ତିନି ଭାଇ ଓ ପୁତୁରାଙ୍କ ଆକ୍ରମଣରେ ଦୁଇ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 3, 2021

ତିନି ଭାଇ ଓ ପୁତୁରାଙ୍କ ଆକ୍ରମଣରେ ଦୁଇ ଗୁରୁତର

ବଲାଙ୍ଗୀର (ଘଟେଶ୍ୱର ମିଶ୍ର): ଜମି ଓ ଘର ଭାଗବଣ୍ଟାକୁ ଦୁଇ ଭାଇଙ୍କୁ ଆକ୍ରମଣ କଲେ ଅନ୍ୟ ତିନି ଭାଇ। ଆକ୍ରମଣର ଶିକାର ଦୁଇ ଭାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଥାନାରେ ରୁଜୁ ହୋଇଛି ମାମଲା। ଏ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ କଟାପାଲି ଗାଁରେ।

ଗୁରୁତର ଆହତ ଦୁଇ ଭାଇ ହେଲେ ମାଧବ ହାତୀ ଓ ନିତିଆ ହାତୀ। ଜମି ଓ ଘର ଭାଗବଣ୍ଟାକୁ ନେଇ ମାଧବ ଓ ନିତିଆଙ୍କ ସହିତ ଅନ୍ୟ ତିନି ଭାଇଙ୍କର ଝଗଡ଼ା ଲାଗି ରହିଥିଲା। ଆଜି ହଠାତ୍ ଅନ୍ୟ ତିନି ଭାଇ ଓ ସେମାନଙ୍କ ପୁଅମାନେ ମିଶି ମାଧବ ଓ ନିତିଆଙ୍କୁ ଆକ୍ରମଣ କରିଥିଲେ। ସେମାନେ ଶାବଳରେ ମଧ୍ୟ ମାଡ଼ ମାରିଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ସମସ୍ତ ଆକ୍ରମଣକାରୀ ଫେରାର ଥିବା ଜଣାପଡ଼ିଛି।

The post ତିନି ଭାଇ ଓ ପୁତୁରାଙ୍କ ଆକ୍ରମଣରେ ଦୁଇ ଗୁରୁତର appeared first on Odisha Reporter.



from Odisha Reporter https://ift.tt/2SbLHgv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages