ଼ ଭାଇଙ୍କ ସହିତ କୁର୍ଲୁ ନଦୀକୁ ଗାଧୋଇବାକୁ ଯାଇଥିଲେ। ପଦ୍ମନଙ୍କୁ ନଦୀ କୂଳରେ ବସାଇ ତାଙ୍କ ବଡ଼ ଭାଇ ଗାଧୋଉଥିଲେ। ଏହି ସମୟରେ ପଲେ ବୁଲା କୁକୁର ପଦ୍ମନଙ୍କୁ ଆକ୍ରମଣ କରିଥିଲେ। ତେବେ ଶ୍ରବଣ ଶକ୍ତି ବାଧିତ ପଦ୍ମନଙ୍କ ବଡ଼ ଭାଇ ତାଙ୍କ ଚିତ୍କାର ଶୁଣି ପାରି ନଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ବୃଦ୍ଧା ପଦ୍ମନଙ୍କୁ ବଞ୍ଚାଇବକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଆଉ ବଡ଼ ଭାଇ ଗାଧୋଇ ଫେରିଲା ବେଳକୁ ପଦ୍ମନଙ୍କର ମୃତ୍ୟୁ ହୋଇସାରିଥିଲା।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଏହି କୁକୁର ପଲ ପଦ୍ମନଙ୍କୁ ଆକ୍ରମଣ କରିବା ପୂର୍ବରୁ ନିକଟସ୍ଥ ଡକ୍ରାଗୁଡ଼ା ଗାଁରେ ଦୁଇଟି ଛେଳିକୁ ମାରି ଦେଇଥିଲେ। ସେଠାରୁ ଲୋକେ ତଡ଼ି ଦେବା ପରେ କୁକୁର ପଲ କୁସୁମଗୁଡ଼ା ମୁହାଁ ହୋଇଥିଲେ ଓ ପଦ୍ମନକୁ ଏକୁଟିଆ ପାଇ ଆକ୍ରମଣ କରିଥିଲେ।
The post ବୁଲା କୁକୁରଙ୍କ ଆକ୍ରମଣରେ ୫ ବର୍ଷର ଶିଶୁ ମୃତ appeared first on Odisha Reporter.
from Odisha Reporter https://ift.tt/3fY83dz
No comments:
Post a Comment