କରୋନାର ଦ୍ୱିତୀୟ ଲହର ନେଲାଣି ୪୦୦ରୁ ଅଧିକ ଡାକ୍ତରଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 22, 2021

କରୋନାର ଦ୍ୱିତୀୟ ଲହର ନେଲାଣି ୪୦୦ରୁ ଅଧିକ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନାରୁ ଲୋକଙ୍କୁ ରକ୍ଷା କରୁଥିବା ଡାକ୍ତରମାନେ ମଧ୍ୟ ଭାଇରସ ପଞ୍ଝାରେ ପଡ଼ି ଜୀବନ ହରାଇବାରେ ଲାଗିଛନ୍ତି। ପ୍ରଥମ ୱେଭ ଭଳି ଦ୍ୱିତୀୟ ଲହରରେ ବି ଶତାଧିକ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏଯାଏ କରୋନାର ଦ୍ୱିତୀୟ ୱେଭ ୪୨୦ ଜଣଙ୍କ ଜୀବନ ନେଇ ସାରିଛି। ଏହା ମଧ୍ୟରୁ କେବଳ ରାଜଧାନୀ ଦିଲ୍ଲୀରେ ୧୦୦ ଜଣ ଡାକ୍ତର ପ୍ରାଣ ହରାଇଥିବା ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି।

ଆସୋସିଏସନର ସୂଚନା ଅନୁଯାୟୀ, କରୋନାର ପ୍ରଥମ ୱେଭ ୭୩୬ ଜଣ ଡାକ୍ତରଙ୍କ ଜୀବନ ନେଇଥିବା ବେଳେ ଦ୍ୱିତୀୟ ୱେଭ ଯୋଗୁ ଇତି ମଧ୍ୟରେ ୪୨୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହାର ଅର୍ଥ ଦୁଇ ବର୍ଷ ମଧ୍ୟରେ ଦେଶ ପ୍ରାୟ ୧୧ଶହରୁ ଅଧିକ ଡାକ୍ତରଙ୍କୁ ହରାଇ ସାରିଲାଣି।

ଚଳିତ ବର୍ଷ ପ୍ରାଣ ହରାଇଥିବା ଡାକ୍ତରଙ୍କ ମଧ୍ୟରେ ସବୁଠାରୁ କନିଷ୍ଠ ହେଉଛନ୍ତି ଦିଲ୍ଲୀର ଗୁରୁ ତେଜ ବାହାଦୂର ହସ୍ପିଟାଲର କାର୍ଯ୍ୟରତ ୨୬ ବର୍ଷୀୟ ଅନସ ମୁଜାହିଦ। ସେ ଏଠାରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ଭାଇରସ ସଂସ୍ପର୍ଶରେ ଆସିଥିଲେ। ପଜିଟିଭ ରିପୋର୍ଟ ଆସିବାର ମାତ୍ର କିଛି ଘଣ୍ଟା ପରେ ହଠାତ୍‌ ତାଙ୍କର ମୃତ୍ୟୁ ଘଟିଥିଲା।

ଆସୋସିଏସନ କହିଛି ଯେ ଦ୍ୱିତୀୟ ଲହରରେ ପ୍ରାଣ ହରାଇଥିବା ୪୨୦ ଜଣ ଡାକ୍ତରଙ୍କ ମଧ୍ୟରୁ କେବଳ ଦିଲ୍ଲୀରେ ଏହି ସଂଖ୍ୟା ୧୦୦ ରହିଛି। ଏହା ପଛକୁ ବିହାରରେ ୯୬, ଉତ୍ତର ପ୍ରଦେଶରେ ୪୧ ଓ ଗୁଜରାଟରେ ୩୧ ଜଣ ଡାକ୍ତର ମୃତ୍ୟୁବରଣ କରି ସାରିଲେଣି। ସେହିପରି କରୋନାର ହଟସ୍ପଟ ମହାରାଷ୍ଟ୍ରରେ ଏଯାଏ ୧୫ ଜଣ ଡାକ୍ତର ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି।

କରୋନାରେ ପ୍ରାଣ ହରାଥିବା ଡାକ୍ତରଙ୍କ ମଧ୍ୟରୁ ମାତ୍ର ୩% ଟିକାର ଦୁଇଟି ଡୋଜ୍‌ ନେଇଥିଲେ। ଭାରତରେ ଟିକାକରଣ କାର୍ଯ୍ୟକ୍ରମ ୫ମାସ ହେଲା ଚାଲିଥିଲେ ହେଁ କେବଳ ୬୬% ସ୍ୱାସ୍ଥ୍ୟକର୍ମୀ ଟିକାର ଡୋଜ୍‌ ନେଇଛନ୍ତି। ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଟିକାର ଡୋଜ୍‌ ନେବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ତଥାପି ଆଇଏମଏ ପକ୍ଷରୁ ସମସ୍ତଙ୍କୁ ଟିକା ନେବାକୁ ଉତ୍ସାହିତ କରାଯାଉଛି ବୋଲି ଆସୋସିଏସନ ପକ୍ଷରୁ ଗତ ୧୮ ତାରିଖରେ କୁହାଯାଇଥିଲା।

ଅନ୍ୟପକ୍ଷରେ ଆଇଏମଏ ଦେଇଥିବା ସଂଖ୍ୟା ତୁଳନାରେ ଆହୁରି ଅଧିକ ଡାକ୍ତର ପ୍ରାଣ ହରାଇଥିବା କୁହାଯାଉଛି। କାରଣ ଦେଶରେ ୧୨ ଲକ୍ଷରୁ ଅଧିକ ଡାକ୍ତର ଥିବା ବେଳେ ଆଇଏମଏର ସଦସ୍ୟତା କେବଳ ୩.୫ ଲକ୍ଷ ଗ୍ରହଣ କରିଛନ୍ତି।

The post କରୋନାର ଦ୍ୱିତୀୟ ଲହର ନେଲାଣି ୪୦୦ରୁ ଅଧିକ ଡାକ୍ତରଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3wrf7pP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages