ରାଜ୍ୟରେ ୨୪ ଘଣ୍ଟାରେ ୮୩୧୩ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୩୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

ରାଜ୍ୟରେ ୨୪ ଘଣ୍ଟାରେ ୮୩୧୩ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୩୫ ମୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୧୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୬୫୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୬୫୮ଟି ହେଉଛି ଲୋକାଲ୍ କେସ୍‌। ସେହିପରି ଆଉ ୩୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୪ ଜଣ ଥିବା ବେଳେ କଟକରୁ ୫୯୩, ମୟୂରଭଞ୍ଜରୁ ୫୩୨ ଓ ଅନୁଗୋଳ ଜିଲ୍ଲାରୁ ୫୦୫ ଜଣ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲାରୁ ୪୫୨ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୭୯, ଭଦ୍ରକରୁ ୧୧୭, ବଲାଙ୍ଗିରରୁ ୧୧୯, ବୌଦ୍ଧରୁ ୨୦୯, ଦେବଗଡ଼ରୁ ୫୫, ଢେଙ୍କାନାଳରୁ ୪୦୭, ଗଜପତିରୁ ୮୫, ଗଞ୍ଜାମରୁ ୧୨୯, ଜଗତସିଂହପୁରରୁ ୨୮୦, ଯାଜପୁରରୁ ୩୫୪, ଝାରସୁଗୁଡ଼ାରୁ ୧୧୧, କଳାହାଣ୍ଡିରୁ ୧୬୨, କନ୍ଧମାଳରୁ ୯୦, କେନ୍ଦ୍ରାପଡ଼ାରୁ ୩୩୧, କେନ୍ଦୁଝରରୁ ୧୮୦, କୋରାପୁଟରୁ ୧୯୮, ମାଲକାନଗିରିରୁ ୧୦୩, ନବରଙ୍ଗପୁରରୁ ୨୦୫, ନୟାଗଡ଼ରୁ ୨୮୩, ନୂଆପଡ଼ାରୁ ୫୩, ପୁରୀରୁ ୪୦୫, ରାୟଗଡ଼ାରୁ ୧୪୮, ସମ୍ବଲପୁରରୁ ୨୦୪, ସୋନପୁରରୁ ୧୨୩ ଓ ସୁନ୍ଦରଗଡ଼ରୁ ୪୬୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୬୨ ଜଣ ଚିହ୍ନଟ ହୋଇଛନ୍ତି।

୮୩୧୩ ଜଣ ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୭୦ ହଜାର ୫୨୭ ଜଣ ସୁସ୍ଥ ହୋଇସାରିଛନ୍ତି। ୯୧ ହଜାର ୬୬୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୩୫ ଜଣଙ୍କ ଜୀବନ ଯିବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ୨୪ ଘଣ୍ଟାରେ ୮୩୧୩ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୩୫ ମୃତ appeared first on Odisha Reporter.



from Odisha Reporter https://ift.tt/2TjI6gX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages