ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ରେ ଜଣେ ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କର ମୃତ୍ୟୁ ଘଟିଛି। ଭୀମସାର ଅଧୀକ୍ଷକ ଲାଲମୋହନ ନାୟକ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ମୃତ ରୋଗୀଙ୍କଠାରେ ବ୍ଲାକ୍ ଫଙ୍ଗସ୍ର ଲକ୍ଷଣ ରହିଥିଲା। ସେ ୫-୬ ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହେଲେ ଅବସ୍ଥା ଅଧିକ ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଆଇସିୟୁରେ ଥିବାରୁ ତାଙ୍କର ବ୍ଲାକ୍ ଫଙ୍ଗସ୍ ହୋଇଛି କି ନାହିଁ ତାହା ଜାଣିବା ପାଇଁ କ୍ଲିନିକାଲ ଟେଷ୍ଟ କରାଯାଇ ପାରି ନଥିଲା। ତେଣୁ ତାଙ୍କର ବ୍ଲାକ ଫଙ୍ଗସ୍ରେ ମୃତ୍ୟୁ ହୋଇଥିବା କୁହାଯାଇପାରିବ ନାହିଁ। ତେବେ ତାଙ୍କୁ ବ୍ଲାକ୍ ଫଙ୍ଗସ୍ ସନ୍ଦିଗ୍ଧ କୁହାଯାଇପାରିବ ବୋଲି ଅଧୀକ୍ଷକ ସ୍ପଷ୍ଟ କରିଛନ୍ତି।
ଗତକାଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ ଅନ୍ୟ ରାଜ୍ୟରେ ହଜାର ହଜାର ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ସେମିତି ସ୍ଥିତି ନାହିଁ। ରାଜ୍ୟରେ ମାତ୍ର ୨୫ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ୩ ଜଣ ବ୍ଲାକ୍ ଫଙ୍ଗସରେ ପ୍ରାଣ ହରାଇଥିବା କୁହାଯାଉଥିଲେ ହେଁ ସେମାନଙ୍କର ମୃତ୍ୟୁ ଭିନ୍ନ କାରଣରୁ ହୋଇଛି। ବ୍ଳକ୍ ଫଙ୍ଗସ୍ ଚିକିତ୍ସା ପାଇଁ ଯେଉଁ ଇଞ୍ଜେକ୍ସନ ଦରକାର, ତାହା ଯୋଗେଇ ଦେବାକୁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି। ଯାହା ଆସୁଛି, ସେଗୁଡ଼ିକୁ ବଣ୍ଟା ଯାଉଛି। ଆସନ୍ତା ସପ୍ତାହରେ ସ୍ଥିତି ସୁଧୁରିଯିବ।
The post ଭୀମସାରରେ ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3yRFszi
No comments:
Post a Comment