ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର କୋପ ଜାରି ରହିଛି। କରୋନାର ଦ୍ୱିତୀୟ ଲହର ବେଳେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଯାହାକି ଦେଶବାସୀଙ୍କ ଚିନ୍ତା ବଢ଼ାଇଛି। ଇତି ମଧ୍ୟରେ କରୋନା ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୪.୧୪ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୪ ହଜାରରୁ ଅଧିକ କରୋନାରେ ଆଖି ବୁଜିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୪ ହଜାର ୧୮୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏହି ଅବଧି ମଧ୍ୟରେ ୩,୯୧୫ ଜଣ ଆଖି ବୁଜିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୧୪ ଲକ୍ଷ ୯୧ ହଜାର ୫୯୮ ହୋଇଛି। ସେହିପରି ମୋଟ୍ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୪ ହଜାର ୮୩ ଛୁଇଁଛି।
ସେହିପରି ଏହି ଅବଧି ମଧ୍ୟରେ ୧ କୋଟି ୭୬ ଲକ୍ଷ ୧୨ ହଜାର ୩୫୧ ଜଣ ଆରୋଗ୍ୟ ହୋଇଛନ୍ତି। ହେଲେ ଏହି ଆରୋଗ୍ୟ ହାର କ୍ରମଶଃ ହ୍ରାଶ ପାଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ୯୦ ପ୍ରତିଶତ ରହୁଥିବା ଆରୋଗ୍ୟ ହାର ଏବେ ୮୧.୯୯ ପ୍ରତିଶତ ରହିଛି। ସେହିପରି ଦେଶରେ କରୋନାରେ ଏବେ ୩୬ ଲକ୍ଷ ୪୫ ହଜାର ୧୬୪ ଜଣ କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ରହିଛନ୍ତି। ଯାହାକି ମୋଟ୍ ସଂକ୍ରମଣର ୧୬.୯୨ ପ୍ରତିଶତ।
ଗୁରୁବାର କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟ ଅନୁଯାୟୀ ୩,୯୮୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ୪,୧୨,୨୬୧ ଜଣଙ୍କର କରୋନାରେ ସଂକ୍ରମିତ ହୋଇଥିଲେ। ମୃତ୍ୟୁ ସଂଖ୍ୟାରେ ଗୁରୁବାର ସର୍ବକାଳୀନ ରେକର୍ଡ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ବୁଧବାର ପ୍ରକାଶ ପାଇଥିବା ରିପୋର୍ଟରେ ଏହି ସଂଖ୍ୟା ୩,୭୮୦ ଥିଲା। ମେ ମାସ ୧ ତାରିଖରେ କେନ୍ଦ୍ର ସରକାର ଜାରି କରିଥିବା ରିପେୋର୍ଟ ଅନୁଯାୟୀ ପ୍ରଥମେ ୪,୦୧,୯୯୩ ଜଣ କୋଭିଡ୍ ପିଜିଟିଭ ଚିହ୍ନଟ ହୋଇଥିଲେ।
India reports 4,14,188 new #COVID19 cases, 3,31,507 discharges, and 3,915 deaths in the last 24 hours, as per Union Health Ministry
Total cases: 2,14,91,598
Total recoveries: 1,76,12,351
Death toll: 2,34,083
Active cases: 36,45,164Total vaccination: 16,49,73,058 pic.twitter.com/8sLmOnQqjz
— ANI (@ANI) May 7, 2021
କରୋନାର ହଟସ୍ପଟ ମହାରାଷ୍ଟ୍ର
ତେବେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ସିଂହଭାଗ ମହାରାଷ୍ଟ୍ରରୁ ରହିଛି। ପ୍ରିତିଦିନ ଏହି ରାଜ୍ୟରୁ ୬୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୬୨ ହଜାର ୧୯୪ ଜଣ ସଂକ୍ରମିତ ହୋଇଥିବା ବେଳେ ୮୫୩ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଆରୋଗ୍ୟ ହାର ୮୫.୫୪ ପ୍ରତିଶତ ରହିଛି। ସେହିପରି ମୁମ୍ୱାଇରେ ମଧ୍ୟ ସ୍ଥିତି ଖରାପ ରହିଛି। ଗୋଟିଏ ଦିନରେ ୩୦୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣଙ୍କର ମୃତ୍ୟୁ ଘଟିଛି। ସବୁଠୁ ବଡ଼କଥା ହେଲା ମୁମ୍ୱାଇରେ ଏବେ ଆରୋଗ୍ୟ ହାର ୯୦ ପ୍ରତିଶତକୁ ବୃଦ୍ଧି ପାଇଛି।
ଦିଲ୍ଲୀରେ କମିଲା ସଂକ୍ରମିତ ସଂଖ୍ୟା
ସେହିପରି ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି। ହେଲେ ବିଗତ କିଛି ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମିଛି। ଯାହାକି ୨୪.୨୯ ପ୍ରତିଶତ ବୋଲି ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୧୯ ହଜାର ୧୩୩ ଜଣ ସଂକ୍ରମିତ ହୋଇଥିବାବେଳେ ୩୩୫ ଜଣ ଏହି ଅବଧିରେ ଆଖି ବୁଜିଛନ୍ତି। ଦିଲ୍ଲୀରେ ଏବେ ୧୨୭୩୦୩୫ ଜଣ ସଂକ୍ରମିତ ହୋଇଥିବାବେଳେ ୧୮୩୯୮ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀରେ ଏବେ ଲକଡାଉନ୍ ଜାରି ରହିଛି। ତେଣୁ ଏହାର ପ୍ରଭାବରେ ସଂକ୍ରମିତ ସଂଖ୍ୟା କମିଥିବା କୁହାଯାଉଛି।
The post କମୁଛି ଆରୋଗ୍ୟ ହାର, ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3vHu8Dw
No comments:
Post a Comment