‘ପରେ ପରସ୍ପରକୁ ସମାଲୋଚନା କରିବା, ଏବେ ଏକାଠି ହେବାର ସମୟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 12, 2021

‘ପରେ ପରସ୍ପରକୁ ସମାଲୋଚନା କରିବା, ଏବେ ଏକାଠି ହେବାର ସମୟ’

ନୂଆଦିଲ୍ଲୀ: କରୋନା ମହାମାରୀରେ ପ୍ରତିଦିନ ଦେଶରେ ହଜାର ହଜାର ଲୋକ ଆଖି ବୁଜିଛନ୍ତି। ଆଉ ଏହି ଅଦୃଶ୍ୟ ଭାଇରସର କୋପକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଲକଡାଉନ୍, ଶଟଡାଉନ କରାଯାଇଛି। ହେଲେ ରାଜନୀତିକ ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିନି। ସରକାରଙ୍କୁ ସମାଲୋଚନା କରିବା ଏବେ ଶାସକ ଦଳ ବିରୋଧୀଙ୍କୁ କଡ଼ା ଜବାବ ଦେବା ପ୍ରକ୍ରିୟା ଜାରି ରହିଛି। ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ଏହି ବାକ୍ ଯୁଦ୍ଧ ଚାଲିଛି।

ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି ଏବେ ବାକ୍ ଯୁଦ୍ଧ ଲାଗିବା ବନ୍ଦ ହେଉ, ଏକାଠି ହୋଇ କିଭଳି ମହାମାରୀ ବିରୋଧରେ ଲଢ଼େଇ କରିହେବ ସେ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି। କରୋନା ମହାମାରୀରୁ ଦେଶ ଉଦ୍ଧାର ପାଇବା ପରେ କିଏ ଠିକ୍ କରିଛି, ଭୁଲ୍ କରିଛି ଖୋଜି ବାହାର କରିବା ଦରକାର ବୋଲି ଏହି ବରିଷ୍ଠ କଂଗ୍ରେସ ନେତା ଟ୍ୱିଟ୍ କରି କହିଛନ୍ତି।

ସରକାର ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି। ହେଲେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ହଠାତ୍ ଟିକା ପାଖରୁ ଆରମ୍ଭ କରି ସମସ୍ତ ସୁବିଧା ଯୋଗାଇଦେବା କେନ୍ଦ୍ର ସରକାର ପାଇଁ କାଠିକର ହୋଇପଡ଼ିଛି। ଆଉ ଏଥିପାଇଁ ଅନେକ ଲୋକ ଆଖି ମଧ୍ୟ ବୁଜୁଛନ୍ତି। ଏହାକୁ ନେଇ କଂଗ୍ରେସ ଶାସକ ଦଳ ବିଜେପିକୁ ହମଲା କରୁଛି।

କଂଗ୍ରେସ କହିଛି କରୋନା ପରିଚାଳନା ତ୍ରୁଟିପୂର୍ଣ୍ଣ ରହିଛି। ଶାସକ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରାମର୍ଶ ଗ୍ରହଣ କରିବାକୁ ନାରାଜ। ସରକାର ଏଭଳି କରି ନିଜର ଅଂହକାର ଦେଖାଉଛନ୍ତି ବୋଲି କଂଗ୍ରେସ କହିଛି।

ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଏହାକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ନଡ୍ଡା କହିଛନ୍ତି ଯେ କଂଗ୍ରେସ ନିଜର ଦୁଇଟି ପରିଚୟ ଦେଖାଇ ଲୋକଙ୍କୁ ଭ୍ରମିତ କରୁଛି। ପ୍ରଥମେ କଂଗ୍ରେସ ଟିକାକୁ ନେଇ ଭ୍ରମିତ କରାଇଲା। ଏବେ ଟିକା ନୀତିକୁ ନେଇ ସନ୍ଦେହ କରୁଛି। ଏଭଳି କରିବା ଦ୍ୱାରା କଂଗ୍ରେସ ନିଜର ସ୍ଥିତି ହରାଉଛି ବୋଲି ନଡ୍ଡା ସୋନିଆଙ୍କୁ ଲେଖିଥିବା ଚିଠିରେ କହିଛନ୍ତି।

ସେହିପରି କଂଗ୍ରେସର ସାଧାରଣ ସମ୍ପାଦକ ଅଜୟ ମାକେନ୍ କହିଛନ୍ତି ସ୍ଥିତି ଏମିତି ଯେ ବିହାରର ବକ୍ସର ଜିଲ୍ଲା ଦେଇ ଯାଇଥିବା ଗଙ୍ଗା ନଦୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କୁ ଚିକିତ୍ସା, ଟିକା ଏବଂ ଏପରିକି ସମ୍ମାନଜନକ ଶେଷ ରୀତି ପ୍ରଦାନ କରିବାରେ ସରକାର ଅସମର୍ଥ ବୋଲି ମାକେନ୍ କହିଛନ୍ତି। ତେଣୁ ସରକାର ଅହଂକାରରୁ ଦୂରେଇ ରହିବା ଦରକାର। ଆଉ ଲୋକଙ୍କୁ ସାହାଯ୍ୟ କରିବା ଦରକାର ବୋଲି କହିଛନ୍ତି।

ଶାସକ ବିଜେପି ‘ରାଜଧର୍ମ’କୁ ଅନୁସରଣ କରିବା ଉଚିତ। କଂଗ୍ରେସ ବିରୋଧୀ ଭାବରେ କେବଳ ନିଜର କର୍ତ୍ତବ୍ୟ ପାଳନ କରୁଛି। ମହାମାରୀକୁ ନିୟନ୍ତ୍ରଣ କରିବାରେ ସରକାର ତାଙ୍କ ଭୁଲକୁ ସ୍ୱୀକାର କରିବା ଉଚିତ ଏବଂ ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ଆରମ୍ଭ କରିବା ଉଚିତ। ଆଉ କୋଭିଡ ପରିଚାଳନାକୁ ନେଇ ବିରୋଧୀ ଏକ ସର୍ବଦଳୀୟ ବୈଠକ ପାଇଁ ଦାବି କରିଛି।

The post ‘ପରେ ପରସ୍ପରକୁ ସମାଲୋଚନା କରିବା, ଏବେ ଏକାଠି ହେବାର ସମୟ’ appeared first on Odisha Reporter.



from Odisha Reporter https://ift.tt/2RJUvdw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages