ଧୋନିଙ୍କ ସହିତ ଥିବା ସଂପର୍କକୁ ଦୁଇଟି ଶବ୍ଦରେ ବର୍ଣ୍ଣନା କଲେ ବିରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 29, 2021

ଧୋନିଙ୍କ ସହିତ ଥିବା ସଂପର୍କକୁ ଦୁଇଟି ଶବ୍ଦରେ ବର୍ଣ୍ଣନା କଲେ ବିରାଟ

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନୀଙ୍କ ସହିତ ବିରାଟ କୋହଲିଙ୍କ ସଂପର୍କ କେମିତି? ଶନିବାର ବିରାଟ କୋହଲି ଇନ୍‌ଷ୍ଟାଗ୍ରାମରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରିଥିଲେ। ଆଉ ସେଥିରେ ଜଣେ ଫ୍ୟାନ୍ ପଚାରିଥିଲେ ଏହି ପ୍ରଶ୍ନ। କୋହଲି ବି ଏହାର ଉତ୍ତର ଦେଇଥିଲେ।

ଧୋନିଙ୍କ ସହିତ ତାଙ୍କର ସଂପର୍କକୁ ସେ କେବଳ ଦୁଇଟି ଶବ୍ଦରେ ବର୍ଣ୍ଣନା କରିଥିଲେ। ସେ ଦୁଇଟି ଶବ୍ଦ ହେଉଛି- ବିଶ୍ୱାସ ଓ ସମ୍ମାନ। ବହୁ ସମୟରେ କ୍ୟାପ୍‌ଟେନ୍‌ କୁଲ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ହୃଦୟ ଖୋଲି ପ୍ରଶଂସା କରିଥିବା କୋହଲିଙ୍କ ଏହି ଉତ୍ତର କ୍ରିକେଟ ପ୍ରେମୀଙ୍କ ମନକୁ ଛୁଇଁଛି।

ସେହିପରି କୋହଲି ସମାଲୋଚନା ଓ ପ୍ରଶଂସାକୁ ଭଲ ପା’ନ୍ତି କି ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା। ସେ କହିଥିଲେ ଯେ ଗଠନମୂଳକ ସମାଲୋଚନାକୁ ସେ ପସନ୍ଦ କରନ୍ତି। ସେହିପରି ଯେ କେହି ହୃଦୟ ଖୋଲି ତାଙ୍କୁ ପ୍ରଶଂସା କରନ୍ତି, ତାକୁ ବି ସେ ଗ୍ରହଣ କରନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ରବିଚନ୍ଦ୍ରନ ଅଶ୍ୱିନଙ୍କ ସହିତ ଇନଷ୍ଟାଗ୍ରାମରେ ଏକ ଲାଇଭ ଚାଟ୍ ବେଳେ ବିରାଟ କୋହଲି କହିଥିଲେ ଯେ ସେ ଜାତୀୟ ଦଳର ଅଧିନାୟକ ହେବା ପଛରେ ମହେନ୍ଦ୍ର ସିଂହ ଧୋନିଙ୍କର ବଡ଼ ଭୂମିକା ରହିଛି।

ବିରାଟ କୋହଲି ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ଏବେ ମୁମ୍ବାଇରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଏହି ଗସ୍ତ ବେଳେ ତାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଇଂଲଣ୍ଡର ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଖେଳିବ। ସେହିପରି ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ।

The post ଧୋନିଙ୍କ ସହିତ ଥିବା ସଂପର୍କକୁ ଦୁଇଟି ଶବ୍ଦରେ ବର୍ଣ୍ଣନା କଲେ ବିରାଟ appeared first on Odisha Reporter.



from Odisha Reporter https://ift.tt/3uzvnUu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages