କରୋନା ମୃତକଙ୍କୁ ମନେ ପକାଇ କାନ୍ଦକାନ୍ଦ ହୋଇଗଲେ ମୋଦି, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 21, 2021

କରୋନା ମୃତକଙ୍କୁ ମନେ ପକାଇ କାନ୍ଦକାନ୍ଦ ହୋଇଗଲେ ମୋଦି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଅନେକଙ୍କ ଘର ଉଜାଡ଼ି ଦେଇଛି। କିଏ ବାପା ମା’ଙ୍କୁ ହରାଇଛି ତ କିଏ ସ୍ୱାମୀ, ସ୍ତ୍ରୀ, ଭାଇ ଓ ଭଉଣୀଙ୍କୁ ହରାଇଛି। ବହୁତ କମ ବୟସରେ କରୋନା ଅନେକଙ୍କୁ ପରପାରିକୁ ନେଇ ଯାଇଛି। ସାରା ଦେଶରେ ଏଭଳି ସ୍ଥିତି ଉପୁଜିଥିବା ବେଳେ ପ୍ରତିଦିନ ଗଣମାଧ୍ୟମରେ ଅନେକ ହୃଦୟବିଦାରକ ଘଟଣା ପ୍ରକାଶ ପାଉଛି।

ଆଜି କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକଙ୍କ କଥା ମନେ ପକାଇ ଦେଶର ପ୍ରଧାନମନ୍ତ୍ରୀ ବେଶ ଭାବବିହ୍ୱଳ ହୋଇ ପଡ଼ିଛନ୍ତି। ସେ କରୋନା ମୃତକଙ୍କ ବିଷୟରେ କହିବା ବେଳେ ତାଙ୍କ ସ୍ୱର ଗମ୍ଭୀର ହୋଇଯାଇଥିବା ବେଳେ ଆଖି ଜକେଇ ମଧ୍ୟ ଆସିଛି।

ଏହାର ଭିଡିଓ ଡିଡି ନ୍ୟୁଜ ପକ୍ଷରୁ ଟ୍ୱିଟ କରାଯାଇଛି। ଏଥିରେ ମୋଦି କରୋନା ମୃତକଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛନ୍ତି। ହେଲେ ଏହି ସମବେଦନା ଜଣାଇବା ବେଳେ ସେ କାନ୍ଦକାନ୍ଦ ହୋଇ ଯାଇଥିଲେ। ତଥାପି ନିଜ ଲୁହକୁ ଲୁଚାଇ ରଖି ସେ ହାତ ଯୋଡ଼ି ନିଜର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।


ବାରାଣସୀର ଡାକ୍ତର ଓ ସମ୍ମୁଖଯୋଦ୍ଧାଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ଆଜି ଆଲୋଚନା କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ “ଏହି ଭାଇରସ ଆମର ଅନେକ ଲୋକଙ୍କୁ ଛଡ଼ା ନେଇଛି। ମୁଁ ସେମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ମୃତକଙ୍କ ସଦଗତି କାମନା କରୁଛି। ଅନେକ ପ୍ରଚେଷ୍ଟା ସତ୍ତ୍ୱେ ଭାଇରସର ତା’ର କରାଳାରୂପ ଦେଖାଇ ଚାଲିଛି। ଅନେକ ମୂଲ୍ୟବାନ ଜୀବନ ମଧ୍ୟ ଆମେ ହରାବାରେ ଲାଗିଛୁ।”

ଏହା କହିବା ବେଳେ ସେ କିଛି ସମୟ ଅଟକିବା ସହ ତାଙ୍କ ଓଠ ମଧ୍ୟ ଥରିଥିଲା। ତାଙ୍କ ଆଖିରେ ଲୁହ ଆସିଥିଲେ ହେଁ ସେ ଏହାକୁ ଅଟକାଇ ନିଜର ଉଦବୋଧନ ଉପସ୍ଥାପନ କରିଥିଲେ।

ମୋଦି ଏହି ଉଦବୋଧନ ବେଳେ ନୂଆ ସ୍ଲୋଗାନ ଦେଇଛନ୍ତି। ସେ କହିଛନ୍ତି, “ଯେଉଁଠି ରୋଗ, ସେଇଠି ଚିକିତ୍ସା”କୁ କାର୍ଯ୍ୟ କରିବା ଦରକାର। ଏହାଦ୍ୱାରା ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ କମ ପଡ଼ିବ ଓ କରୋନା ଦ୍ୱିତୀୟ ୱେଭକୁ ମଧ୍ୟ ରୋକା ଯାଇ ପାରିବ। ଅନେକ କାମ କରାଯାଉଛି। କିନ୍ତୁ ଆମକୁ ପୂର୍ବାଞ୍ଚଳର ଗାଁ ଗୁଡ଼ିକ ଉପରେ ଫୋକସ କରିବାକୁ ପଡ଼ିବ। ଗାଁରେ ସଂକ୍ରମଣ ଯେମିତି ନ ବ୍ୟାପିବ, ତା’କୁ ନିଶ୍ଚିତ କରିବାକୁ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ମୋଦି ଏଠାରେ ଘର ଦ୍ୱାରରେ ଲୋକଙ୍କୁ ଚିକିତ୍ସା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

The post କରୋନା ମୃତକଙ୍କୁ ମନେ ପକାଇ କାନ୍ଦକାନ୍ଦ ହୋଇଗଲେ ମୋଦି, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/3v7avFe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages