‘ଟିକା ନୀତି କାର୍ଯ୍ୟପାଳିକାର, ନ୍ୟାୟପାଳିକା ହସ୍ତକ୍ଷେପ କରିବା ଠିକ୍ ହେବନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 9, 2021

‘ଟିକା ନୀତି କାର୍ଯ୍ୟପାଳିକାର, ନ୍ୟାୟପାଳିକା ହସ୍ତକ୍ଷେପ କରିବା ଠିକ୍ ହେବନି’

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ କେନ୍ଦ୍ରର ଟିକା ନୀତିକୁ ନେଇ ଶୁଣାଣି କରିବାର ଅଛି। ଏହା ପୂର୍ବର ବିଳମ୍ୱିତ ରାତିରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଟିକା ନୀତିକୁ ନେଇ ଏକ ସତ୍ୟପାଠ ଦାଖଲ କରିଛି। ଯେଉଁଥିରେ କେନ୍ଦ୍ର ସରକାର କହିଛନ୍ତି ଟିକା ନୀତି ବିଭିନ୍ନ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ତିଆରି କରାଯାଇଛି। ଟିକା ଦର ନେଇ ଥିବା ଅସାମନତା ବାବଦରେ ଥିବା ବିବାଦ ମଧ୍ୟ ସମାଧାନ ହୋଇସାରିଛି। ଏହା କାର୍ଯ୍ୟପାଳିକାର ଦାୟିତ୍ୱ ତେଣୁ ନ୍ୟାୟପାଳିକା ହସ୍ତକ୍ଷେପ କରିବା ଠିକ୍ ହେବନି ବୋଲି କୋର୍ଟ ପ୍ରତି ସମ୍ମାନ ରଖି ନମ୍ରତାର ସହ ସତ୍ୟପାଠ ଦାଖଲ କରିଛି କେନ୍ଦ୍ର।

ଟିକାକରଣ ବ୍ୟତୀତ କେନ୍ଦ୍ର ସରକାର କୋଭିଡ ମ୍ୟାନେଜମେଣ୍ଟର ସର୍ବଶେଷ ତଥା ମଧ୍ୟ ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି। ରବିବାର ବିଳମ୍ୱିତ ରାତିରେ୨୧୮ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର। ଆଉ ଏହି ସତ୍ୟପାଠ ଜରିଆକେ କୋର୍ଟର ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କହିଛି ଟିକାକରଣ ନୀତି ମାମଲାରେ ନ୍ୟାୟିକ ହସ୍ତକ୍ଷେପ ଠିକ୍ ହେବନି। କୌଣସି କରୋନା ଆକ୍ରାନ୍ତ ଦେଶର ଯେକୌଣସି ହସ୍ପିଟାଲରେ ଭର୍ତ୍ତି ହୋଇପାରିବେ। ସ୍ଥାନୀୟ ବାସିନ୍ଦା ହୋଇନଥିଲେ ମଧ୍ୟ ଆରଟିପିସିଆର ରିପୋର୍ଟ କିମ୍ବା ଆଧାର କାର୍ଡ ନଥିଲେ ମଧ୍ୟ ଜଣେ ହସ୍ପିଟାଲରେ ଭର୍ତ୍ତି ହୋଇପାରିବ ବୋଲି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି।

କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ କୋଭିଡ କେନ୍ଦ୍ର, ବେଡ୍, ଡାକ୍ତର, ନର୍ସ ଏବଂ ମେଡିକାଲ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି। ମେଡିକାଲ ପଢ଼ୁଥିବା ଛାତ୍ରଛାତ୍ରୀ ମଧ୍ୟ କୋଭିଡ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ତିନି ହଜାର ଟଙ୍କାର ଏକ ଆର୍ଥିକ ପ୍ୟାକେଜ ବ୍ୟବସ୍ଥା କରାଯାଇଛି। ଟିକା ଉତ୍ପାଦନ ବଢ଼ାଯିବା ସହିତ ଟିକା ଅଧିକରୁ ଅଧିକ କିଭଳି ଉପଲବ୍ଧ ହୋଇପାରିବ ସେ ନେଇ ପ୍ରସ୍ତୁତି ଚାଲିଛି। ୧୮ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏବେ ଟିକା ଦିଆଯାଉଛି। ରାଜ୍ୟଗୁଡ଼ିକ ମଧ୍ୟ ଟିକା କମ୍ପାନା ପାଖରୁ ସିଧାସଳଖ ଟିକା କିଣୁଛନ୍ତି। ଦର ବୃଦ୍ଧିକୁ ନେଇ ଯେଉଁ ଅସାମନତି ଥିଲା ତାର ସମାଧାନ ହୋଇଛି।ତେବେ କେନ୍ଦ୍ର ରାଜ୍ୟ ଅପେକ୍ଷା ଅଧିକ ଶସ୍ତାରେ ଟିକା କିଣିବା ପଛର କାରଣ ହେଉଛି କେନ୍ଦ୍ର ବହୁ ସଂଖ୍ୟାରେ ଟିକା କିଣୁଛି ଆଉ କମ୍ପାନୀକୁ ଆଗୁଆ ଟଙ୍କା ଦେଇଛି।

ବିଶେଷଜ୍ଞ ତଥା ବୈଜ୍ଞାନିକଙ୍କ ପରାମର୍ଶ ଆଧାରରେ ଟିକା ନୀତି ପ୍ରସ୍ତୁତ କରାଯାଇଛି ଏବଂ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସ୍ତରରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସୂଚନା ଦେଇଛନ୍ତି। ଦେଶ ତଥା ଅନ୍ତର୍ଜାତୀୟ ସ୍ତରକୁ ବିଚାର କରିବା ପରେ ଟିକା ମୂଲ୍ୟ ସ୍ଥିର କରାଯାଇଛି।

The post ‘ଟିକା ନୀତି କାର୍ଯ୍ୟପାଳିକାର, ନ୍ୟାୟପାଳିକା ହସ୍ତକ୍ଷେପ କରିବା ଠିକ୍ ହେବନି’ appeared first on Odisha Reporter.



from Odisha Reporter https://ift.tt/33vya60

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages