ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର ବିଜୟକାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 18, 2021

ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର ବିଜୟକାନ୍ତ

ଚେନ୍ନାଇ: ସାଉଥ ସୁପରଷ୍ଟାରରୁ ରାଜନେତା ପାଲଟିଥିବା ବିଜୟକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି। ସେ ଶ୍ୱାସଜନିତ ସମସ୍ୟାର ସମ୍ମୁଖୀନ ହେବାରୁ ତାଙ୍କୁ ଚେନ୍ନାଇର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂତ୍ର ଅନୁସାରେ, ବିଜୟକାନ୍ତ ଘରେ ଶୋଇଥିବା ବେଳେ ହଠାତ୍‌ ରାତି ୩ଟାରେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହି କାରଣରୁ ତାଙ୍କୁ ପରିବାର ଲୋକ ତୁରନ୍ତ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ରିପୋର୍ଟ ଲେଖା ହେବା ବେଳକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ମିଳିନାହିଁ।

ସେ ଦୁଇ ଦିନ ଯାଏ ହସ୍ପିଟାଲରେ ସମ୍ଭାବନା ରହିଥିବା କୁହାଯାଉଛି। ସେ ଦୀର୍ଘ ବର୍ଷ ହେଲାଣି ଏକାଧିକ ରୋଗରେ ପୀଡ଼ିତ ଅଛନ୍ତି। ଏହି କାରଣରୁ ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୨୦ ମସିହା ସେପ୍ଟେମ୍ବର ମାସରେ ବିଜୟକାନ୍ତ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହସ୍ପିଟାଲରେ ଥିବା ବେଳେ ତାଙ୍କ ପତ୍ନୀ ପ୍ରେମଲତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଉଭୟ ହସ୍ପିଟାଲରେ ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ଅକ୍ଟୋବର ୨ରେ ଡିସଚାର୍ଜ ହୋଇଥିଲେ।

The post ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର ବିଜୟକାନ୍ତ appeared first on Odisha Reporter.



from Odisha Reporter https://ift.tt/3bCDHMi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages