ପୁଣି ଜଣେ ମହାରଣା ଓ ଜଣେ ଭୋଇ ସେବକ କରୋନା ପଜିଟିଭ୍ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 21, 2021

ପୁଣି ଜଣେ ମହାରଣା ଓ ଜଣେ ଭୋଇ ସେବକ କରୋନା ପଜିଟିଭ୍ ଚିହ୍ନଟ

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ପୁରୀରେ ପୁଣି ଜଣେ ମହାରଣା ଓ ଜଣେ ଭୋଇ ସେବକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ରଥକାମ କରୁ ନ ଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି।

ଏହାକୁ ମିଶାଇ ୨୦ ଜଣ ମହାରଣା ଓ ଭୋଇ ସେବକ କରୋନା ପଜିଟିଭ୍ ଚିହ୍ନଟ ହେଲେଣି। ଗତକାଲି ୧୦ ଜଣ (୯ ଜଣ ମହାରଣା ଓ ଜଣେ ଭୋଇ ସେବକ) ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତା’ପୂର୍ବ ଦିନ ୮ ଜଣ (୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ) ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଅନ୍ୟପକ୍ଷରେ ରଥଖଳାରୁ କରୋନା ସଂକ୍ରମିତ ଚିହ୍ନଟ ପରେ ଏହାକୁ ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ରଖାଯାଇଛି। ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କ ବ୍ୟତୀତ ଆଉ କେହି ରଥଖଳା ମଧ୍ୟକୁ ଯାଇପାରିବେ ନାହିଁ।

ସୂଚନା ଅନୁଯାୟୀ, ଏବେ ରଥଖଳାରେ ତୁମ୍ବ ନିର୍ମାଣ କାର୍ଯ୍ୟ ଚାଲିଛି। ମୋଟ ୪୨ଟି ତୁମ୍ବ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହା ଶେଷ ପର୍ଯ୍ୟାୟ ପହଞ୍ଚି ସାରିଛି। ସେହିଭଳି ତୁମ୍ବରେ ବିନ୍ଧ ପାଇଁ ଏବେ ସୂତା ବାଡ଼ିଆ କାର୍ଯ୍ୟ ଚାଲିଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୧୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତା’ମଧ୍ୟରେ ପୁରୀ ଜିଲ୍ଲାରୁ ୪୭୩ ଜଣ ଅଛନ୍ତି। ସେହିଭଳି ଜିଲ୍ଲାରେ ଆଉ ୩ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୯ରେ ପହଞ୍ଚି ଯାଇଛି।

The post ପୁଣି ଜଣେ ମହାରଣା ଓ ଜଣେ ଭୋଇ ସେବକ କରୋନା ପଜିଟିଭ୍ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3fa2r0H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages