ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିଚୟ ପତ୍ର ନଥିଲେ ବି ଟିକାକରଣରୁ କେହି ବଞ୍ଚିତ ହେବେ ନାହିଁ। ସେଥିପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।
ପରିଚୟ ପତ୍ର ନଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ, ସେଥିଲାଗି ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର। ଏନେଇ ସେ ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖିଛନ୍ତି।
ଚିଠିରେ ଏସିଏସ୍ ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି ଯେ ଟିକା ପାଇଁ ପଞ୍ଜିକରଣ କରିବାକୁ ହେଲେ ୭ଟି ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡୁଛି। ହେଲେ ରାଜ୍ୟରେ ଏମିତି ବହୁ ବର୍ଗର ଲୋକ ଅଛନ୍ତି, ଯେଉଁମାନଙ୍କ ନିକଟରେ ଏହି ପରିଚୟ ପତ୍ର ଗୁଡ଼ିକ ମଧ୍ୟରୁ କୌଣସିଟି ବି ନାହିଁ। କିନ୍ତୁ ସେମାନେ ବି କୋଭିଡ ସଂକ୍ରମିତ ହୋଇପାରନ୍ତି।
ବିଭିନ୍ନ ଧର୍ମର ସାଧୁ, ସନ୍ଥ, ଯାଯାବର ଜୀବନ ବିତାଉଥିବା ନିରାଶ୍ରୟ, ଭିକାରୀ, ମାନସିକ ଚିକିତ୍ସା ଅନୁଷ୍ଠାନ ଏବଂ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଏହି ବର୍ଗରେ ତାଲିକାଭୁକ୍ତ କରାଯାଇଛି। ଏହି ବର୍ଗର ୧୮ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାକୁ ତ୍ୱରିତ ପଦକ୍ଷେପ ନେବାକୁ ଏସିଏସ୍ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
The post ପରିଚୟ ପତ୍ର ନଥିଲେ ବି ମିଳିବ ଟିକା, ନିର୍ଦ୍ଦେଶ ଦେଲେ ଏସିଏସ୍ appeared first on Odisha Reporter.
from Odisha Reporter https://ift.tt/3bkI6mZ
No comments:
Post a Comment