ନୂଆଦିଲ୍ଲୀ: ସାରା ଦେଶରେ ଟିକାକରଣ କରିବାକୁ ଯାଇ କେନ୍ଦ୍ର ସରକାର ଟିକା ଉତ୍ସବ ଆରମ୍ଭ କରିଛନ୍ତି। ହେଲେ ବିଭିନ୍ନ ଟିକାକରଣ କେନ୍ଦ୍ରରେ ଟିକାର ଅଭାବ ଦର୍ଶାଇଛି ଏହି ଟିକା ଉତ୍ସବ ଏକ ଲୋକ ଦେଖାଣିଆ। ଆଜି ଭାରତ ବାୟୋଟେକ ଦିଲ୍ଲୀକୁ କୋଭାକ୍ସିନ ଦେଇପାରିବ ନାହିଁ ବୋଲି କହିଛି। ଏହାପରେ ଦିଲ୍ଲୀକୁ ଭରସା କୋଭିଶିଲ୍ଜ। ଆଉ ଆଜି କୋଭିଶିଲ୍ଡ ଟିକା ପ୍ରାୟତଃ ଶେଷ ହୋଇଯିବ ବୋଲି ସରକାର କହିଛନ୍ତି। ତେଣୁ ଆସନ୍ତାକାଲି ପାଖରୁ ଦିଲ୍ଲୀରେ ଚିକାକରଣ ଆରମ୍ଭ ହୋଇପାରିବ କି ନାହିଁ ତାହା ଏବେ ସନ୍ଦେହ ଘେରରେ। ଏହାକୁ ନେଇ ଦିଲ୍ଲୀର କେଜ୍ରିଓ୍ୱାଲ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି।
୧୮-୪୫ ବର୍ଷ ବୟସର ଲୋକଙ୍କ ପାଇଁ କୋଭାକ୍ସିନ୍ ମହଜୁଜ ନାହିଁ ତେଣୁ ଏବେ ଦିଲ୍ଲୀରେ ୧୦୦ଟି ଟିକାକରଣ କେନ୍ଦ୍ରରେ କେବଳ କୋଭିଶିଲ୍ଡ ଟିକା ଦିଆଯିବ ବୋଲି ସରକାର କହିଛନ୍ତି। ଯେହେତୁ ଭାରତ ବାୟୋଟେକ କେବେ ଟିକା ପଠାଇବ ସ୍ପଷ୍ଟ କରିନାହିଁ ତେଣୁ ଦିଲ୍ଲୀରେ କୋଭିଶିଲ଼୍ ଟିକା ଜରିଆରେ ଟିକା ଉପଲବ୍ଧ ହେବ ବୋଲି କୁହାଯାଉଛି।
ଏବେ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ (ଏମସିଡି) ସହିତ ରାଜ୍ୟ ପ୍ରଶାସନ ସହରର ବିଭିନ୍ନ ସ୍ଥାନରେ ମିଶି ପ୍ରାୟ ୧୭ଟି ସରକାରୀ ସ୍କୁଲରେ ପ୍ରାୟ ୧୨୫ ଟିକାକରଣ କେନ୍ଦ୍ର ତିଆରି ହୋଇଛି।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୁଧବାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ଦିଲ୍ଲୀ ସରକାର ୬୭ ଲକ୍ଷ କୋଭାକ୍ସିନ ଆବଶ୍ୟକ କରୁଛନ୍ତି। ଏ ନେଇ ଦିଲ୍ଲୀ ସରକାର ଭାରତ ବାୟୋଟେକକୁ ଏକ ଚିଠି ଲେଖିଥିଲେ। ହେଲେ କମ୍ପାନୀ ଜବାବରେ କହିଛି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କମ୍ପାନୀ ଅନେକ ଟିକା ଅର୍ଡ଼ର ଗ୍ରହଣ କରିସାରିଛି। ଏବେ ଆଉ ଅର୍ଡର ଗ୍ରହଣ କରିପାରିବୁ ନାହିଁ ଏଥିପାଇଁ କମ୍ପାନୀ ଦୁଃଖ ପ୍ରକାଶ କରିଥିବା ସିସୋଦିଆ କହିଛନ୍ତି।
ସୂଚନାଯୋଗ୍ୟ, ସାରା ଦେଶରେ ଟିକାକରଣ ଜୋରଦାର ଚାଲିଛି। ଏଭଳି ସ୍ଥିତିରେ ମାତ୍ର ଦୁଇଟି ଟିକା ଭାରତରେ ତିଆରି ହେଉଛି। ତେଣୁ ଚାହିଦା ତୁଳନାରେ ଟିକା କମ୍ପାନୀ ଟିକା ଯୋଗାଇ ପାରୁ ନାହାନ୍ତି। ତେଣୁ ଅନେକ ଟିକାକରଣ କେନ୍ଦ୍ର ଅନେକ ସମୟରେ ବନ୍ଦ ରହୁଛି। ଏହାକୁ ନଜରରେ ରଖି ମଙ୍ଗଳବାର ଦିଲ୍ଲୀ ସରକାର ଓଡ଼ିଶା, ୟୁପି ଭଳି ଗ୍ଲୋବାଲ ଟେଣ୍ଡର କରିବେ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ପ୍ରେସ କନଫରେନସ କରି କହିଥିଲେ। ଏଥିସହ ଟିକାର ପ୍ୟାଟର୍ଣ୍ଣ କେନ୍ଦ୍ର ସରକାର ଅନ୍ୟ ଟିିକା ତିଆରି କମ୍ପାନୀକୁ ନିୟମ ଅନୁଯାୟୀ ପ୍ରଦାନ କରିବା ଦରକାର। ଏଭଳି ହେଲେ ଦେଶରେ ଟିକା ଆହୁରି ଅଧିକ ଉତ୍ପାଦନ ହୋଇପାରିବ।
The post ଦିଲ୍ଲୀକୁ ଏବେ କୋଭାକ୍ସିନ ଯୋଗାଇ ପାରିବନି କହିଲା ଭାରତ ବାୟୋଟେକ୍ appeared first on Odisha Reporter.
from Odisha Reporter https://ift.tt/3bl5rFa
No comments:
Post a Comment