ବାହାଘର ଅଧାରେ ଅଟକାଇ ନିଲମ୍ବିତ ହେଲେ ଡିଏମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 2, 2021

ବାହାଘର ଅଧାରେ ଅଟକାଇ ନିଲମ୍ବିତ ହେଲେ ଡିଏମ

ଅଗରତାଲା: ବଳପୂର୍ବକ ବାହାଘର କାର୍ଯ୍ୟକ୍ରମକୁ ଅଧାରେ ଅଟକାଇବା ତ୍ରିପୁରାର(ପଶ୍ଚିମ) ଜିଲ୍ଲା ମାଜିଷ୍ଟ୍ରେଟ ଶୈଳେଶ କୁମାର ଯାଦବଙ୍କୁ ମହଙ୍ଗା ପଡ଼ିଛି। ମହାମାରୀ କରୋନା ସଂକ୍ରମଣ ପାଇଁ ଜାରି କଟକଣାକୁ ଲାଗୁ କରିବା ଉଦ୍ଦେଶ୍ୟରେ ସେ ବାହାଘର ଚାଲିଥିବା ବେଳେ ଏହାକୁ ଅଟକାଇଥିଲେ।

ଏହାର ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହେବା ପୂର୍ବରୁ ନିଜ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜବାବ ରଖିବାକୁ ଶୈଳଶ କୁମାର ଗୋଟିଏ କମିଟି ଆଗରେ ହାଜର ହୋଇଥିଲେ। ଏହି ସମୟରେ ସେ କମିଟିକୁ କହିଥିଲେ ଯେ “ଆଇନ ଶୃଙ୍ଖଳା ରକ୍ଷା କରିବା ଓ ସଂକ୍ରମଣ ଉପରେ ବ୍ରେକ ଲଗାଇବା ହେଉଛି ମୋ କର୍ତ୍ତବ୍ୟ। ତେଣୁ ମୁଁ ନେଇଥିବା କାର୍ଯ୍ୟାନୁଷ୍ଠାନରେ ଏବେ ବି କାଏମ ରହିଛି।”

ସୋଶାଲ ମିଡିଆରେ ଡିଏମ ଶୈଳଶ କୁମାର ଏପ୍ରିଲ ୨୬ରେ ଗୋଟିଏ ବାହାଘର କାର୍ଯ୍ୟକ୍ରମକୁ ଅଧାରେ ଅଟକାଉଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓ ଅନୁଯାୟୀ, ଅଗରତାଲାର ଗୋଟିଏ ମଣ୍ଡପରେ ବାହାଘର ଚାଲିଥିବା ବେଳେ ଡିଏମ ଶୈଳଶ କୁମାର ସଦଳବଳେ ସେଠାରେ ପହଞ୍ଚିଥିଲେ।

କିଛି ଲୋକଙ୍କୁ ତାଙ୍କ ସହ ଥିବା ପୁଲିସ୍‌ କର୍ମଚାରୀ ହାଲୁକା ଲାଠି ମାଡ଼ କରି ଘଟଣାସ୍ଥଳରୁ ବିଦା କରିଥିଲେ। ଏହାପରେ ଡିଏମ ଶୈଳଶ କୁମାର ବର କନ୍ୟା, ସେମାନଙ୍କ ପରିବାର ସଦସ୍ୟ ଓ ଅତିଥିମାନଙ୍କୁ ତୁରନ୍ତ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସେ ପୁଲିସକୁ ତୁରନ୍ତ ଲୋକମାନଙ୍କୁ ବାହାର କରିବାକୁ କହିଥିଲେ। ବାହାଘର କରୁଥିବା ପୁରୋହିତଙ୍କୁ ମଧ୍ୟ ଡିଏମ ମାଡ଼ ମାରିଥିବା ଦୃଶ୍ୟ ଦେଖିବାକୁ ମିଳିଛି।


ଡିଏମଙ୍କ ଏଭଳି ଆଚରଣ ଦେଖି ସେଠାରେ ଉପସ୍ଥିତ ଜଣେ ମହିଳା ବାହାଘର ପାଇଁ ସରକାର ଦେଇଥିବା ଅନୁମତି ପତ୍ର ଦେଖାଇଥିଲେ। ହେଲେ ଏହାକୁ ଶୈଳଶ କୁମାର ଚିରି ପରିବାର ସଦସ୍ୟଙ୍କ ଉପରକୁ ଫୋପାଡ଼ି ଦେଇଥିଲେ। ଏହାକୁ ନେଇ ବିବାଦ ହେବାରୁ ଘଟଣାର ଗୋଟିଏ ଦିନ ପରେ ସେ ନିଜର ପକ୍ଷ ରଖିଥିଲେ।

ସେ କହିଥିଲେ ଯେ “ଗତକାଲି ରାତିର ଘଟଣା ପାଇଁ ଯଦି କେହି ଆଘାତ ପାଇଛନ୍ତି, ତା’ହେଲେ ମୁଁ ସେମାନଙ୍କୁ କ୍ଷମା ମାଗୁଛି। କିନ୍ତୁ ମୁଁ ଯାହା ବି କରିଥିଲି ସେମାନଙ୍କ ସୁରକ୍ଷା ଓ ଫାଇଦା ପାଇଁ କରିଥିଲି। କାହାକୁ କଷ୍ଟ ଦେବା କିମ୍ବା ହଇରାଣ କରିବା ମୋର ଲକ୍ଷ୍ୟ ନଥିଲା।”

The post ବାହାଘର ଅଧାରେ ଅଟକାଇ ନିଲମ୍ବିତ ହେଲେ ଡିଏମ appeared first on Odisha Reporter.



from Odisha Reporter https://ift.tt/336DEnl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages