ଉଦଳା ସବ୍‌ଜେଲ୍‌ରେ ପଶିଲା କରୋନା, ୨୧ ପଜିଟିଭ୍ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 9, 2021

ଉଦଳା ସବ୍‌ଜେଲ୍‌ରେ ପଶିଲା କରୋନା, ୨୧ ପଜିଟିଭ୍ ଚିହ୍ନଟ

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ସବ୍‌ଜେଲ୍‌ରେ ପଶିଲା କରୋନା। ଏଠାରେ ୨୧ ଜଣ ବିଚାରାଧୀନ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଗତକାଲି ଏହି ସବ୍‌ଜେଲ୍‌ର ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୭୬ ଜଣଙ୍କର ଟେଷ୍ଟ୍ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି।

ଏହା ଜଣାପଡ଼ିବା ପରେ ଉଦଳା ଏନ୍‌ଏସି ପକ୍ଷରୁ ପୂରା ଜେଲ୍ ପରିସରକୁ ସାନିଟାଇଜ୍ କରାଯାଇଛି। ଏହା ସହିତ କରୋନାରେ ଆକ୍ରାନ୍ତ ସମସ୍ତ ବିଚାରାଧୀନ କଏଦୀଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଯଦି ସେମାନଙ୍କ ମଧ୍ୟରୁ କାହାର ଅବସ୍ଥା ଗୁରୁତର ହୁଏ, ତା’ହେଲେ ତାଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ପଠାଇବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଥିବା ଉଦଳା ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ଦଣ୍ଡପାଟ କହିଛନ୍ତି।

ଅନ୍ୟପକ୍ଷରେ ୨୧ଜଣ ପଜିଟିଭ୍ ବାହାରିବା ପରେ ଜେଲ୍‌ କର୍ତ୍ତୃପକ୍ଷ ସଜାଗ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୦୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହିତ ଲଗାତାର ୫ ଦିନ ହେଲା ରାଜ୍ୟରେ ଦୈନିକ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୯୭କୁ ବୃଦ୍ଧି ପାଇଛି।

The post ଉଦଳା ସବ୍‌ଜେଲ୍‌ରେ ପଶିଲା କରୋନା, ୨୧ ପଜିଟିଭ୍ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3eyMykd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages