ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ପର୍ଯ୍ୟନ୍ତ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ମେ’ ୫ ତାରିଖ ଅର୍ଥାତ୍ ବୁଧବାର ସକାଳ ଠାରୁ ମେ’ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ ଡାଉନ୍ ଜାରି କରାଯିବ।
ଲକଡାଉନ ବେଳେ ଲୋକେ କେବଳ ଚାଲି ଚାଲି ପରିବା ପାଇଁ ଯାଇପାରିବେ। ଘର ଠାରୁ ୫ଶହ ମିଟର ଦୂର ଯାଏ ଚାଲି ଚାଲି ପରିବା ଆଣିହେବ। କେବଳ ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲି ଚା ଯାଇ ଲୋକେ ପରିବାପତ୍ର କିଣି ପାରିବେ।
ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ସେବା ଓ ଅନ୍ୟ ଜରୁରୀ ସେବା ପାଇଁ କଟକଣା ଲାଗୁ ହେବ ନାହିଁ।
ଲକଡାଉନ ବେଳେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ୍ ଚାଲିବନି। ଟ୍ୟାକ୍ସି, ଅଟୋ, ସାଇକେଲ ଓ ରିକ୍ସା ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। କେବଳ ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଆତଯାତ ମନା।
ଏହି ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର ବନ୍ଦ ରହିବ। ପ୍ରଦର୍ଶନୀ, ମେଳା ଓ ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ।
ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ ଓ ଜିମ୍ ବନ୍ଦ ରହିବ। ଯାତ୍ରା, ଅପେରା ଓ ଖୋଲାମଞ୍ଚ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ।
ସେଲୁନ, ପାର୍ଲର ଓ ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। ସାମାଜିକ, ଧାର୍ମିକ, କ୍ରୀଡ଼ା ଓ ରାଜନୈତିକ ସମାବେଶ ବନ୍ଦ ରହିବ।
ବିବାହ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ହେବ। ବିବାହରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ। ସେହିଭଳି ଶୁଦ୍ଧି କାର୍ଯ୍ୟରେ କେବଳ ୨୦ ଜଣଙ୍କୁ ଅନୁମତି ମିଳିବ।
ଲକଡାଉନ ବେଳେ ଜରୁରୀ ସେବା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। ହସ୍ପିଟାଲ, ନର୍ସିଂହୋମ ଓ ଔଷଧ ଦୋକାନ ଖୋଲା ରହିବ।
The post ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କଲେ ସରକାର appeared first on Odisha Reporter.
from Odisha Reporter https://ift.tt/3e8kP9F
No comments:
Post a Comment