୨୪ ଘଣ୍ଟାରେ ୧.୬୫ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୩୪୬୦ ଜଣଙ୍କର ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 29, 2021

୨୪ ଘଣ୍ଟାରେ ୧.୬୫ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୩୪୬୦ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ଲଗାତର ହ୍ରାସ ପାଇବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣର ୧,୬୫,୫୫୩ ମାମଲା ଚିହ୍ନଟ ହୋଇଛି । ସେହିପରି ଏହି ମହାମାରୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୬୦ ଜଣଙ୍କର ମୃତ୍ୟୁ ହୋଇଛି। ଦିନକ ଭିତରେ ଦେଶରେ ୨,୭୬,୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଏପର୍ୟ୍ୟେନ୍ତ ଦେଶରେ କରୋନା ସଂକ୍ରମଣର ମୋଟ ୨,୭୮,୯୪,୮୦୦ ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୨,୫୪,୫୪,୩୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ୟ୍ୟୟନ୍ତ ଦେଶରେ କରୋନା ମୋଟ ୩,୨୫,୯୭୨ ଜଣଙ୍କର ଜୀବନ ନେଇସାରିଛି। ତେବେ ବର୍ତ୍ତମାନ ଦେଶରେ କରୋନାର ଆକ୍ଟିଭ୍ ମାମଲା ୨୧,୧୪,୫୦୮କୁ ହ୍ରାସ ପାଇଛି ।

ଦେଶରେ କୋଭିଡ୍ ଟିକାକରଣ ଜୋରସୋରରେ ଚାଲିଛି। ଏପର୍ୟ୍ୟ ନ୍ତ ଦେଶରେ ମୋଟ ୨୧,୨୦,୬୬,୬୧୪ ଜଣ ଲୋକଙ୍କର ଟିକାକରଣ ହୋଇସାରିଛି । ମନ୍ତ୍ରାଳୟର ରିପୋର୍ଟ ମୁତାବକ, ଶନିବାର ଦିନ ୧୮ରୁ ୪୪ ବର୍ଷ ବର୍ଗର ୧୪,୧୫,୧୯୦ ଜଣଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। ସେହିପରି ଏହି ବୟସ ବର୍ଗରେ ୯୦୭୫ ଜଣଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇଛି ।

ମନ୍ତ୍ରାଳୟ କହିଛି ଯେ ଟିକାକରଣ ଅଭିଯାନର ତୃତୀୟ ପର୍ୟ୍ୟା ୟର ଶୁଭାରମ୍ଭ ପରେ ଦେଶରେ ମୋଟ ୧,୮୨,୨୫,୫୦୯ ଜଣଙ୍କୁ ପ୍ରଥମ ଡୋଜ୍ ଦିଆସରିଛି। ବିହାର, ଦିଲ୍ଲୀ, ଗୁଜରାଟ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ୧୮ରୁ ୪୪ ପର୍ୟ୍ୟାତୟ ବୟସ ବର୍ଗର ୧୦ଲକ୍ଷରୁ ଅଧିକ ଲୋକଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି।

The post ୨୪ ଘଣ୍ଟାରେ ୧.୬୫ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୩୪୬୦ ଜଣଙ୍କର ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3wCrI9I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages