ପୁରୀରେ ପୁଲିସ୍-ଦୋକାନୀ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 18, 2021

ପୁରୀରେ ପୁଲିସ୍-ଦୋକାନୀ ମୁହାଁମୁହିଁ

ପୁରୀ (ଓଡ଼ିଶା ରିପୋର୍ଟର): ପୁଲିସ୍-ଦୋକାନୀ ମୁହାଁମୁହିଁ। ଆଜି ସକାଳେ ପୁରୀ ବଡ଼ଶଙ୍ଖରେ ପୁଲିସ୍ ଓ ଦୋକାନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି।

ବଡ଼ଶଙ୍ଖ ନିକଟରେ କିଛି ଦୋକାନୀ ଫଳ ଓ ପନିପରିବା ବିକ୍ରି କରିବାକୁ ବସିଥିବା ବେଳେ ପୁଲିସ୍ ସେମାନଙ୍କୁ ଉଠାଇଥିଲା। ଏହାକୁ ନେଇ ପୁଲିସ୍ ସହ ଯୁକ୍ତିତର୍କ କରିଥିଲେ ଦୋକାନୀ। ପୁଲିସ୍ ଏହି ସମୟରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଦୋକାନୀ। ପୁଲିସ୍ ମାଡ଼ରେ ଜଣେ ଫଳ ଦୋକାନୀ ଆହତ ହୋଇଥିବା ବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା।

ପରିସ୍ଥିତି ଏପରି ହୋଇଥିଲା କି ରାସ୍ତା ଉପରେ ବସି ପୁଲିସ୍ କାର୍ଯ୍ୟାନୁଷ୍ଠାନଗୁ ବିରୋଧ କରିଥିଲେ ଦୋକାନୀ। ସେହିପରି ଏହି ଘଟଣା ଘଟିବା ସମୟରେ ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ବି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ପୂରା ଘଟଣାର ତଦନ୍ତ କରିବା ପାଇଁ ପୁରୀ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା କିପରି ଘଟିଲା ସେ ନେଇ ତଦନ୍ତ ପରେ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସରକାର ରାଜ୍ୟରେ ଲକ୍‌ଡାଉନ୍‌କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ତେବେ ପନିପରିବା, ଗ୍ରୋସରୀ, ଫଳମୂଳ, ପିଲାଙ୍କ ବହିପତ୍ର ମିଳୁଥିବା ଦୋକାନ, ମାଛ, ମାଂସ, କ୍ଷୀର ଓ ଗ୍ୟାରେଜ ଭଳି କିଛି ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ୧୧ ପର୍ଯ୍ୟନ୍ତ ଏସବୁ ଦୋକାନ ଖୋଲା ରହିପାରିବ ଏବଂ ଲୋକେ ଚାଲି ଚାଲି ଯାଇ କିଣାକିଣି କରିପାରିବେ।

The post ପୁରୀରେ ପୁଲିସ୍-ଦୋକାନୀ ମୁହାଁମୁହିଁ appeared first on Odisha Reporter.



from Odisha Reporter https://ift.tt/3w98KYa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages