ପ୍ରଥମଥର ପାଇଁ ବାମଦଳ ପାଇଁ ଏମିତି କଥା କହିଲେ ମମତା ବାନାର୍ଜୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 3, 2021

ପ୍ରଥମଥର ପାଇଁ ବାମଦଳ ପାଇଁ ଏମିତି କଥା କହିଲେ ମମତା ବାନାର୍ଜୀ

କୋଲକାତା: ବେଙ୍ଗଲ ନିର୍ବାଚନ ମାନଚିତ୍ରରୁ କଂଗ୍ରେସ ଓ ବାମଦଳ ଚଳିତ ଥର ପୂରା ଲିଭି ଯାଇଛନ୍ତି। ଉଭୟ ଦଳ ଗୋଟିଏ ହେଲେ ବି ଆସନ ଜିତି ନାହାନ୍ତି। ଦୀର୍ଘ ୩୪ ବର୍ଷ ଧରି ବେଙ୍ଗଲକୁ ଶାସନ କରିଥିବା ବାମଦଳର ଏଭଳି ଅବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ କରିଛି। ଏସବୁ ଭିତରେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମଥର ପାଇଁ ବାମଦଳ ପାଇଁ କିଛି ଭଲ କଥା କହି ସହାନୁଭୂତି ଜଣାଇଛନ୍ତି।

ବାମଦଳକୁ ୨୦୧୧ରେ ହିଁ ମମତା ଗାଦଚ୍ୟୁତ କରି ବେଙ୍ଗଲରେ କ୍ଷମତା ଦଖଲ କରିଥିଲେ। ଏବେ ମମତା କ୍ରମାଗତ ତୃତୀୟ ଥର ପାଇଁ ରାଜ୍ୟରେ କ୍ଷମତା ଦଖଲ କରିଛନ୍ତି। ୨୦୧୬ ନିର୍ବାଚନ ଅପେକ୍ଷା ଟିଏମସି ଏଥର ଅଧିକ ୨ଟି ଆସନ ଜିତିଛି।
ମମତା ନିର୍ବାଚନ ଜିତିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ବାମଦଳ ପ୍ରତି ସହାନୁଭୂତି ଜଣାଇଛନ୍ତି।

ସେ କହିଛନ୍ତି, ‘‘ମୁଁ ସେମାନଙ୍କୁ(ବାମଦଳ) ରାଜନୀତିକ ସ୍ତରରେ ବିରୋଧ କରେ। କିନ୍ତୁ ମୁଁ କେବେ ହେଲେ ସେମାନେ ଶୂନ ହୋଇଯାଆନ୍ତୁ ବୋଲି ଚାହୁଁନାହିଁ। ବିଜେପି ଅପେକ୍ଷା ସେମାନେ ଯଦି କିଛି ଆସନରେ ଜିତିଥାଆନ୍ତେ, ତା’ହେଲେ ବହୁତ ଭଲ ହୋଇଥାଆନ୍ତା।” ମମତା ବିଜେପି ଅପେକ୍ଷା ବେଙ୍ଗଲ ବିଧାନସଭାର ବିରୋଧୀ ଆସନରେ ବାମଦଳ ବସିବାକୁ ଚାହାନ୍ତି ବୋଲି ମଧ୍ୟ କହିଛନ୍ତି।

ତେବେ ମମତା ବାମଦଳକୁ ପ୍ରଥମଥର ଭଲ କଥା କହିଥିଲେ ହେଁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି, “ସେମାନେ ଅଧିକ ଈର୍ଶାନ୍ୱତ ହୋଇ ବିଜେପିକୁ ଚାହିଁଲେ, ସେମାନେ ନିଜକୁ ବିକ୍ରି କରିଦେଲେ। ଆଜି ସେଥିପାଇଁ ସେମାନେ କେବଳ ସାଇନବୋର୍ଡ ହୋଇ ରହିଗଲେ। ସେମାନେ ଏହା ଉପରେ ବିଚାର କରିବା ଦରକାର।”

ଭାରତ ସ୍ୱାଧୀନତା ହେବା ପରେ ପ୍ରଥମଥର ପାଇଁ ୨୯୪ ଆସନ ବିଶିଷ୍ଟ ବେଙ୍ଗଲ ବିଧାନସଭାରେ କୌଣସି ବାମଦଳ କିମ୍ବା କଂଗ୍ରେସର ବିଧାୟକ ନାହାନ୍ତି। ବେଙ୍ଗଲରେ ସବୁଠାରୁ ଅଧିକ ଦିନ ଶାସନ କରିଥିବା ଦଳର ସବୁ ଆସନ ଏବେ ବିଜେପି ପାଖକୁ ଚାଲି ଯାଇଛି।

ଲୋକମାନେ ଏବେ କେବଳ ବିଜେପି ଓ ଟିଏମସି ମଧ୍ୟରେ ଲଢ଼େଇ ହେଉଥିବା ଆକଳନ କରି ଭୋଟ ଦେଇଛନ୍ତି। ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ମାଲଦା ଓ ମୁର୍ଶିଦାବାଦର ଲୋକମାନେ ବିଜେପି ଅପେକ୍ଷା ଟିଏମସିକୁ ଅଧିକ ପସନ୍ଦ କରୁଛନ୍ତି।

The post ପ୍ରଥମଥର ପାଇଁ ବାମଦଳ ପାଇଁ ଏମିତି କଥା କହିଲେ ମମତା ବାନାର୍ଜୀ appeared first on Odisha Reporter.



from Odisha Reporter https://ift.tt/2RoC9yw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages