ଅପହରଣର ମାସକ ପରେ ଓଏନଜିସି କର୍ମଚାରୀଙ୍କୁ ଛାଡ଼ିଲେ ବିଦ୍ରୋହୀ ଗୋଷ୍ଠୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 21, 2021

ଅପହରଣର ମାସକ ପରେ ଓଏନଜିସି କର୍ମଚାରୀଙ୍କୁ ଛାଡ଼ିଲେ ବିଦ୍ରୋହୀ ଗୋଷ୍ଠୀ

ଗୌହାଟୀ: ବିଦ୍ରୋହୀ ଗୋଷ୍ଠୀ ୟୁଏଲଏଫଏ-ଆଇ ଦ୍ୱାରା ଅପହରଣର ଶିକାର ହୋଇଥିବା ଓଏନଜିସିର କର୍ମଚାରୀ ରିତୁଲ ସୈକିଆ ଆଜି ଛାଡ଼ ପାଇଛନ୍ତି। କିଛି ଦିନ ତଳେ ୟୁଏଲଏଫଏ-ଆଇର ମୁଖ୍ୟ ପରେଶ ବରୁଆ ସରକାରଙ୍କ ସହ ଅସ୍ତ୍ରବିରତି ଘୋଷଣା କରିଥିଲେ। ସେ ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ହିଁ ରିତୁଲ ଛାଡ଼ ପାଇଛନ୍ତି। ସେ ମାସେ କାଳ ବିଦ୍ରୋହୀଙ୍କ କବଳରେ ଥିଲେ।

ଆସାମର ଜୋରହଟ ଜିଲ୍ଲାର ତିତାବୋର ଠାରେ ରହୁଥିବା ରିତୁଲ ଏପ୍ରିଲ ମାସରେ ଅପହରଣର ଶିକାର ହୋଇଥିଲା। ସେ ଓ ଆଉ ଦୁଇ ଜଣ କର୍ମଚାରୀ ଓଏନଜିସିର ସିବସାଗର ସାଇଟ୍‌ରେ ରହିଥିବା ବେଳେ ସେମାନଙ୍କୁ ବିଦ୍ରୋହୀ ଗୋଷ୍ଠୀର ସଦସ୍ୟମାନେ ଉଠାଇ ନେଇଥିଲେ।

ଅପହରଣର କିଛି ଦିନ ପରେ ରିତୁଲଙ୍କ ସହ ଅପହରଣର ଶିକାର ହୋଇଥିବା ଅନ୍ୟ ଦୁଇ ଜଣଙ୍କୁ ଆର୍ମି ଓ ନାଗାଲ୍ୟାଣ୍ଡ ପୁଲିସ୍‌ ଉଦ୍ଧାର କରିଥିଲା। ସେମାନଙ୍କୁ ନାଗାଲ୍ୟାଣ୍ଡର ମୋନ ଜିଲ୍ଲାର ଗୋଟିଏ ଗାଁରୁ ଠାବ କରାଯାଇଥିଲା।

ଆଜି ରିତୁଲଙ୍କୁ ନାଗାଲ୍ୟାଣ୍ତର ଭାରତ-ମିଆଁମାର ସୀମାନ୍ତରେ ବିଦ୍ରୋହୀ ଗୋଷ୍ଠୀର ସଦସ୍ୟମାନେ ଛାଡ଼ି ଚାଲି ଯାଇଛନ୍ତି। ସେ ସେଠାରୁ ନାଗାଲ୍ୟାଣ୍ଡର ମୋନ ଜିଲ୍ଲାରେ ଥିବା ଆସାମ ରାଇଫଲ କ୍ୟାମ୍ପରେ ପହଞ୍ଚିଥିଲେ। ଗୁରୁବାର ପରେଶ ବରୁଆ ଓଏନଜିସି କର୍ମଚାରୀଙ୍କୁ ଦୁଇ କି ୩ ଦିନ ମଧ୍ୟରେ ସୁରକ୍ଷିତ ଭାବେ ଛଡ଼ା ଯିବ ବୋଲି ଘୋଷଣା କରିଥିଲେ। ସୂତ୍ର ଅନୁସାରେ ରିତୁଲଙ୍କୁ ୟୁଏଲଏଫଏ-ଆଇ ମିଆଁମାର ସ୍ଥିତ କ୍ୟାମ୍ପରେ ରଖିଥିଲା ବୋଲି ଜଣାପଡ଼ିଛି।

The post ଅପହରଣର ମାସକ ପରେ ଓଏନଜିସି କର୍ମଚାରୀଙ୍କୁ ଛାଡ଼ିଲେ ବିଦ୍ରୋହୀ ଗୋଷ୍ଠୀ appeared first on Odisha Reporter.



from Odisha Reporter https://ift.tt/3fAV0Pa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages