‘ଇଣ୍ଡିଆନ ଆଇଡଲ-୨୦୨୧’ ବିବାଦକୁ ନେଇ ମୁହଁ ଖୋଲିଲେ ସୁନିଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

‘ଇଣ୍ଡିଆନ ଆଇଡଲ-୨୦୨୧’ ବିବାଦକୁ ନେଇ ମୁହଁ ଖୋଲିଲେ ସୁନିଧି

ମୁମ୍ବାଇ: ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଛି ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ’ । ଏହି ଶୋ’କୁ ନେଇ ଲାଗି ରହିଛି ବିବାଦ । ଏପରିକି ବିବାଦ ଯୋଗୁଁ ଏହି ଶୋ’ଟି ଗତ ସପ୍ତାହରୁ ହିଁ ଟିଆର୍‌ପି ଚାର୍ଟରୁ ବାହାର ହୋଇଯାଇଛି । ନିକଟରେ ଏହି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ବଲିଉଡର ପ୍ରସିଦ୍ଧ ସିଙ୍ଗର ସୁନିଧି ଚୌହାନ । ସେ ଏହି ଶୋ’କୁ ନେଇ ସେ କରିଛନ୍ତି ବଡ଼ ଖୁଲାସା ।

ସୁନିଧି ଏହି ଶୋ’ର ସିଜିନ-୫ ଏବଂ ୬ରେ ଜଜ୍ ଥିଲେ । କିନ୍ତୁ ପରେ ସେ ଏହି ରିଆଲିଟି ଶୋ’ ଛାଡି ଦେଇଥିଲେ । ତେବେ ସେ କାହିଁକି ଶୋ’ ଛାଡିଥିଲେ ଏବଂ ଏହି ଶୋ’କୁ ନେଇ ଲାଗି ରହିଥିବା ବିବାଦ ବିଷୟରେ ନିକଟରେ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି ।

ସୁନିଧି କହିଛନ୍ତି, ଶୋ’ର ନିର୍ମାତା ତାଙ୍କୁ ପ୍ରତିଯୋଗୀଙ୍କ ପ୍ରଶଂସା କରିବାକୁ ଚାପ ପକାଇଥିଲେ । ଏହା ଜରୁରୀ ନୁହେଁ ଯେ ସମସ୍ତଙ୍କୁ ଏହା କରିବା ଆବଶ୍ୟକ କିନ୍ତୁ ଆମକୁ ଏହା କରିବାକୁ କୁହାଯାଇଥିଲା। ଏହା ଏକ ବେସିକ୍ ଜିନିଷ ତେଣୁ ମୁଁ ଆଗକୁ ଯାଇପାରିଲି ନାହିଁ । ସେହି ଲୋକମାନେ ଯାହା ଚାହୁଁଥିଲେ ମୁଁ ସେ ସବୁ କରିପାରିଲି ନାହିଁ । ତେଣୁ ମୁଁ ଶୋ’ ଛାଡି ଦେଇଥିଲି । ସେ କହିଛନ୍ତି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ ଏବଂ ଟିଆର୍‌ପି ବଢ଼ାଇବା ପାଇଁ ନିର୍ମାତାମାନେ ଏଭଳି କରନ୍ତି।

ରିପୋର୍ଟ ମୁତାବକ ନେହା କକଡ, ହିମେଶ ରେଶମିଆ ଏବଂ ବିଶାଲ ଦଦ୍‌ଲାନିଙ୍କ ଉପରେ ମଧ୍ୟ ସୁନିଧି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ‘ଏହି ତିନି ଜଣ ଜଜ୍ ପ୍ରତିଯୋଗୀଙ୍କ କେବେ ବି ତାଙ୍କ ଭୁଲ୍ ସୁଧାରିବାରେ ମୁଁ ଦେଖିନି, ସେ କେବଳ ତାଙ୍କ ପ୍ରଶଂସା ହିଁ କରନ୍ତି ।’

ନିକଟରେ କିଶୋର କୁମାର ସ୍ପେଶାଲ ଏପିସୋଡରେ ତାଙ୍କ ପୁଅ ଅମିତ କୁମାର ଏହି ଶୋ’ରେ ଅତିଥି ରୂପେ ଯୋଗ ଦେଇଥିଲେ । କିନ୍ତୁ ଶୋ’ ସରିବା ପରେ ଅମିତ କୁମାର ଏହି ରିଆଲିଟି ପ୍ରତିଯୋଗିତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ତାଙ୍କୁୁ ନିର୍ମାତା ସମସ୍ତ ପ୍ରତିଯୋଗୀଙ୍କ ପ୍ରଶଂସା କରିବା ପାଇଁ ଚାପ ପକାଇଥିଲେ, ଯାହା ସମ୍ପୂର୍ଣ୍ଣ ରୂପେ ଭୁଲ୍ । ଅମିତାଙ୍କ ଏହି କଥା ପରେ ସିଙ୍ଗିଙ୍ଗ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୨୦୨୧’ କୁ ନେଇ ଧୀରେ ଧୀରେ ବିବାଦ ବଢ଼ିବାରେ ଲାଗିଛି ।

The post ‘ଇଣ୍ଡିଆନ ଆଇଡଲ-୨୦୨୧’ ବିବାଦକୁ ନେଇ ମୁହଁ ଖୋଲିଲେ ସୁନିଧି appeared first on Odisha Reporter.



from Odisha Reporter https://ift.tt/3p3BKOy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages