୪ କ୍ରିକେଟରଙ୍କୁ କରୋନା ପରେ ସ୍ଥଗିତ ହେଲା ଆଇପିଏଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 4, 2021

୪ କ୍ରିକେଟରଙ୍କୁ କରୋନା ପରେ ସ୍ଥଗିତ ହେଲା ଆଇପିଏଲ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଅଧାରୁ ସ୍ଥଗିତ ହୋଇଛି ଫାଟଫଟ କ୍ରିକେଟ ଆଇପିଏଲ। ଏକାଧିକ କ୍ରିକେଟର କରୋନାରେ ଆକ୍ରାନ୍ତ ହେବାରୁ ଚଳିତ ବର୍ଷ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏ ସମ୍ପର୍କ ବସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆପିଏଲର ଗଭର୍ଣ୍ଣିଂ କାଉନସିଲ ଓ ବିସିସିଆଇର ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି।

ଗତବର୍ଷ କରୋନା ପାଇଁ ଭାରତ ବଦଳରେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା।

ଚଳିତ ବର୍ଷ କରୋନା ସଂକ୍ରମଣ ସତ୍ତ୍ୱେ ଭାରତରେ ଆଇପିଏଲ ଆରମ୍ଭ ହୋଇଥିଲା। ସଂକ୍ରମଣ ଯୋଗୁ ବିନା ଦର୍ଶକରେ ଚଳିତ ବର୍ଷ ଆଇପିଏଲ ଖେଳାଯାଉଥିଲା। ବାୟୋବବଲ୍ସରେ ୨୯ଟି ମ୍ୟାଚ୍‌ ଖେଳାଯାଇଥିଲେ ହେଁ ହଠାତ୍‌ ଗତକାଲି ସବୁକିଛି ବଦଳି ଯାଇଥିଲା। ଗତକାଲି କୋଲକାତାର ଦୁଇ ଜଣ କ୍ରିକେଟର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଖେଳାଳିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।


ଆଜି ଦିଲ୍ଲୀ କ୍ୟାପିଟାଲ୍ସର ଅମିତ ମିଶ୍ରା ଓ ସନ ରାଇଜର୍ସ ହାଇଦ୍ରାବାଦ୍‌ର ରିଦ୍ଧିମାନ ସାହା କରୋନାରେ ଆକ୍ରାନ୍ତ ହେବାରୁ ସମସ୍ତଙ୍କ ଚିନ୍ତା ବଢ଼ିଥିଲା। ଦୁଇ ଦିନରେ ୪ ଜଣ କ୍ରିକେଟର କରୋନାରେ ଆକ୍ରାନ୍ତ ହେବାରୁ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଥିଲା। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଆଇପିଏଲର ଚଳିତ ସିଜିନକୁ ବାତିଲ କରିଛି। ୪ କ୍ରିକେଟର କରୋନାରେ ଆକ୍ରାନ୍ତ ହେବା ପରେ ବିସିସିଆଇ ପକ୍ଷରୁ ଜରୁରୀ ବୈଠକ ଡକା ଯାଇଥିଲା। ଏହି ବୈଠକରେ ସର୍ବସମ୍ମତିକ୍ରମେ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା।

ଆଇପିଏଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, “ଆପିଏଲ ଜିସି ଓ ବିସିସିଆଇ ସର୍ବସମ୍ମତିକ୍ରମେ ଟୁର୍ଣ୍ଣାମେଣ୍ଟର ୨୦୨୧ ସିଜିନକୁ ତତ୍କାଳ ଭାବେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ବିସିସିଆଇ ଖେଳାଳି, ଷ୍ଟାଫ ଓ ଆଇପିଏଲ ସହ ଜଡ଼ିତ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ବୁଝାମଣା କରିବାକୁ ଚାହେଁନାହିଁ।

ବର୍ତ୍ତମାନ ଗୋଟିଏ କଠିନ ସମୟ ଚାଲିଛି। ବିଶେଷ କରି ଭାରତରେ ଲୋକଙ୍କୁ ଗୋଟିଏ ସକରାତ୍ମକ ପରିବେଶ ସହ ମୁହଁରେ ହସ ଫୁଟାଇବାକୁ ବିସିସିଆଇ ପ୍ରୟାସ କରିଥିଲା। କିନ୍ତୁ ଏବେ ସ୍ଥିତିକୁ ଦେଖି ଟୁର୍ଣ୍ଣାମେଣ୍ଟକୁ ସସପେଣ୍ଡ କରାଯାଉଛି। ତେଣୁ ସମସ୍ତେ ସେମାନଙ୍କ ପରିବାର ଲୋକଙ୍କ ପାଖକୁ ଯାଇପାରିବେ। ବିସିସିଆଇ ତା’ର କ୍ଷମତା ଅନୁସାରେ ଆଇପିଏଲରେ ଯୋଗାଦେଇଥିବା ସମସ୍ତ ଖେଳାଳି ଓ ସଦସ୍ୟଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ପହଞ୍ଚାଇବାକୁ ଚେଷ୍ଟା କରିବ।


ବିସିସିଆଇ ସମସ୍ତ ସ୍ୱାସ୍ଥ୍ୟକର୍ମୀ, ରାଜ୍ୟ କ୍ରିକେଟ ଆସୋସିଏସନ, ଖେଳାଳି, ଫ୍ରାଞ୍ଚାଇଜ୍ ଓ ସମସ୍ତ ସର୍ଭିସ ପ୍ରୋଭାଇଡରଙ୍କୁ ଧନ୍ୟବାଦ ଜଣାଉଛି। କାରଣ ସେମାନଙ୍କ ବିନା ସହଯୋଗରେ ଏପରି ଏକ କଷ୍ଟକର ସମୟରେ କେବେ ହେଲେ ଆଇପିଏଲ ଆୟୋଜନ ହୋଇପାରି ନଥାଆନ୍ତା।

ଆଜି ସନ୍ଧ୍ୟାରେ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ହେବାର ଥିଲା। କିନ୍ତୁ ରିଦ୍ଧିମାନ ସାହା କରୋନାରେ ଆକ୍ରାନ୍ତ ହୋଇଥିବାରୁ ପୂରା ଟିମ୍‌ ଆଇସୋଲେସନରେ ରହିଥିଲା। ଏହି କାରଣରୁ ଆଜିର ମ୍ୟାଚ୍‌କୁ ମଧ୍ୟ ସ୍ଥଗିତ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଦିଲ୍ଲୀର ସବୁ ସଦସ୍ୟ ମଧ୍ୟ ଅମିତ ମିଶ୍ରାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଯୋଗୁ ଆଇସୋଲେସନରେ ରହିଛନ୍ତି।  

୪ କ୍ରିକେଟଙ୍କ ବ୍ୟତୀତ ଚେନ୍ନାଇ ସୁପର କିଙ୍ଗସର ବୋଲିଂ କୋଚ୍ ଏଲ ବାଲାଜୀ ଓ ବସ୍‌ କ୍ଲିନର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚେନ୍ନାଇ ଏଥିପାଇଁ ତା’ର ଅଭ୍ୟାସ କାର୍ଯ୍ୟକ୍ରମକୁ ବାତିଲ କରିଥିଲା।

ସୂଚନାଯୋଗ୍ୟ, ଆଇପିଏଲ ଚାଲୁଥିବା ବେଳେ କୌଣସି ଖେଳାଳି ପଜିଟିଭ ହେବା ପ୍ରଥମ ଘଟଣା। ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲର ଅକ୍ଷର ପଟେଲ, ଆରସିବିର ଦେବଦତ୍ତ ପାଡିକ୍କଲ ଓ କେକେଆର୍‌ର ନୀତୀଶ ରାଣା ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇଥିଲେ।

The post ୪ କ୍ରିକେଟରଙ୍କୁ କରୋନା ପରେ ସ୍ଥଗିତ ହେଲା ଆଇପିଏଲ appeared first on Odisha Reporter.



from Odisha Reporter https://ift.tt/3egg6mH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages