ଆଣ୍ଟିଗୁଆ ପିଏମ୍ କହିଲେ ମେହୁଲକୁ ସିଧା ଭାରତ ପଠାଇ ଦିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 26, 2021

ଆଣ୍ଟିଗୁଆ ପିଏମ୍ କହିଲେ ମେହୁଲକୁ ସିଧା ଭାରତ ପଠାଇ ଦିଅ

ଡୋମିନିକା: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବିରୋଧରେ ଗ୍ଲାବାଲ ଇଣ୍ଟରପୋଲ୍ ରେଡ୍ କର୍ଣ୍ଣର ନୋଟିସ ଜାରି କରିଥିଲା। ଏହାପରେ ବି ଆଣ୍ଟିଗୁଆରୁ ଡୋମିନିକା ଫେରାର ହୋଇଯାଇଥିଲା ଏହି ହୀରା ବ୍ୟବସାୟୀ। ଡୋମିନିକାରେ ସିଆଇଡି ଦ୍ୱାରା ଗିରଫ ହେବା ପରେ ଆଣ୍ଟିଗୁଆ ସରକାର ମେହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗୋଷ୍ଟନ ବ୍ରାଉନି କହିଛନ୍ତି ମେହୁଲ୍ ଡୋମିନିକାକୁ ଫେରାର ହେବାକୁ ପ୍ରୟାସ କରି ଭୁଲ୍ କରିଛନ୍ତି। ସେଥିପାଇଁ ସେ ଦଣ୍ଡ ଭୋଗିବା ଦରକାର ବୋଲି କହିଛନ୍ତି। ଡୋମିନିକା ସରକାରକୁ ସେ ଅପିଲ୍ କରିଛନ୍ତି ଯେ ବେଆଇନ୍ ଭାବରେ ମେହୁଲ ଫେରାର ହେବାକୁ ପ୍ରୟାସ କରିଛି। ତେଣୁ ମେହୁଲକୁ ସିଧା ଭାରତ ପ୍ରତ୍ୟର୍ପଣ କରିବା ଦରକାର।

ସୂଚନାଯୋଗ୍ୟ, ଆଣ୍ଟିଗୁଆ-ବାରବୁଡାରୁ ରବିବାର ନିଖୋଜ ହୋଇଯାଇଥିଲେ ମେହୁଲ। ଏହାପରେ ସ୍ଥାନୀୟ ପୁଲିସ ସହିତ ପଡୋଶୀ ଦେଶରେ ସର୍ଚ୍ଚ ଅପରେସନ ଜାରି ରହିଥିଲା। ପରେ ଗତକାଲି ରାତିରେ ଡୋମିନିକାରୁ ମେହୁଲ ସିଆଇଡି ଦ୍ୱାରା ଗିରଫ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ବ୍ରାଉନି କହିଛନ୍ତି ଯେ ଡୋମିନିକା ସରକାର ମେହୁଲ ଚୋକସିର ପ୍ରତ୍ୟର୍ପଣ ପାଇଁ ରାଜି ଅଛି। ଆଣ୍ଟିଗୁଆ ମେହୁଲକୁ ଫେରାଇ ଆଣିବାକୁ ଚାହୁଁନାହିଁ ବୋଲି ବ୍ରାଉନି ଡୋମିନିକାର ପ୍ରଧାନମନ୍ତ୍ରୀ ସ୍କେରିଟଙ୍କୁ କହିଥିବା ଜଣାପଡ଼ିଛି। ଆଣ୍ଟିଗୁଆରେ କିନ୍ତୁ ମେହୁଲ ଜଣେ ନାଗରିକ ଭାବରେ ମାନ୍ୟତା ପାଇସାରିଛନ୍ତି।

ଡୋମିନିକା ସରକାର ଆଣ୍ଟିଗୁଆ ଏବଂ ଭାରତ ସରକାରଙ୍କ ସହ ଏବେ ଯୋଗାଯୋଗ କରୁଛନ୍ତି। ଆଣ୍ଟିଗୁଆ ସରକାର ଡୋମିନିକାର ଆଇନ ବିଭାଗକୁ ଅନୁରୋଧ କରିଛନ୍ତି ଯେ ମେହୁଲଙ୍କ ଆଣ୍ଟିଗୁଆକୁ ଫେରାଇବା ପରିବର୍ତ୍ତେ ସିଧାସଳଖ ଭାରତକୁ ହସ୍ତାନ୍ତର କରାଯିବା ଦରକାର।

ପିଏନବି ବ୍ୟାଙ୍କରେ ଋଣ ଠକେଇ କରି ୨୦୧୮ରେ ଆଣ୍ଟିଗୁଆ ପଳାଇଛି ମେହୁଲ ଚୋକସି।  ୧୪ ହଜାର କୋଟି ଋଣ ଠକେଇ ମାମଲାରେ ସଂପୃକ୍ତ ଏହି ପଳାତକ ବ୍ୟବସାୟୀ ବିରୋଧରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି। ଚୋକସି ବିରୋଧରେ ଗ୍ଲୋବାଲ ପୁଲିସ ରେଡ୍ କର୍ଣ୍ଣର ନୋଟିସ ଜାରି କରିଛି। ୨୦୧୮ରେ ଏହି ନୋଟିସ ଜାରି କରିଥିଲା ଗ୍ଲୋବାଲ ପୁଲିସ। ଏହାର ଅର୍ଥ ଯଦି ମେହୁଲ ଅନ୍ୟ କୌଣସି ଦେଶକୁ ଯିବ ତାହେଲେ ସଙ୍ଗେସଙ୍ଗେ ଗ୍ଲୋବାଲ ପୁଲିସ ସତର୍କ ହୋଇ ବିହିତ ପଦକ୍ଷେପ ଗ୍ରହଣ କରିବ।

ନିଖୋଜ ମେହୁଲ ଚୋକସି ଡୋମିନସିଆରୁ ଗିରଫ

The post ଆଣ୍ଟିଗୁଆ ପିଏମ୍ କହିଲେ ମେହୁଲକୁ ସିଧା ଭାରତ ପଠାଇ ଦିଅ appeared first on Odisha Reporter.



from Odisha Reporter https://ift.tt/3fMEtIa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages