ନୂଆଦିଲ୍ଲୀ: କଡ଼ା କଟକଣା ଭିତରେ ଖେଳା ଯାଉଥିବା ଆଇପିଏଲରେ ପଶିଛି କରୋନା। ଠିକ୍ ମ୍ୟାଚ୍ ପୂର୍ବରୁ କୋଲକାତା ନାଇଟ ରାଇଡର୍ସର ଦୁଇ ଜଣ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ବିରାଟ କୋହଲିଙ୍କ ଆରିସିବି ଆଜି କୋଲକାତା ବିପକ୍ଷରେ ଥିବା ମ୍ୟାଚ୍ ଖେଳିବ ନାହିଁ ବୋଲି କହିଛି।
ଏହି କାରଣରୁ ଆଜି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ସ୍ଥଗିତ ରଖାଯାଇଛି। ଏ ସଂକ୍ରାନ୍ତରେ ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, କେକେଆର କ୍ୟାମ୍ପରୁ କରୋନା ଚିହ୍ନଟ ହୋଇଥିବାରୁ ତାଙ୍କ ବିରୋଧରେ ଖେଳିବାକୁ ଆରସିବି ରାଜି ହୋଇନାହିଁ। ବରୁଣ ଓ ସନ୍ଦୀପଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। ଏବେ କୋଲକାତାର ସବୁ ଖେଳାଳି ଓ ସଦସ୍ୟ ଆଇସୋଲେସନରେ ଅଛନ୍ତି। ସେମାନଙ୍କର ଟେଷ୍ଟ କରାଯିବ। ଏହି କାରଣରୁ ଆଜିର ମ୍ୟାଚ୍କୁ ସ୍ଥଗିତ ରଖାଯାଇଛି। ଆଜି ଅପରାହ୍ନରେ ହିଁ ମ୍ୟାଚ୍ କେବେ ହେବ, ସେ ବିଷୟରେ ଘୋଷଣା କରାଯିବ।
ସୂଚନା ଅନୁସାରେ, ଏବେ ଉଭୟଙ୍କର ଦ୍ୱିତୀୟ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି। କାରଣ ଦିଲ୍ଲୀ କ୍ୟାପିଟାଲ୍ସର ଅନରିଚ ନୋର୍ଜେଙ୍କ ସହ ସମାନ ଘଟଣା ଘଟିଥିଲା। ପ୍ରଥମେ ତାଙ୍କ ରିପୋର୍ଟ ଭୁଲରେ ପଜଟିଭ ଆସିଥିଲା। କିନ୍ତୁ ଦ୍ୱିତୀୟ ଟେଷ୍ଟ ରିପୋର୍ଟରେ ଏହା ନେଗେଟିଭ ଆସିଥିଲା। ତେଣୁ ବରୁଣ ଓ ସନ୍ଦୀପଙ୍କର ଦ୍ୱିତୀୟ ଥର ଟେଷ୍ଟ କରାଯାଇଛି।
ଅନ୍ୟପକ୍ଷରେ ବରୁଣ ଓ ସନ୍ଦୀପ ଅଭ୍ୟାସ ବେଳେ ସାମାନ୍ୟ ଆହତ ହୋଇଥିଲେ। ଏହି କାରଣରୁ ସେମାନେ ସ୍କାନ ପାଇଁ ବାଓବବଲ୍ସ ବାହାରକୁ ଯାଇଥିଲେ। ଏହି ସମୟରେ ଉଭୟ ଭାଇରସ ସଂସ୍ପର୍ଶରେ ଆସିଥିବା ଆଶଙ୍କା କରାଯାଉଛି।
ସୂଚନାଯୋଗ୍ୟ, ଆଇପିଏଲ ଚାଲୁଥିବା ବେଳେ କୌଣସି ଖେଳାଳି ପଜିଟିଭ ହେବା ପ୍ରଥମ ଘଟଣା। ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲର ଅକ୍ଷର ପଟେଲ, ଆରସିବିର ଦେବଦତ୍ତ ପାଡିକ୍କଲ ଓ କେକେଆର୍ର ନୀତୀଶ ରାଣା ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇଥିଲେ।
The post ଆଇପିଏଲର ଦୁଇ ଖେଳାଳିଙ୍କୁ କରୋନା, ଆଜିର ମ୍ୟାଚ୍ ସ୍ଥଗିତ appeared first on Odisha Reporter.
from Odisha Reporter https://ift.tt/2RnP8QL
No comments:
Post a Comment