ରାଜ୍ୟରେ ୧୦ ହଜାର ପାଖାପାଖି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରେ ୧୩ ଶହ ଓ ସୁନ୍ଦରଗଡ଼ରେ ୧୧ଶହରୁ ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 4, 2021

ରାଜ୍ୟରେ ୧୦ ହଜାର ପାଖାପାଖି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରେ ୧୩ ଶହ ଓ ସୁନ୍ଦରଗଡ଼ରେ ୧୧ଶହରୁ ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେ’ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଦୈନିକ ୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଅର୍ଥାତ୍ ମେ’ ୪ ତାରିଖରେ ଏହି ସଂଖ୍ୟା ୯ ହଜାର ଅତିକ୍ରମ କରିଛି। ଆଜି ଏହି ରିପୋର୍ଟ ଆସିଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୯,୮୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩୭ ଜଣ ଚିହ୍ନଟ ହୋଇଛନ୍ତି।

କଟକ ଜିଲ୍ଲାରୁ ସର୍ବାଧିକ ୭୯୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରୁ ୪୮୩, ସମ୍ବଲପୁରରୁ ୪୭୦, ଅନୁଗୋଳରୁ ୪୪୩, କଳାହାଣ୍ଡିରୁ ୪୧୪, ପୁରୀରୁ ୪୩୬, ଝାରସୁଗୁଡ଼ାରୁ ୩୮୬, ନୂଆପଡ଼ାରୁ ୩୩୫, ବଲାଙ୍ଗିରରୁ ୩୨୬, ଯାଜପୁରରୁ ୨୮୨, ମୟୂରଭଞ୍ଜରୁ ୨୪୩ ଓ ନୟାଗଡ଼ ଜିଲ୍ଲାରୁ ୨୨୩ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି କେନ୍ଦୁଝର ଜିଲ୍ଲାରୁ ୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁବର୍ଣ୍ଣପୁରରୁ ୧୫୮, ଜଗତସିଂହପୁରରୁ ୧୫୬, ବାଲେଶ୍ୱରରୁ ୧୫୧, କେନ୍ଦ୍ରାପଡ଼ାରୁ ୧୩୩, ବୌଦ୍ଧ ଓ ରାୟଗଡ଼ାରୁ ୧୨୯ ଲେଖାଏଁ, ଗଜପତିରୁ ୧୧୭, କୋରାପୁଟରୁ ୯୪, ମାଲକାନଗିରିରୁ ୮୬, ଦେବଗଡ଼ରୁ ୭୫, କନ୍ଧମାଳ ଓ ଭଦ୍ରକରୁ ୫୨ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୨୪୯ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ ୩୦ ତାରିଖରେ ରାଜ୍ୟରେ ୧୦,୪୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିଦିନ ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୧୦ ହଜାର ପାର ହୋଇଥିଲା।

The post ରାଜ୍ୟରେ ୧୦ ହଜାର ପାଖାପାଖି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରେ ୧୩ ଶହ ଓ ସୁନ୍ଦରଗଡ଼ରେ ୧୧ଶହରୁ ଅଧିକ appeared first on Odisha Reporter.



from Odisha Reporter https://ift.tt/3tnSZL4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages