ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ନନ୍ଦିଗ୍ରାମ ଆସନ କାହାର ହେବ, ତା’କୁ ସସପେନ୍ସ ବଢ଼ିବାରେ ଲାଗିଛି। ଏଠାରେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଥିବା ବେଳେ ଅନ୍ୟପଟେ ବିଜେପି ପକ୍ଷରୁ ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥୀ ହୋଇଛନ୍ତି। ଭୋଟ ଗଣତି ହେବା କ୍ଷଣି ମମତା ଓ ଶୁଭେନ୍ଦୁଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।
ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଶୁଭେନ୍ଦୁ ଅଧିକାରୀ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଠାରୁ ପ୍ରାୟ ୫ ହଜାର ଭୋଟରେ ଆଗରେ ରହିଛନ୍ତି। ଆଗକୁ ଏକାଧିକ ରାଉଣ୍ଡ ଭୋଟ ଗଣତି ବାକି ରହିଥିବାରୁ ମମତା କମବ୍ୟାକ୍ କରିବେ ବୋଲି ଟିଏମସି ଆଶା ରଖିଛି।
ଶୁଭେନ୍ଦୁ ଅଧିକାରୀ ଆରମ୍ଭରୁ ଟିଏମସି ସହ ରହିଥିଲେ।
ହେଲେ ଗତବର୍ଷ ଡିସେମ୍ବର ମାସରେ ସେ ଦଳ ଛାଡ଼ି ବିଜେପିରେ ମିଶିଥିଲେ। ବିଜେପିରେ ମିଶିବା ପରେ ସେ ଟିଏମସି ଓ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ପ୍ରଚାର କରିଥିଲେ। ଯଦି ନନ୍ଦିଗ୍ରାମ ଆସନରେ ଶୁଭେନ୍ଦୁ ୫୦ ହଜାର ଭୋଟ ବ୍ୟବଧାନରେ ଦିଦିଙ୍କୁ ନ ହରାଇବେ, ତା’ହେଲେ ସେ ରାଜନୀତି ଛାଡ଼ିଦେବେ ବୋଲି ମଧ୍ୟ କହିଥିଲେ। ଏବେକା ଟ୍ରେଣ୍ଡ ଦେଖିଲେ ଶୁଭେନ୍ଦୁ ନନ୍ଦିଗ୍ରାମରେ ଜିତିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଭୋଟ ଗଣତି ଟ୍ରେଣ୍ଡ ଅନୁଯାୟୀ, ଶାସକ ଟିଏମସି ମ୍ୟାଜିକ ନମ୍ବର କ୍ରସ କରିଗଲାଣି। ୨୯୨ଟି ଆସନରୁ ଭୋଟ ଗଣତି ହୋଇଥିବା ୨୮୩ଟି ଆସନରେ ଟିଏମସି ୧୫୬ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୧୨୦ଟିରେ ଲିଡ୍ କରୁଛି। କଂଗ୍ରେସ ଓ ବାମ ଦଳ ୪ଟି ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗୁଆ ରହିଛନ୍ତି।
The post ମମତାଙ୍କ ଠାରୁ ୫ ହଜାର ଭୋଟ ଆଗରେ ଶୁଭେନ୍ଦୁ ଅଧିକାରୀ appeared first on Odisha Reporter.
from Odisha Reporter https://ift.tt/3uckSXO
No comments:
Post a Comment