ଗଲା ଆଉ ୩୪ ଜୀବନ, ରାଜ୍ୟରେ କରୋନା ମୃତ୍ୟୁ ୨୬ଶହ ଡେଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 26, 2021

ଗଲା ଆଉ ୩୪ ଜୀବନ, ରାଜ୍ୟରେ କରୋନା ମୃତ୍ୟୁ ୨୬ଶହ ଡେଇଁଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାର ଆଉ ୩୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬୧୮କୁ ବୃଦ୍ଧି ପାଇଛି।

୩୪ ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା ଅଛନ୍ତି। ସେହିପରି ମୃତକଙ୍କ ମଧ୍ୟରୁ ୧୫ ଜଣ ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପ ଭଳି ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ।

୧୩ଟି ଜିଲ୍ଲାରୁ ଏହି ମୃତ୍ୟୁ ଖବର ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଅନୁଗୋଳରୁ ସର୍ବାଧିକ ୫ ଜଣ ଅଛନ୍ତି। ଏହା ପଛକୁ ରହିଛନ୍ତି ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲା। ଏହି ଦୁଇ ଜିଲ୍ଲାରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ବୌଦ୍ଧ, ନୂଆପଡ଼ାସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି।

ଆଉ ୫ ଜଣଙ୍କ ଜୀବନ ଯିବା ପରେ ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୯ରେ ପହଞ୍ଚିଛି। ସେହିପରି ଖୋର୍ଦ୍ଧା ଓ କଳାହାଣ୍ଡିରେ ଏହି ସଂଖ୍ୟା ଯଥାକ୍ରମେ ୪୫୭ ଓ ୯୯କୁ ବୃଦ୍ଧି ପାଇଛି। ବୌଦ୍ଧରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଥିବା ବେଳେ ଢେଙ୍କାନାଳରେ ୩୫, ଗଜପତିରେ ୫୧, ଝାରସୁଗୁଡ଼ାରେ ୪୪, କେନ୍ଦ୍ରାପଡ଼ାରେ ୪୩, ନବରଙ୍ଗପୁରରେ ୨୫, ନୂଆପଡ଼ାରେ ୫୫, ପୁରୀରେ ୧୫୪, ରାୟଗଡ଼ାରେ ୧୦୦ ଓ ସୁନ୍ଦରଗଡ଼ରେ ୨୫୫କୁ ବୃଦ୍ଧି ପାଇଛି।

ଏହାକୁ ମିଶାଇ ଗତ ୪ ଦିନରେ ରାଜ୍ୟରେ ୧୩୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଲାଣି। ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୭୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୭୮୮ ଜଣ ଅଛନ୍ତି।

The post ଗଲା ଆଉ ୩୪ ଜୀବନ, ରାଜ୍ୟରେ କରୋନା ମୃତ୍ୟୁ ୨୬ଶହ ଡେଇଁଲା appeared first on Odisha Reporter.



from Odisha Reporter https://ift.tt/3fqQhAK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages