ବ୍ଲାକ୍‌ ଫଙ୍ଗସ: କାରଣ, ନିରାକରଣ ଓ ଲକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 21, 2021

ବ୍ଲାକ୍‌ ଫଙ୍ଗସ: କାରଣ, ନିରାକରଣ ଓ ଲକ୍ଷଣ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଚିନ୍ତା ବଢ଼ାଇଛି ବ୍ଲାକ୍ ଫଙ୍ଗସ। କରୋନାରୁ ଆରୋଗ୍ୟ ବ୍ୟକ୍ତି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି। ସାରା ଦେଶରେ ଏଯାବତ୍ ଏହା ୧୨୬ ଜଣଙ୍କ ଜୀବନ ମଧ୍ୟ ନେଇ ସାରିଲାଣି। ତେଣୁ ଲୋକେ ଭୟଭୀତ ହୋଇଯାଇଥିବା ବେଳେ ଏହି ରୋଗର କାରଣ ବିଷୟରେ କହିବା ସହିତ ଏହାର ନିରାକରଣ ନେଇ ପରାମର୍ଶ ଦେଇଛନ୍ତି ଦେଶର ଦୁଇ ବିଖ୍ୟାତ ଡାକ୍ତର- ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଓ ମେଦାନ୍ତ ଅଧ୍ୟକ୍ଷ ନରେଶ ତ୍ରେହାନ।

କାରଣ
ଅନିୟନ୍ତ୍ରିତ ବ୍ଲଡ ସୁଗାର ଓ କୋଭିଡ୍‌ ମ୍ୟୁକରମାଇକୋସିସ୍ ବଢ଼ାଉଛି। କୋଭିଡ୍‌ ଚିକିତ୍ସା ବେଳେ ଅତ୍ୟଧିକ ଷ୍ଟିରଏଡ୍‌ର ପ୍ରୟୋଗ ବ୍ଲଡ ସୁଗାର ସ୍ତର ବଢ଼ାଉଛି। ଆଉ ବ୍ଲଡ୍‌ ସୁଗାର ସ୍ତର ଅତ୍ୟଧିକ ରହିଲେ ମ୍ୟୁକରମାଇକୋସିସ୍ ହେବାର ସମ୍ଭାବନା ବେଶି ରହିଛି।

ନିରାକରଣ ପାଇଁ ୩ ସୂତ୍ରୀ ମନ୍ତ୍ର

  • ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣରେ ରଖିବା ସବୁଠାରୁ ଜରୁରୀ
  • ଷ୍ଟିରଏଡ ନେଉଥିଲେ ନିୟମିତ ବ୍ଲଡ୍‌ ସୁଗାର ପରୀକ୍ଷା କରିବା ଜରୁରୀ
  • କେବେ ଷ୍ଟିରଏଡ ଦିଆଯିବ ଓ କେତେ ପରିମାଣର ନେବେ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ବ୍ଲାକ ଫଙ୍ଗସର ପ୍ରାଥମିକ ଲକ୍ଷଣ

  • ନାକ ପୋଡ଼ିବା ବା ନାକ ଜାମ୍ ହେବା
  • ପାଟି ଭିତରେ ଫଙ୍ଗସ ଦେଖାଯିବା ଓ ଆଖିପତା ଫୁଲିବା
  • ଏମିତି ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯିବା ଉଚିତ

The post ବ୍ଲାକ୍‌ ଫଙ୍ଗସ: କାରଣ, ନିରାକରଣ ଓ ଲକ୍ଷଣ appeared first on Odisha Reporter.



from Odisha Reporter https://ift.tt/3bL4PsH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages