ନୂଆଦିଲ୍ଲୀ: ଭୋଟ ଗଣତି ଆଗକୁ ବଢ଼ିବା ସହ କେଉଁ ରାଜ୍ୟରେ କିଏ ସରକାର ଗଠନ କରିବ, ତା’ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ତାମିଲନାଡୁରେ ବହୁମତ ସହ ଡିଏମକେ ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି।
ତାମିଲନାଡୁର ୨୩୪ଟି ବିଧାନସଭା ଆସନରୁ ସମସ୍ତ ସ୍ଥାନରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏବେ ସୁଦ୍ଧା ଡିଏମକେ-କଂଗ୍ରେସ ମେଣ୍ଟ ୧୩୮ଟି ଆସନରେ ଆଗରେ ରହିଥିବା ବେଳେ ଶାସକ ଏଆଇଏଡିଏମକେ ୯୪ଟି ଆସନରେ ଲିଡ୍ କରୁଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୮।
ତେଣୁ ଏହାଠାରୁ ଯଥେଷ୍ଟ ଆଗରେ ଡିଏମକେ ମେଣ୍ଟ ରହିଛି। ଆଉ କିଛି ରାଉଣ୍ଡ ଗଣତି ବାକି ରହିଥିବାରୁ ଷ୍ଟାଲିନ ଓ କଂଗ୍ରେସ ମେଣ୍ଟ ଜିତିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି।
ସେହିପରି ଆସାମରେ ବିଜେପି ପୁଣି କ୍ଷମତା ଦଖଲ କରିବ। ଆସାମର ୧୨୬ଟି ବିଧାନସଭା ଆସନରୁ ୧୨୧ଟି ସ୍ଥାନରେ ଇଭିଏମ ଖୋଲି ସାରିଛି। ବିଜେପି ମେଣ୍ଟ ରାଜ୍ୟରେ ୮୧ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ମେଣ୍ଟ ୩୭ଟିରେ ଲିଡ୍ କରୁଛି। ଏଠାରେ ମ୍ୟାଜିକ ନମ୍ବର ୬୪ ଥିବାରୁ ବିଜେପି ମେଣ୍ଟ ଆରାମରେ ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟରେ ଅନ୍ୟାନ୍ୟ ଦଳ ମାତ୍ର ୨ଟି ଆସନରେ ଆଗୁଆ ରହିଛନ୍ତି।
ପୁଡୁଚେରୀରେ ମଧ୍ୟ କଂଗ୍ରେସକୁ ଶକ୍ତ ଝଟକା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। ଏଠାରେ ଥିବା ୩୦ଟି ବିଧାନସଭା ଆସନରୁ ୧୭ଟି ସ୍ଥାନରେ ଇଭିଏମ ଖୋଲିଛି। ବିଜେପି ମେଣ୍ଟ ୧୨ଟି ସ୍ଥାନରେ ଆଗରେ ରହିଥିବା ବେଳେ କଂଗ୍ରେସ ମେଣ୍ଟ ୪ଟି ସ୍ଥାନରେ ଆଗୁଆ ରହିଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୬ ରହିଛି। ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗରେ ରହିଛନ୍ତି।
The post ତାମିଲନାଡୁରେ ଡିଏମକେ, ଆସାମରେ ବିଜେପି ସରକାର! appeared first on Odisha Reporter.
from Odisha Reporter https://ift.tt/2Rj10Uo
No comments:
Post a Comment