ଦେଶରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ, ୩ ହଜାର ଉପରେ ମୃତ୍ୟୁ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 26, 2021

ଦେଶରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ, ୩ ହଜାର ଉପରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଯଦିଓ ଟିକିଏ ନିୟନ୍ତ୍ରଣ ହୋଇଛି। ହେଲେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷରୁ ଯେମିତି କ୍ରମଶଃ କମି ୨ ଲକ୍ଷ ହେଲା ଏବେ ସେଭଳି ଭାବରେ କମୁନାହିଁ। ମଙ୍ଗଳବାର ଦୈନିକ ସଂକ୍ରମିତ ସଂଖ୍ୟା ଦୁଇ ଲକ୍ଷରୁ କମ୍ ଚିହ୍ନଟ ହୋଇଥିଲା। ଏହାପରେ କିନ୍ତୁ ୨ ଲକ୍ଷ ଉପରେ ଦୈନିକ ସଂକ୍ରମିତ ସଂଖ୍ୟା ଚିହ୍ନଟ ହେଉଛନ୍ତି। ଗୁରୁବାର ଦେଶରେ ଦୈନିକ ସଂକ୍ରମିତ ସଂଖ୍ୟା ୨,୧୧,୨୯୮ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୮୪୭ ଜଣ କରୋନାରେ ଆଖି ବୁଜିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨,୧୧,୨୯୮ ଜଣ ସଂକ୍ରମିତ ହୋଇଛି। ଦେଶରେ ମେ ୬ ରେ ସର୍ବାଧିକ ୪,୧୪,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରଠୁ ସଂକ୍ରମିତ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ଘଟୁଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ମଙ୍ଗଳବାର ୧,୯୬,୪୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଯାହାକି ୪୦ ଦିନ ପରେ ଦୈନିକ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ତଳେ ଥିଲା। ଏବେ ଦୈନିକ ସଂକ୍ରମିତ ହାର ଆଜି ୯.୭୯ ପ୍ରତିଶତକୁ ହ୍ରାସ ପାଇଛି। କ୍ରମାଗତ ତୃତୀୟ ଦିନ ପାଇଁ ଏହି ସଂକ୍ରମଣ ହାର ୧୦ ପ୍ରତିଶତରୁ କମ୍ ରହିଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୩୮୪୭ ଜଣ ଆକ୍ରାନ୍ତଙ୍କର ବିୟୋଗ ହୋଇଥିଲା। ଏହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୩,୧୫,୨୩୫ କୁ ବୃଦ୍ଧି ହୋଇଛି। ଏବେ ଦେଶରେ ମୃତ୍ୟୁ ହାର ୧.୧୫ ପ୍ରତିଶତ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୮୩,୧୩୫ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ନୂଆ ଆରୋଗ୍ୟ ସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ୍ ଆରୋଗ୍ୟ ସଂଖ୍ୟା ୨,୪୬,୩୩,୯୫୧କୁ ବୃଦ୍ଧି ପାଇଛି। ଏବେ ଦେଶରେ ଆରୋଗ୍ୟ ହାର ୯୦ ପ୍ରତିଶତରୁ ଅଧିକ ରହିଛି।

The post ଦେଶରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ, ୩ ହଜାର ଉପରେ ମୃତ୍ୟୁ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3fPDwi1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages