ମାଗିବା ମାତ୍ରେ ନ୍ୟୁଜିଲ୍ୟାଣ୍ଡ ହାଇକମିଶନକୁ ଅକ୍ସିଜେନ ସିଲିଣ୍ଡର ଦେଲା କଂଗ୍ରେସ, କିନ୍ତୁ.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 1, 2021

ମାଗିବା ମାତ୍ରେ ନ୍ୟୁଜିଲ୍ୟାଣ୍ଡ ହାଇକମିଶନକୁ ଅକ୍ସିଜେନ ସିଲିଣ୍ଡର ଦେଲା କଂଗ୍ରେସ, କିନ୍ତୁ..

ନୂଆଦିଲ୍ଲୀ: ବିବାବଦରେ ଫସିଛି ଭାରତରେ ଅବସ୍ଥାପିତ ନ୍ୟୁଜିଲ୍ୟାଣ୍ଡ ହାଇକମିଶନ। ମହାମାରୀ କରୋନା ସଂକ୍ରମଣ ବେଳେ ନ୍ୟୁଜିଲ୍ୟାଣ୍ଡ ହାଇକମିଶନ ଟ୍ୱିଟ କରି ବିରୋଧୀ କଂଗ୍ରେସର ୟୁଥ ୱିଙ୍ଗକୁ ଅକ୍ସିଜେନ ସିଲିଣ୍ଡର ମାଗିଥିଲା। କଂଗ୍ରେସ ସଦସ୍ୟ ମଧ୍ୟ ତୁରନ୍ତ ଅକ୍ସିଜେନ ଯୋଗାଡ଼ କରି ହାଇକମିଶନ ଆଗରେ ପହଞ୍ଚି ଯାଇଥିଲେ।

ତେବେ ହାଇକମିଶନ ଘଟଣା ପରେ ଟ୍ୱିଟକୁ ହଟାଇ ଦେଇଥିବାରୁ ବିବାଦ ସୃଷ୍ଟି ହୋଇଛି। ଅନେକ ଲୋକ ଭାରତ ସରକାରଙ୍କ ଚାପରେ ପଡ଼ି ନ୍ୟୁଜିଲ୍ୟାଣ୍ଡ ହାଇକମିଶନ ଏପରି କରିଥିବା କହିଛନ୍ତି। କିନ୍ତୁ କଂଗ୍ରେସ ଅକ୍ସିଜେନ ଯୋଗାଣ ବେଳର ଫଟୋକୁ ପୋଷ୍ଟ କରିଛି।

ନ୍ୟୁଜିଲ୍ୟାଣ୍ଡ ହାଇକମିଶନ ରବିବାର ଟ୍ୱିଟ କରିଥିଲା ଯେ କ’ଣ ଆପଣ ଦୟା କରି ଜରୁରୀ କାଳୀନ ଭିତ୍ତିରେ ନ୍ୟୁଜିଲ୍ୟାଣ୍ଡ ହାଇକମିଶନକୁ ଅକ୍ସିଜେନ ସିଲେଣ୍ଡର ଯୋଗାଇ ପାରିବେ? ଧନ୍ୟବାଦ। ଏହି ଟ୍ୱିଟକୁ କମିଶନ ପକ୍ଷରୁ ଯୁବ କଂଗ୍ରେସ ମୁଖ୍ୟ ବିଭି ଶ୍ରୀନିବାସଙ୍କୁ ଟ୍ୟାଗ କରି ପୋଷ୍ଟ କରାଯାଇଥିଲା।

ଟ୍ୱିଟ ପାଇବା କ୍ଷଣି ଯୁବ କଂଗ୍ରେସ ଅକ୍ସିଜେନ ସିଲିଣ୍ଡର ପଠାଇଥିଲା। ତେବେ ଘଟଣା ପରେ ନ୍ୟୁଜିଲ୍ୟାଣ୍ଡ କମିଶନ ଟ୍ୱିଟକୁ ଡିଲେଟ କରିଦେଇଛି। ଏହାପରେ ଟ୍ୱିଟ କରି କମିଶନ କହିଛି ଯେ “ଆମେ ସବୁ ସମ୍ବଳ ଲଗାଇ ଜରୁରୀ କାଳୀନ ଭିତ୍ତିରେ ଅକ୍ସିଜେନ ସିଲିଣ୍ଡର ଯୋଗାଡ଼ କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ଆମ ଅନୁରୋଧକୁ ଦୁର୍ଭାଗ୍ୟବଶତଃ ଭୁଲ ଭାବେ ଉପସ୍ଥାପନ କରାଯାଇଥିଲା। ଏଥିପାଇଁ ଆମେ ସରି କହୁଛୁ।”

କିନ୍ତୁ ଯୁବ କଂଗ୍ରେସ ମୁଖ୍ୟଙ୍କୁ ସିଲିଣ୍ଡର ମାଗିବା କ’ଣ ଭୁଲ? କାହିଁକି କମିଶନ ଟ୍ୱିଟକୁ ଡିଲେଟ କଲା, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

The post ମାଗିବା ମାତ୍ରେ ନ୍ୟୁଜିଲ୍ୟାଣ୍ଡ ହାଇକମିଶନକୁ ଅକ୍ସିଜେନ ସିଲିଣ୍ଡର ଦେଲା କଂଗ୍ରେସ, କିନ୍ତୁ.. appeared first on Odisha Reporter.



from Odisha Reporter https://ift.tt/3u7rs1E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages